Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜେଲେନସ୍କିଙ୍କୁ ଭେଟିଲେ ମୋଦି : ଖୁବଶୀଘ୍ର ବନ୍ଦ ହେବ ଋଷିଆ-ୟୁକ୍ରେନ୍‌ ୱାର !

International

ଜେଲେନସ୍କିଙ୍କୁ ଭେଟିଲେ ମୋଦି : ଖୁବଶୀଘ୍ର ବନ୍ଦ ହେବ ଋଷିଆ-ୟୁକ୍ରେନ୍‌ ୱାର !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଜେଲେନସ୍କିଙ୍କୁ ଭେଟିଲେ ମୋଦି : ଖୁବଶୀଘ୍ର ବନ୍ଦ ହେବ ଋଷିଆ-ୟୁକ୍ରେନ୍‌ ୱାର !

Key Points

  • ଜେଲେନସ୍କିଙ୍କୁ ଭେଟିଲେ ମୋଦି
  • ଖୁବଶୀଘ୍ର ବନ୍ଦ ହେବ ଋଷିଆ-ୟୁକ୍ରେନ୍‌ ୱାର !
  • ସୋସିଆଲ ମିଡିଆରେ ବଢିଲା ଚର୍ଚ୍ଚା

ଅର୍ଗସ ବ୍ୟୁରୋ : ଋଷିଆ-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇବେ ମୋଦି ? କିଛି ଏମିତି ଚର୍ଚ୍ଚା ଜାତୀୟ ଗଣମାଧ୍ୟମଠୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ଚାଲିଛି । କାରଣ ଆମେରିକା ଗସ୍ତ ସମୟରେ ପୁଣି ଥରେ ମୋଦିଙ୍କୁ ଭେଟିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି । ନ୍ୟୁୟର୍କରେ ମୋଦି, ଜେଲେନସ୍କିଙ୍କ ସହ ଦ୍ଵିପାକ୍ଷିକ ବୈଠକ କରିଛନ୍ତି । ମାସକ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ଏହା ଦ୍ଵିତୀୟ ବୈଠକ ।

ବିଶ୍ଵରେ ଏବେ ଭାରତକୁ ନେଇ ଭାରି ଚର୍ଚ୍ଚା । କାରଣ ପ୍ରଧାନମନ୍ତ୍ରୀ ଯେଉଁ ଦେଶକୁ ଗସ୍ତ କରୁଛନ୍ତି ସେଠିକାର ନେତା କେମିତି ଭବ୍ୟ ସ୍ଵାଗତ କରୁଛନ୍ତି ତାହା ପୁରା ବିଶ୍ଵ ଦେଖୁଛି । ଏହାରି ଭିତରେ ଆମେରିକାରେ ବି ବାଇଡେନ୍‌ ମୋଦିଙ୍କୁ ସ୍ଵାଗତ କରିଥିଲେ । ଆଉ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ବି କରିଥିଲେ । ଖାସ୍‌ କରି ମୋଦି-ଜେଲେନସ୍କିଙ୍କ ୱାନ ଟୁ ୱାନ ମିଟିଂକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ପୂର୍ବରୁ ମୋଦି ଗତ ଅଗଷ୍ଟ ୨୩ ତାରିଖରେ ୟୁକ୍ରେନ ଗସ୍ତରେ ଯାଇ ଜେଲେନସ୍କିଙ୍କୁ ଭେଟିଥିଲେ । ଆଉ ରୁଷ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବା ଏବଂ ଶାନ୍ତି ପ୍ରତିଷ୍ଠା ଲାଗି ସବୁ ପ୍ରକାର ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସେପଟେ, ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ ସୋସିଆଲ ମିଡିଆ ଏକ୍ସରେ ନ୍ୟୁୟର୍କରେ ମୋଦି-ଜେଲେନସ୍କିଙ୍କ ଭେଟ ସମ୍ପର୍କରେ ପୋଷ୍ଟ କରିଛନ୍ତି । କହିଛନ୍ତି, ଏହି ବୈଠକ ବେଳେ ଦୁଇ ନେତା ଦ୍ଵିପାକ୍ଷିକ ସମ୍ପର୍କ ସହ ୟୁକ୍ରେନ ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି, କଥାବାର୍ତ୍ତା ଓ କୂଟନୀତି ଜରିଆରେ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଭାରତ ଆଗ୍ରହୀ ଥିବା ନେଇ ପୁଣି ଥରେ ଜଣାଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଋଷିଆ-ୟୁକ୍ରେନ୍‌ ଯୁଦ୍ଧ । ଆଜି କି କାଲିର ନୁହେଁ ବରଂ ୨ ବର୍ଷର । ଉଭୟ ଦେଶ କେହି କାହାରି ସାମ୍ନାରେ ମୁଣ୍ଡ ନୂଆଁଇବା ପରିସ୍ଥିତିରେ ନାହାନ୍ତି । ସେଇଥି ଲାଗି ତ ଉଭୟ ନେତା ପରସ୍ପର ସହ ଆଲୋଚନା କରିବା ପରେ ବି ଯୁଦ୍ଧ ଥମୁନି । ତେଣୁ  ଏମିତି ସ୍ଥିତିରେ ମୋଦି ହିଁ ଏକମାତ୍ର ନେତା ଯିଏ କି ଯୁଦ୍ଧ ବନ୍ଦ କରିପାରିବେ  । ତେଣୁ ମୋଦି ଜେଲନସ୍କିଙ୍କ ଆଲୋଚନା ପରେ ପୁଟିନ୍‌ଙ୍କ ସହ ମୋଦି ଯୁଦ୍ଧକୁ ନେଇ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ଜୋର । 

 

Sponsored
PM Modi | Argus News