Modi Uzbekistan Visit / ତାସକେଣ୍ଟରେ ମୋଦିଙ୍କ କବିତା 'ଅଭି ତୋ ସୂରଜ ଉଗା ହୈ'ର ଯାଦୁରେ ଝୁମିଲେ ଉଜବେକ୍ ଛାତ୍ର ଛାତ୍ରୀ
·2 hours ago·2 min read

Key Points
ତାସକେଣ୍ଟରେ ମୋଦିଙ୍କ କବିତା
କବିତା 'ଅଭି ତୋ ସୂରଜ ଉଗା ହୈ'ର
କବିତାର ଯାଦୁରେ ଝୁମିଲେ ଉଜବେକ୍ ଛାତ୍ର ଛାତ୍ରୀ

ତାସକେଣ୍ଟ, ୩୧/୦୮: କୂଟନୀତି ସହ ସଂସ୍କୃତି ଓ କବିତାର ଏକ ନିଆରା ସମନ୍ୱୟ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତରେ। ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗୀତାକୁ ମଜବୁତ କରିବା ଉଦ୍ଦେଶ୍ୟରେ ମୋଦି ତାସକେଣ୍ଟ ଗସ୍ତ କରିଥିବାବେଳେ ତାଙ୍କ ନିଜସ୍ୱ ରଚିତ କବିତା ଉଜବେକିସ୍ତାନୀ ଛାତ୍ରଛାତ୍ରୀଙ୍କ କଣ୍ଠରେ ଶୁଣିବାକୁ ମିଳିଛି।
ତାସକେଣ୍ଟର କୁକସାରୋୟ ପ୍ୟାଲେସରେ ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ ମିର୍ଜିୟୋୟେଭଙ୍କ ଦ୍ୱାରା ଆୟୋଜିତ ଏକ ଅନୌପଚାରିକ ରାତ୍ରୀଭୋଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କବିତା ଅଭି ତୋ ସୂରଜ ଉଗା ହୈ’ର ସ୍ୱତନ୍ତ୍ର ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି ସାଂସ୍କୃତିକ ମୁହୂର୍ତ୍ତ ମୋଦିଙ୍କ ଉଜବେକିସ୍ତାନ ଗସ୍ତକୁ ଆହୁରି ସ୍ମରଣୀୟ କରିଥିଲା। ଏହା ପରେ ତାସକେଣ୍ଟ ଷ୍ଟେଟ୍ ୟୁନିଭରସିଟି ଅଫ୍ ଓରିଏଣ୍ଟାଲ ଷ୍ଟଡିଜ୍ର ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ତିନୋଟି କବିତା ହିନ୍ଦୀ ଏବଂ ଉଜବେକ୍ ଭାଷାରେ ପାଠ କରିଥିଲେ। ଭାରତୀୟ ସଂସ୍କୃତି ଓ ସାହିତ୍ୟ ପ୍ରତି ଉଜବେକିସ୍ତାନର ଯୁବପିଢ଼ିଙ୍କ ଆଗ୍ରହ ଏହି କାର୍ଯ୍ୟକ୍ରମରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା।
ଚତୁର୍ଥ ବର୍ଷର ଛାତ୍ର କେଲଡିୟୋରୋଭ ଦିଲସୁହୁବେକ ହିନ୍ଦୀରେ ‘ଅଭି ତୋ ସୂରଜ ଉଗା ହୈ’ କବିତା ପାଠ କରିଥିବାବେଳେ ଛାତ୍ରୀ ଦିଲଶୋଡା ଜୁରାବୋଭା ଏହାର ଉଜବେକ୍ ଅନୁବାଦ ପାଠ କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନ୍ୟତମ କବିତା ‘ନୂତନ ଭାରତ ପାଇଁ ନୂତନ ସଂକଳ୍ପ’ ମଧ୍ୟ ଉପସ୍ଥାପିତ ହୋଇଥିଲା। ଏହି କବିତାର ହିନ୍ଦୀ ପାଠ ଓଟାବେକ ଆମିରୋଭ କରିଥିବାବେଳେ ଏହାର ଉଜବେକ୍ ଅନୁବାଦ ଇକ୍ରୋମଖୁଜା ସାଦିଲାଏଭ ଉପସ୍ଥାପନ କରିଥିଲେ।
ପଢନ୍ତୁ ଏହି ଖବର: ଆଜିଠାରୁ କିର୍ଗିଜ୍ସ୍ତାନରେ SCO ଶିଖର ସମ୍ମିଳନୀ, ସୁରକ୍ଷା, ସଂଯୋଗ ଏବଂ ସୁଯୋଗ ଉପରେ ପ୍ରଧାନମନ୍ତ୍ରୀ ରଖିବେ ଭାରତର ଆଭିମୁଖ୍ୟ
ତୃତୀୟ କବିତା ‘ମନଭାତା କୋ କହିଁ ନ ଲାଗ ଜାଏ ଦାଗ’ ମଧ୍ୟ ଛାତ୍ରଛାତ୍ରୀମାନେ ପାଠ କରିଥିଲେ। ଦୟା, ଶାନ୍ତି ଓ ମାନବିକତାର ବାର୍ତ୍ତା ବହନ କରୁଥିବା ଏହି କବିତାର ହିନ୍ଦୀ ପାଠ ଛାତ୍ର ଅର୍ଜୁ କୁଲଦୋଶେଭା କରିଥିବାବେଳେ ଫାୟୋଜା ଅବଦୁରାସୁଲୋଭା ଏହାର ଉଜବେକ୍ ଅନୁବାଦ ଉପସ୍ଥାପନ କରିଥିଲେ। ଛାତ୍ରଛାତ୍ରୀଙ୍କ ଏହି କବିତା ପରିବେଷଣ ପ୍ରତି ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଏହାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଜବେକିସ୍ତାନ ଗସ୍ତର ଏକ ପ୍ରମୁଖ ଆକର୍ଷଣ ଭାବେ ଦେଖାଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ଭାରତ ଓ ଉଜବେକିସ୍ତାନ ମଧ୍ୟରେ ଗଭୀର ହେଉଥିବା ସାଂସ୍କୃତିକ ଏବଂ ଶିକ୍ଷାଗତ ସମ୍ପର୍କର ଏକ ସୁନ୍ଦର ପ୍ରତିଫଳନ ବୋଲି କୁହାଯାଇଛି।
ଶନିବାର ଉଜବେକିସ୍ତାନର ରାଜଧାନୀ ତାସକେଣ୍ଟରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କୁ ରାଷ୍ଟ୍ରପତି ଶାଭକତ ମିର୍ଜିୟୋୟେଭ ବ୍ୟକ୍ତିଗତ ଭାବେ ସ୍ୱାଗତ କରିଥିଲେ। ମୋଦି କହିଛନ୍ତି ଯେ, ଏହା ତାଙ୍କର ଚତୁର୍ଥ ଉଜବେକିସ୍ତାନ ଗସ୍ତ। ଏହା ଦୁଇ ଦେଶ ମଧ୍ୟରେ ଗଭୀର ହେଉଥିବା ସମ୍ପର୍କ ଓ ବୃଦ୍ଧି ପାଉଥିବା ସହଯୋଗର ପ୍ରତିଫଳନ।
ଏହି ଗସ୍ତରେ ବାଣିଜ୍ୟ ଓ ନିବେଶ, ପ୍ରତିରକ୍ଷା, ଡିଜିଟାଲ ସଂଯୋଗୀକରଣ, ଶକ୍ତି, ଶିକ୍ଷା ଏବଂ ଲୋକ-ଲୋକ ସମ୍ପର୍କ ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବ। କୂଟନୈତିକ ଆଲୋଚନା ସହ କବିତା ଓ ସଂସ୍କୃତିର ଏହି ନିଆରା ସମନ୍ୱୟ ଭାରତ-ଉଜବେକିସ୍ତାନ ସମ୍ପର୍କକୁ ଏକ ନୂଆ ମାତ୍ରା ଦେଇଛି।

Uzbek students recited poems penned by PM Modi in Hindi 🇮🇳❤️
— Sunny Raj (@SunnyRajBJP) August 31, 2026
Aaj Owaisi aur Hindi haters gang din bhar royega 🤣😭 pic.twitter.com/xyermgBI3Z
ପଢନ୍ତୁ ଏହି ଖବର: ଆଜିଠାରୁ କିର୍ଗିଜ୍ସ୍ତାନରେ SCO ଶିଖର ସମ୍ମିଳନୀ, ସୁରକ୍ଷା, ସଂଯୋଗ ଏବଂ ସୁଯୋଗ ଉପରେ ପ୍ରଧାନମନ୍ତ୍ରୀ ରଖିବେ ଭାରତର ଆଭିମୁଖ୍ୟ
ତୃତୀୟ କବିତା ‘ମନଭାତା କୋ କହିଁ ନ ଲାଗ ଜାଏ ଦାଗ’ ମଧ୍ୟ ଛାତ୍ରଛାତ୍ରୀମାନେ ପାଠ କରିଥିଲେ। ଦୟା, ଶାନ୍ତି ଓ ମାନବିକତାର ବାର୍ତ୍ତା ବହନ କରୁଥିବା ଏହି କବିତାର ହିନ୍ଦୀ ପାଠ ଛାତ୍ର ଅର୍ଜୁ କୁଲଦୋଶେଭା କରିଥିବାବେଳେ ଫାୟୋଜା ଅବଦୁରାସୁଲୋଭା ଏହାର ଉଜବେକ୍ ଅନୁବାଦ ଉପସ୍ଥାପନ କରିଥିଲେ। ଛାତ୍ରଛାତ୍ରୀଙ୍କ ଏହି କବିତା ପରିବେଷଣ ପ୍ରତି ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଏହାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଜବେକିସ୍ତାନ ଗସ୍ତର ଏକ ପ୍ରମୁଖ ଆକର୍ଷଣ ଭାବେ ଦେଖାଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ଭାରତ ଓ ଉଜବେକିସ୍ତାନ ମଧ୍ୟରେ ଗଭୀର ହେଉଥିବା ସାଂସ୍କୃତିକ ଏବଂ ଶିକ୍ଷାଗତ ସମ୍ପର୍କର ଏକ ସୁନ୍ଦର ପ୍ରତିଫଳନ ବୋଲି କୁହାଯାଇଛି।
ଶନିବାର ଉଜବେକିସ୍ତାନର ରାଜଧାନୀ ତାସକେଣ୍ଟରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କୁ ରାଷ୍ଟ୍ରପତି ଶାଭକତ ମିର୍ଜିୟୋୟେଭ ବ୍ୟକ୍ତିଗତ ଭାବେ ସ୍ୱାଗତ କରିଥିଲେ। ମୋଦି କହିଛନ୍ତି ଯେ, ଏହା ତାଙ୍କର ଚତୁର୍ଥ ଉଜବେକିସ୍ତାନ ଗସ୍ତ। ଏହା ଦୁଇ ଦେଶ ମଧ୍ୟରେ ଗଭୀର ହେଉଥିବା ସମ୍ପର୍କ ଓ ବୃଦ୍ଧି ପାଉଥିବା ସହଯୋଗର ପ୍ରତିଫଳନ।
ଏହି ଗସ୍ତରେ ବାଣିଜ୍ୟ ଓ ନିବେଶ, ପ୍ରତିରକ୍ଷା, ଡିଜିଟାଲ ସଂଯୋଗୀକରଣ, ଶକ୍ତି, ଶିକ୍ଷା ଏବଂ ଲୋକ-ଲୋକ ସମ୍ପର୍କ ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବ। କୂଟନୈତିକ ଆଲୋଚନା ସହ କବିତା ଓ ସଂସ୍କୃତିର ଏହି ନିଆରା ସମନ୍ୱୟ ଭାରତ-ଉଜବେକିସ୍ତାନ ସମ୍ପର୍କକୁ ଏକ ନୂଆ ମାତ୍ରା ଦେଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories