Videos
|
International

ଲଣ୍ଡନରେ ପିଏମ୍ ମୋଦିଙ୍କୁ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସ୍ବାଗତ

Rashmita Mishra
Browse all articles by Rashmita Mishra
·1 year ago·1 min read
ଲଣ୍ଡନରେ ପିଏମ୍ ମୋଦିଙ୍କୁ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସ୍ବାଗତ

Key Points

ଦୁଇ ଦିନିଆ ୟୁକେ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି
ଲଣ୍ଡନରେ ପିଏମ୍ ମୋଦିଙ୍କୁ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସ୍ବାଗତ
ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର ସମ୍ଭାବନା

ଦୁଇ ଦିନିଆ ୟୁକେ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଲଣ୍ଡନରେ ପହଞ୍ଚିବା ପରେ ପିଏମ୍ ଙ୍କୁ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର ସମ୍ଭାବନା । ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ସହଯୋଗ ନେଇ ହେବ ଦ୍ବିପାକ୍ଷିକ ଆଲୋଚନା । ପିଏମ୍ ମୋଦି-ବ୍ରିଟେନ୍ ପିଏମ୍ କୀର ଷ୍ଟାରମରଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଉପରେ ସାରା ବିଶ୍ବର ନଜର ରହିଛି । ଫ୍ରି ଟ୍ରେଡ ଏଗ୍ରିମେଣ୍ଟକୁ ଚୂଡ଼ାନ୍ତ ରୂପ ଦେବା ଉଭୟ ଦେଶ ପାଇଁ ଐତିହାସିକ ପଦକ୍ଷେପ ହେବାକୁ ଯାଉଛି ।


ଆମେରିକା, ଚୀନ, ରୁଷିଆ ସମେତ ବିଶ୍ବର ବିଭିନ୍ନ ଦେଶରେ ଟାରିଫ ୱାର୍ ଜାରି ରହିଥିବାବେଳେ ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତି ଉଭୟ ରାଷ୍ଟ୍ର ପାଇଁ ବଡ଼ ସଫଳତା ହେବ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ସଚିବ ବିକ୍ରମ ମିଶ୍ରି । ବାଣିଜ୍ୟ ସହ ପ୍ରଧାନମନ୍ତ୍ରୀ ମୋଦି ଓ ବ୍ରିଟେନ ପିଏମ୍ କୀର ଷ୍ଟାରମରଙ୍କ ଦ୍ବିପାକ୍ଷିକ ଆଲୋଚନାରେ ପ୍ରତିରକ୍ଷା, ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ସହଯୋଗ, AI, ବାୟୋ ଟେକ୍ନୋଲୋଜି, ସେମିକଣ୍ଡକ୍ଟର ଉତ୍ପାଦନ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପ୍ରସଙ୍ଗ ସ୍ଥାନ ପାଇବା ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
pm-modi-receives-warm-welcome-from-indian-diaspora-in-london | Argus News