ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହେଲେ ମୋଦି

ଅର୍ଗସ ବ୍ୟୁରୋ: ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ମୋଦି ତାଙ୍କସହ ଫୋନରେ କଥା ହୋଇଛନ୍ତି । ବିଶ୍ବର ଶାନ୍ତି, ସମୃଦ୍ଧି ଓ ସୁରକ୍ଷା ପାଇଁ ଏକାଠି କାମ କରିବେ ଉଭୟ ରାଷ୍ଟ୍ର । ପୂର୍ବରୁ ସୋସିଆଲ ମିଡିଆ ଏକ୍ସରେ ଡୋନାଲଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଥିଲେ ମୋଦି । ତାଙ୍କୁ ପ୍ରିୟ ବନ୍ଧୁ ବୋଲି ସମ୍ବୋଧନ କରିବା ସହ ଦୁଇ ରାଷ୍ଟ୍ର ଏକାଠି ମିଶି ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେଇଥିଲେ ।
ଜାନୁଆରୀ ୨୦ରେ ଡୋନାଲଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ଏହାପରେ ସେ ବିଶ୍ବକୁ କଡା ଚେତାବନୀ ଦେଇଥିଲେ । ଆମେରିକାରେ ରହୁଥିବା ବେଆଇନ ନାଗରିକ ମାନଙ୍କୁ ପ୍ରତ୍ୟର୍ପଣ କରାଯିବ ବୋଲି ସେ ଚେତାଇ ଦେଇଥିଲେ । ବର୍ତ୍ତମାନ ଆମେରିକାରେ ୧୮ ହଜାରରୁ ଅଧିକ ଭାରତୀୟଙ୍କ ଭିସା ଅବଧି ଶେଷ ହୋଇଛି କିମ୍ବା ସେମାନଙ୍କ ନିକଟରେ ସଠିକ ପ୍ରମାଣପତ୍ର ନାହିଁ ବୋଲି ଅଭିଯୋଗ ହେଉଛି ।