"ଆପକେ ନାମ ମେଁ ଭି ଶୁଭ ହୈ, ଔର ଆପକେ ଯାତ୍ରା ନୟେ ଯୁଗ କା ଶୁଭରମ୍ଭ ଭୀ ହୈ"

Key Points
ଗର୍ବ ଆଣିଛନ୍ତି ଅନ୍ତରୀକ୍ଷ ଯାତ୍ରୀ ଶୁଭାଂଶୁ ଶୁକ୍ଳା
ଶୁଭାଂଶୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ଇଣ୍ଟରନ୍ୟାସନାଲ୍ ସ୍ପେଶ୍ ସେଣ୍ଟରରୁ ନିଜ ଅଭିଜ୍ଞତା ବଖାଣିଲେ ଶୁଭାଂଶୁ
୧୪୦ କୋଟି ଭାରତବାସୀଙ୍କ ପାଇଁ ଗର୍ବ ଆଣିଛନ୍ତି ଅନ୍ତରୀକ୍ଷ ଯାତ୍ରୀ ଶୁଭାଂଶୁ ଶୁକ୍ଳା । ୪୧ ବର୍ଷ ପରେ ଦ୍ବିତୀୟ ଭାରତୀୟ ଭାବେ ମହାକାଶକୁ ଯାତ୍ରୀ କରିଥିବା ଶୁଭାଂଶୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ଇଣ୍ଟରନ୍ୟାସନାଲ୍ ସ୍ପେଶ୍ ସେଣ୍ଟରରୁ ନିଜ ଅଭିଜ୍ଞତା ବଖାଣିଲେ ଶୁଭାଂଶୁ । କହିଲେ- ମହାକାଶରୁ ଭବ୍ୟ ଦେଖାଯାଉଛି ଭାରତ । ଦ୍ବିତୀୟ ଭାରତୀୟ ଭାବେ ଶୁଭାଂଶୁ କରିଛନ୍ତି ମହାକାଶ ଯାତ୍ରା । ସେଠାରେ ୧୪ ଦିନ ରହି ଅନ୍ତରୀକ୍ଷ ଉପରେ ଗବେଷଣା କରୁଛନ୍ତି ଶୁଭାଂଶୁ । ୪୧ ବର୍ଷ ତଳେ ରାକେଶ ଶର୍ମା କହିଥିଲେ- ସାରେ ଜାହାଁ ସେ ଅଚ୍ଛା ହିନ୍ଦୁସ୍ତା ହାମାଁରା ।
#WATCH | During his interaction with Group Captain Shubhanshu Shukla, PM Modi says, "I congratulate you and all the members on this mission, for the success of the mission...We are all waiting for your return...Bharat Mata ki Jai" pic.twitter.com/eVUSaJjq9b
— ANI (@ANI) June 28, 2025
ପ୍ରଥମେ ପ୍ରଧାନମନ୍ତ୍ରୀ ଶୁଭାଂଶୁଙ୍କୁ ବଧେଇ ଜଣାଇବା ସହ ତାଙ୍କ ସ୍ୱାସ୍ଥ୍ୟ କଥା ପଚାରି ବୁଝିଥିଲେ । ଏହାସହ ତାଙ୍କୁ କହିଥିଲେ ଆପଣ ଆମ ମାତୃଭୂମିରୁ ଦୂରରେ ଅଛନ୍ତି, କିନ୍ତୁ ଆପଣ ଭାରତୀୟଙ୍କ ହୃଦୟର ସବୁଠାରୁ ନିକଟତର । "ଆପକେ ନାମ ମେଁ ଭି ଶୁଭ ହୈ, ଔର ଆପକେ ଯାତ୍ରା ନୟେ ଯୁଗ କା ଶୁଭରମ୍ଭ ଭୀ ହୈ" ।
ପ୍ରଧାନମନ୍ତ୍ରୀଙ୍କ ଉତ୍ତରରେ, ମହାକାଶଚାରୀ କହିଥିଲେ ଯେ ଏହା "ଏକା ମୋର ଯାତ୍ରା ନୁହେଁ ବରଂ ଆମ ଦେଶର ମଧ୍ୟ", ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଏହା ମୋ ପାଇଁ ଏକ ନୂତନ ଅଭିଜ୍ଞତା । ଛୋଟ ବେଳେ ପଢିବାବେଳେ ମୁଁ କେବେ ଭାବି ନଥିଲି ଯେ, ମୁଁ ଏଠାରେ ପହଁଞ୍ଚିବି ।
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏପର୍ଯ୍ୟନ୍ତ ସେ କ’ଣ ଦେଖିଛନ୍ତି ତାହା ବର୍ଣ୍ଣନା କରିବାକୁ ପଚରାଯିବାରୁ, ଶୁଭାଂଶୁ ଶୁକ୍ଲା କହିଥିଲେ, "କିଛି ସମୟ ପୂର୍ବରୁ, ଯେତେବେଳେ ମୁଁ ଝରକା ଦେଇ ବାହାରକୁ ଦେଖୁଥିଲି, ଆମେ ହାୱାରେ ଉଡୁଥିଲୁ। ଆମେ କକ୍ଷପଥରୁ ଦିନକୁ ୧୬ ଥର ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖୁ ।
📱 Get Argus News App
✨ଭାରତୀୟ ମହାକାଶଚାରୀ କହିଥିଲେ "ଏଠାରେ ସବୁକିଛି ଭିନ୍ନ"। "ଆମେ ଗୋଟିଏ ବର୍ଷ ପାଇଁ ତାଲିମ ନେଇଥିଲୁ ଏବଂ ମୁଁ ବିଭିନ୍ନ ସିଷ୍ଟମ ବିଷୟରେ ଶିଖିଲି । କିନ୍ତୁ ଏଠାକୁ ଆସିବା ପରେ, ସବୁକିଛି ବଦଳିଗଲା । ଏଠାରେ, ଛୋଟ ଛୋଟ ଜିନିଷ ମଧ୍ୟ ଭିନ୍ନ କାରଣ ମହାକାଶରେ ଗୁରୁତ୍ୱାକର୍ଷଣ ନାହିଁ । ଏଠାରେ ଶୋଇବା ଏକ ବଡ଼ ଚ୍ୟାଲେଞ୍ଜ । ଏହି ପରିବେଶ ସହିତ ଅଭ୍ୟସ୍ତ ହେବା ପାଇଁ କିଛି ସମୟ ଲାଗେ ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ।
ମହାକାଶରୁ ଭାରତ କେମିତି ଦିଶୁଛି ପଚାରିବାରୁ ସେ କହିଥିଲେ ଯେ, "କୌଣସି ସୀମା ଦେଖାଯାଉନାହିଁ", ଏବଂ ଭାରତ "ବହୁତ ବଡ଼" ଦେଖାଯାଉଛି । ଯେତେବେଳେ ଆମେ ପ୍ରଥମ ଥର ପାଇଁ ଭାରତକୁ ଦେଖିଲୁ, ଆମେ ଦେଖିଲୁ ଯେ ଭାରତ ପ୍ରକୃତରେ ବହୁତ ମହାନ ଦେଖାଯାଏ, ବହୁତ ବଡ଼ ଦେଖାଯାଏ, ମାନଚିତ୍ରରେ ଆମେ ଯାହା ଦେଖୁଛୁ ତାହାଠାରୁ ବହୁତ ବଡ଼ । ଯେତେବେଳେ ଆମେ ବାହାରୁ ପୃଥିବୀକୁ ଦେଖୁ, ସେତେବେଳେ ମନେହୁଏ ଯେ କୌଣସି ସୀମା ନାହିଁ, କୌଣସି ରାଜ୍ୟ ନାହିଁ, କୌଣସି ଦେଶ ନାହିଁ । ଆମେ ସମସ୍ତେ ମାନବତାର ଅଂଶ, ଏବଂ ପୃଥିବୀ ଆମର ଗୋଟିଏ ଘର, ଏବଂ ଆମେ ସମସ୍ତେ ଏଥିରେ ଅଛୁ," ବୋଲି ଶୁଭାଂଶୁ ଶୁକ୍ଲା କହିଛନ୍ତି ।
"ଆପଣଙ୍କ ପ୍ରେମ ଏବଂ ଆଶୀର୍ବାଦ ସହିତ, ମୁଁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଛି। ଏଠାରେ ଠିଆ ହେବା ସହଜ ଦେଖାଯାଉଛି, କିନ୍ତୁ ମୋର ମୁଣ୍ଡ ଟିକେ ଭାରୀ ଅଛି, କିଛି ଅସୁବିଧାର ସମ୍ମୁଖୀନ ହେଉଛି । କିନ୍ତୁ ଏଗୁଡ଼ିକ ଛୋଟ ଛୋଟ ପ୍ରସଙ୍ଗ ।
ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ 14 ଦିନ ମଧ୍ୟରେ, ସେ ଏବଂ ଅନ୍ୟ ମହାକାଶଚାରୀମାନେ ବୈଜ୍ଞାନିକ ପରୀକ୍ଷଣ କରିବେ ଏବଂ ପୃଥିବୀର ଲୋକଙ୍କ ସହିତ ଭାବ ବିନିମୟ କରିବେ ।
"ଏହା ମଧ୍ୟ ଭାରତର ମହାକାଶ ଯାତ୍ରାର ଏକ ପର୍ଯ୍ୟାୟ । ମୁଁ ଆପଣଙ୍କ ସହିତ କଥାବାର୍ତ୍ତା କରିବି । ଆସନ୍ତୁ ଏହି ଯାତ୍ରାକୁ ରୋମାଞ୍ଚକର କରିବା । ମୁଁ ତ୍ରିରଙ୍ଗା ବହନ କରୁଛି ଏବଂ ମୁଁ ଆପଣଙ୍କ ସମସ୍ତଙ୍କୁ ମୋ ସହିତ ବହନ କରୁଛି । ଆଗାମୀ 14 ଦିନ ରୋମାଞ୍ଚକର ହେବ," ।