Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନଭେମ୍ବର ୧୬ରୁ ୨୧ ପର୍ଯ୍ୟନ୍ତ  ବ୍ରାଜିଲ, ନାଇଜେରିଆ, ଗୁଏନା ଗସ୍ତ କରିବେ ମୋଦି

International

ନଭେମ୍ବର ୧୬ରୁ ୨୧ ପର୍ଯ୍ୟନ୍ତ  ବ୍ରାଜିଲ, ନାଇଜେରିଆ, ଗୁଏନା ଗସ୍ତ କରିବେ ମୋଦି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନଭେମ୍ବର ୧୬ରୁ ୨୧ ପର୍ଯ୍ୟନ୍ତ  ବ୍ରାଜିଲ, ନାଇଜେରିଆ, ଗୁଏନା ଗସ୍ତ କରିବେ ମୋଦି

ଅର୍ଗସ ବ୍ୟୁରୋ:  ଆଜିଠାରୁ ୬ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ତିନିଟି ଦେଶକୁ ଯିବେ। ନଭେମ୍ବର ୧୬ରୁ ୨୧ ପର୍ଯ୍ୟନ୍ତ  ବ୍ରାଜିଲ, ନାଇଜେରିଆ, ଗୁଏନା ଗସ୍ତ କରିବେ। ନଭେମ୍ବର ୧୮ ଏବଂ ୧୯ରେ ବ୍ରାଜିଲରେ ଅନୁଷ୍ଠିତ ହେଉଥିବା ୧୯ତମ ଜି-୨୦ ସମିଟ୍ ରେ ଯୋଗ ଦେବେ। ୨୦୧୪ଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ତୃତୀୟ ବ୍ରାଜିଲ୍ ଗସ୍ତ। ଏଥର ଜି-୨୦ ସମିଟ୍ ରେ ସଦସ୍ୟ ରାଷ୍ଟ୍ର ରୂପେ ପ୍ରଥମ ଥର ପାଇଁ ଆଫ୍ରିକାନ ଇଉନିୟନ୍ ଦେଶ ସମୂହ ଯୋଗ ଦେବେ। ବ୍ରାଜିଲ୍ ଜି-୨୦ ସମିଟ୍ ରେ ପ୍ରଧାନମନ୍ତ୍ରୀ ମୋଦି ବୈଶ୍ବିୟିକ ପରିସ୍ଥିତିରେ ଭାରତର ଆଭିମୁଖ୍ୟକୁ ନେଇ ସମ୍ବୋଧନ କରିବେ।

ନଭେମ୍ବର ୧୬ରେ ନାଇଜେରିଆ ଏବଂ ନଭେମ୍ବର ୨୦ରେ ଗୁଏନା ଗସ୍ତ କରି ଦୁଇ ଆଫ୍ରିକୀୟ ଦେଶ ସହିତ ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବା ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ତେବେ ୫୬ ବର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀ ଗୁଏନା ଯାତ୍ରା କରୁଥିବାରୁ ଏହା ଗୁରୁତ୍ବପୂର୍ଣ ବୋଲି କୁହାଯାଉଛି। ସେହିପରି ୧୭ ବର୍ଷର ବ୍ୟବଧାନରେ ଭାରତର ପ୍ରଧାନମନ୍ତ୍ରୀ ନାଇଜେରିଆ ଗସ୍ତ କରୁଥିବାର ବୈଦେଶିକ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi to embark on 6-day visit to Nigeria, Brazil & Guyana today | Argus News