ଥାଇଲାଣ୍ତରେ ଭାରତୀୟ କଳା ଓ ସଂସ୍କୃତିର ଝଲକ, ଅଭିଭୂତ ହେଲେ ପ୍ରଧାନମନ୍ତ୍ରୀ

ଥାଇଲାଣ୍ଡରେ ମଞ୍ଚସ୍ଥ ହେଲା ରାମାୟଣ । ପ୍ରଧାନମନ୍ତ୍ରୀ ମୋଦି ଥାଇଲାଣ୍ଡ ଗସ୍ତରେ ଥିବାବେଳେ ତାଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ ଥାଇ କଲାକାରଙ୍କ ଦ୍ୱାରା ଥାଇ ରାମାୟଣ ପ୍ରଦର୍ଶନ କରାଯାଇଛି । ଭାରତୀୟ କଳା ଓ ସଂସ୍କୃତିର ଝଲକ ଦେଖିଥିଲେ ପିଏମ୍ ମୋଦି । ଆଜି ଥାଇଲାଣ୍ଡରେ ହେବାକୁ ଥିବା ବିମଷ୍ଟେକ୍ ସମ୍ମିଳନୀରେ ଯୋଗ ଦେବେ ପିଏମ୍ ।
ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ରାମାୟଣ, ଭାରତନାଟ୍ୟମ୍ ପରିବେଷଣ କରି ଖୁବ ଗର୍ବ ଅନୁଭବ କରୁଥିବା କହିଛନ୍ତି ଥାଇ କଳାକାର । ଥାଇ ଶାସ୍ତ୍ରୀୟ ଏବଂ ଭାରତନାଟ୍ୟମର ମିଶ୍ରଣ ଉପସ୍ଥାପନ କରୁଥିବାରୁ ବହୁତ ଖୁସି ଅନୁଭବ କରୁଥିବା କହିଛନ୍ତି ।
#WATCH | Bangkok, Thailand | One of the artists who performed the Thai version of the Ramayana, Ramakien, says, "...Today, we are very happy that we present Ramayana and Ramakien and the combination of both Thai Classical and Bharatnatyam in front of the PM and other… https://t.co/YLsiJBB0O1 pic.twitter.com/7MTXDDi1k1
📱 Get Argus News App
✨ବେ ଅଫ୍ ବେଙ୍ଗଲ ଇନିସିଏଟିଭ ଫର ମଲ୍ଟି ସେକ୍ଟୋରାଲ ଟେକ୍ନିକାଲ୍ ଆଣ୍ଡ ଇକୋନୋମିକ କୋଅପରେସନ ଶିଖର ସମ୍ମିଳନୀ ଆସନ୍ତା ୪ ତାରିଖରୁ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଆୟୋଜିତ ହେବାକୁ ଯାଉଛି । ପୂର୍ବରୁ ଏହି ସମ୍ମିଳନୀ ୨୦୨୨ ମାର୍ଚ୍ଚ ୩୦ରେ କଲୋମ୍ବୋରେ ଆୟୋଜିତ ହୋଇଥିଲା । ୩ ବର୍ଷ ପରେ ହେବାକୁ ଥିବା ଏହି ସମ୍ମିଳନୀର ଏବର୍ଷର ବିଷୟବସ୍ତୁ ରହିଛି ‘ସମୃଦ୍ଧ, ସ୍ଥିର ଏବଂ ମୁକ୍ତ ବିମଷ୍ଟେକ’ । ବିମଷ୍ଟେକରେ ମୋଟ ୭ଟି ରାଷ୍ଟ୍ର ସଦସ୍ୟଭୁକ୍ତ ଅଛନ୍ତି ।
ଭାରତ ସହ ବାଂଲାଦେଶ, ଭୁଟାନ, ମିଆଁମାର, ନେପାଳ, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡ ଏଥିଲେ ସଦସ୍ୟ ଅଛନ୍ତି । ଥାଇଲାଣ୍ଡ ପରେ ଶ୍ରୀଲଙ୍କା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତ ସମୟରେ ଶ୍ରୀଲଙ୍କା ପୂର୍ଵ ବନ୍ଦରଗାହ ଜିଲ୍ଲାର ତ୍ରିକୋମାଲିରେ ସାମପୁର୍ ସୋଲାର୍ ପାୱାର୍ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏ ନେଇ ପୂର୍ବରୁ ଏମଓୟୁ ହୋଇଥିଲା ।