Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବ୍ୟାଙ୍କକରେ ବିମଷ୍ଟେକ ସମ୍ମିଳନୀରେ ସାମିଲ ହେବେ ପିଏମ ମୋଦି

International

ବ୍ୟାଙ୍କକରେ ବିମଷ୍ଟେକ ସମ୍ମିଳନୀରେ ସାମିଲ ହେବେ ପିଏମ ମୋଦି

Rashmita Mishra
Browse all articles by Rashmita Mishra
·1 year ago·1 min read
ବ୍ୟାଙ୍କକରେ ବିମଷ୍ଟେକ ସମ୍ମିଳନୀରେ ସାମିଲ ହେବେ ପିଏମ ମୋଦି

ଆଜି ପ୍ରଧାନମନ୍ତ୍ରୀଙ୍କ ଥାଇଲାଣ୍ଡ ଗସ୍ତ। ବ୍ୟାଙ୍କକରେ ବିମଷ୍ଟେକ ସମ୍ମିଳନୀରେ ସାମିଲ ହେବେ ମୋଦି। ଆସନ୍ତାକାଲିଠାରୁ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଆୟୋଜିତ ହେବାକୁ ଯାଉଛି ଶିଖର ସମ୍ମିଳନୀ। ସଦସ୍ୟଭୁକ୍ତ ରାଷ୍ଟ୍ରନେତାଙ୍କ ସହ ଦ୍ବିପାକ୍ଷିକ ସମ୍ମିଳନୀ କରିବେ ପ୍ରଧାନମନ୍ତ୍ରୀ ।

ବ୍ୟାଙ୍କକରେ ବିମଷ୍ଟେକ ସମ୍ମିଳନୀରେ ସାମିଲ ହେବେ ପିଏମ ମୋଦି । ଏଥିପାଇଁ ଆଜି ଥାଇଲାଣ୍ଡ ଅଭିମୁଖେ ଯାତ୍ରା କରିବେ ମୋଦି । ବେ ଅଫ୍‌ ବେଙ୍ଗଲ ଇନିସିଏଟିଭ ଫର ମଲ୍ଟି ସେକ୍ଟୋରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ କୋଅପରେସନ ଶିଖର ସମ୍ମିଳନୀ ଆସନ୍ତା ୪ ତାରିଖରୁ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଆୟୋଜିତ ହେବାକୁ ଯାଉଛି ।

ପୂର୍ବରୁ ଏହି ସମ୍ମିଳନୀ ୨୦୨୨ ମାର୍ଚ୍ଚ ୩୦ରେ କଲୋମ୍ବୋରେ ଆୟୋଜିତ ହୋଇଥିଲା। ୩ ବର୍ଷ ପରେ ହେବାକୁ ଥିବା ଏହି ସମ୍ମିଳନୀର ଏବର୍ଷର ବିଷୟବସ୍ତୁ ରହିଛି ‘ସମୃଦ୍ଧ, ସ୍ଥିର ଏବଂ ମୁକ୍ତ ବିମଷ୍ଟେକ’ । ଆଞ୍ଚଳିକ ଏକତ୍ରୀକରଣ ଏବଂ ଆର୍ଥିକ ସହଯୋଗ ପାଇଁ ଏହି ମଞ୍ କାର୍ଯ୍ୟ କରି ଆସୁଛି । ବିମଷ୍ଟେକରେ ମୋଟ ୭ଟି ରାଷ୍ଟ୍ର ସଦସ୍ୟଭୁକ୍ତ ଅଛନ୍ତି । ଭାରତ ସହ ବାଂଲାଦେଶ, ଭୁଟାନ, ମିଆଁମାର, ନେପାଳ, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡ ଏଥିଲେ ସଦସ୍ୟ ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pm-modis-visit-to-thailand-today | Argus News