Videos
|
International

ଟ୍ରମ୍ପଙ୍କ ସହ ମୋଦିଙ୍କ ସମ୍ପର୍କ ଏତେ ନିବିଡ଼ ହେଲା କେମିତି ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·3 min read
ଟ୍ରମ୍ପଙ୍କ ସହ ମୋଦିଙ୍କ ସମ୍ପର୍କ ଏତେ ନିବିଡ଼ ହେଲା କେମିତି ?

Key Points

  • ଟ୍ରମ୍ପଙ୍କ ସହ ମୋଦିଙ୍କ ସମ୍ପର୍କ ଏତେ ନିବିଡ଼ ହେଲା କେମିତି ?
  • କାହିଁକି ବାରମ୍ବାର ମୋଦିଙ୍କୁ ଭଲ ବନ୍ଧୁ କହନ୍ତି ଟ୍ରମ୍ପ ?
  • ନିର୍ବାଚନ ପୂର୍ବରୁ...ପରେ ଗୋଟିଏ କଥା....ମୋଦି ହିଁ ମୋର ବନ୍ଧୁ

ଅର୍ଗସ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ରେଜଲ୍ଟକୁ ନେଇ ଯେତିକି ଚର୍ଚ୍ଚା ମୋଦି ଓ ଟ୍ରମ୍ପଙ୍କ ସମ୍ପର୍କକୁ ନେଇ ବି ସେତିକି ଚର୍ଚ୍ଚା । କାରଣ ଟ୍ରମ୍ପ ନିର୍ବାଚନରେ ବିଜୟ ହେବା ପରେ ମୋଦି ନିଜ ଏକ୍ସ ପେଜରେ ଟ୍ଵିଟ କରି ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଦିନରେ ଭାରତ-ଆମେରିକା ମିଶିକି କାମ କରିବେ ବୋଲି କହିଛନ୍ତି । 

ପ୍ରତି ୪ ବର୍ଷରେ ଥରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହୁଏ । ପୂର୍ବ ନିର୍ବାଚନରେ ଟ୍ରମ୍ପ ପ୍ରାର୍ଥୀ ହେବା ପରେ ବି ପରାଜୟ ହୋଇଥିଲେ । ହେଲେ ଏଥର ପ୍ରାର୍ଥୀ ହେବା ସହିତ ନିର୍ବାଚନରେ ବିଜୟ ହୋଇଛନ୍ତି । ଜାନୁଆରୀ ୨୦ ତାରିଖରେ ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ନେବେ ଟ୍ରମ୍ପ ।  ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ମୋଦୀ-ଟ୍ରମ୍ପଙ୍କ ବନ୍ଧୁତା ଚର୍ଚ୍ଚାରେ ରହିଥିଲା । ଉଭୟ ନେତାଙ୍କ କେତେକ ମିଳିତ କାର୍ଯ୍ୟକ୍ରମ ଯଥା ‘ହାଓଡି ମୋଦୀ’ ଏବଂ ‘ନମସ୍ତେ ଟ୍ରମ୍ପ’ରେ ସାମିଲ ହେବା ବିଶ୍ବବ୍ୟାପୀ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିବା ବେଳେ ଏହି ଘନିଷ୍ଠ ସଂପର୍କ ଭାରତ-ଆମେରିକା ସଂପର୍କକୁ ନୂଆ ଉଚ୍ଚତାରେ ପହଞ୍ଚାଇଥିଲା ।  

ଭାରତ ଏବଂ ଆମେରିକା ମଧ୍ୟରେ ଦୃଢ଼ କୂଟନୈତିକ ସମ୍ପର୍କ ଓ ରଣନୀତିକ ସହ‌ଯୋଗ ପାଇଁ   ଟ୍ରମ୍ପ୍‌ ଓ ମୋଦି ପୂର୍ବରୁ ଅନେକ ଗୁରୁତ୍ଵପୂର୍ଣ୍ଣ  ପଦକ୍ଷେପ ନେଇଛନ୍ତି । ଉଭୟ ନେତା ଆତଙ୍କବାଦ କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରିବା ସହ ଆତଙ୍କବାଦକୁ ନେଇ ଦୋମୁହାଁ ନୀତି ଧରିଥିବା ରାଷ୍ଟ୍ରମାନଙ୍କୁ କଡ଼ା ସମାଲୋଚନା କରିଥିବା ନଜିର ରହିଛି । ଏବେ ଟେକ୍ନୋଲୋଜି, ପ୍ରତିରକ୍ଷା, ମହାକାଶ ଓ ବିଭିନ୍ନକ୍ଷେତ୍ରରେ ଭାରତ-ଆମେରିକା ସମ୍ପର୍କକୁ ସୁଦୃଢ଼ ପାଇଁ ଏକାଠି କାମ କରିବେ ଦୁଇ ଦେଶ । ସେପଟେ ଭାରତକୁ ଭୁରୀ ପ୍ରଶଂସା କରିଛନ୍ତି ଟ୍ରମ୍ପ  । କହିଛନ୍ତି, ପୂରା ଦୁନିଆ ମୋଦିଙ୍କୁ ଭଲ ପାଏ । ଭାରତ ଏକ ଅଦ୍ଭୁତ ଦେଶ, ମୋଦି ଜଣେ ଅଦ୍ଭୁତ ବ୍ୟକ୍ତିତ୍ୱ ।

ନିର୍ବାଚନରେ ବିଜୟ ହେବା ପରେ ଫ୍ଲୋରିଡା ସ୍ଥିତ ୱେଷ୍ଟ ପାମ ବିଚରେ ପହଞ୍ଚି ଅଭିଭାଷଣ ରଖି କହିଛନ୍ତି, ଏହା ହେଉଛି ଇତିହାସର ସବୁଠାରୁ ବଡ଼ ରାଜନୈତିକ ମୁହୂର୍ତ୍ତ । ଆମେ ଭୋଟରଙ୍କ ପାଇଁ ସବୁକିଛି ଠିକ୍ କରିବାକୁ ଯାଉଛୁ । ଏହା ଏକ ରାଜନୈତିକ ବିଜୟ । ଏଭଳି ବିଜୟ ଆମେରିକା କେବେ ଦେଖିନାହିଁ । ୪୭ତମ ରାଷ୍ଟ୍ରପତି ଭାବରେ ମୁଁ ପ୍ରତିଦିନ ଆପଣଙ୍କ ପାଇଁ ଲଢ଼ିବି । ଆମେରିକା ପାଇଁ ଏହା ଏକ ବଡ଼ ବିଜୟ, ଯାହା ଆମେରିକାକୁ ପୁଣି ମହାନ କରିବ । ଖାଲି ଏତିକି ନୁହେଁ ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି, 
ମୋର ପ୍ରତି ମୁହୂର୍ତ୍ତ ଆମେରିକା ପାଇଁ ଉତ୍ସର୍ଗ ରହିବ
ଆମେରିକାର ସୀମା ସୁରକ୍ଷିତ ରଖିବୁ 
ଆମେରିକାକୁ ଅନୁପ୍ରବେଶ ବନ୍ଦ ହେବ
ଯୁଦ୍ଧ ବନ୍ଦ ହେବ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିଛି ଏମିତି ବୟାନ ଦେବା ପରେ ଟ୍ରମ୍ପଙ୍କୁ ନେଇ ଚର୍ଚ୍ଚା ଆହୁରି ବଢିଛି । ଖାଲି ଚର୍ଚ୍ଚା ବଢିଛି ତାହା ନୁହେଁ ବରଂ ଆମେରିକାକୁ ସେ କେତେ ଭଲ ପାଆନ୍ତି ତାହା ବି ସ୍ପଷ୍ଟ ହୋଇଛି । ନିର୍ବାଚନ ହେବା ପୂର୍ବରୁ ପ୍ରେସିଡେଣ୍ଟିଆଲ ଡିବେଟ୍‌ ହୋଇଥିଲା । ଏଥିରେ ଟ୍ରମ୍ପ ସ୍ପଷ୍ଟ ଭାବରେ କହିଥିଲେ କି, ଯଦି ହାରିସ ନିର୍ବାଚନ ବିଜୟ ହେଉଛନ୍ତି ତାହାଲେ ତୃତୀୟ ବିଶ୍ଵଯୁଦ୍ଧ ହେବା ସହିତ କମଲା ଚୀନ ରାଷ୍ଟ୍ରପତି ଓ ଋଷିଆର ରାଷ୍ଟ୍ରପତିଙ୍କ ସହ କେମିତି କଥା ହେବାକୁ ହୁଏ ଜାଣନ୍ତି ନାହିଁ । ଏ ସବୁ ଭିତରେ ନିର୍ବାଚନ ଫଳାଫଳ ଆସିଛି । ଟ୍ରମ୍ପଙ୍କ ସପକ୍ଷରେ ଭୋଟ୍‌ ପଡ଼ିଛି । ଆଗାମୀ ଦିନରେ ଭାରତ ଓ ଆମେରିକା କେଉଁ କେଉଁ ନୀତି ଉପରେ କାମ କରିବେ ତାହା ସମୟ କହିବ ।