Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦକୁ ନେଇ ବିଶ୍ବ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଚରମବାଣୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦକୁ ନେଇ ବିଶ୍ବ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଚରମବାଣୀ

Key Points

ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦକୁ ନେଇ ବିଶ୍ବ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଚରମବାଣୀ

ପହଲଗାମ୍ ପ୍ରସଙ୍ଗ ଉଠାଇ କହିଲେ ଆଉ ବାହାନୀ ଚଳିବନି

ମୋଦି କହିଲେ ଗ୍ଲୋବାଲ ସାଉଥ ବିନା ବୈଶୟିକ ସଂସ୍ଥା ଗୁଡ଼ିକର ଅବସ୍ଥା ଯେପରି ବିନା ନେଟୱର୍କ ବାଲ ସିମକାର୍ଡ

ବ୍ରାଜିଲର ରିଓ ଡି ଜେନେରିଓରେ ୧୭ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ । ସମ୍ମିଳନୀରେ ପ୍ରଥମ ଦିନରେ ଆୟୋଜକ ବ୍ରାଜିଲର ରାଷ୍ଟ୍ରପତି ଲୁଲାଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ମୋଦି । ବ୍ରିକ୍ସ ସମ୍ମିଳନୀ ସଦସ୍ୟଭୁକ୍ତ ରାଷ୍ଟ୍ର ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି କରିବା ସହ ବିଶ୍ବପାଇଁ ମଙ୍ଗଳକାରୀ ହେବ ବୋଲି ଏକ୍ସ ପୋଷ୍ଟରେ ଆଶାବ୍ୟକ୍ତ କରିଛନ୍ତି ମୋଦି । ସମ୍ମିଳନୀରେ ପିଏମ ମୋଦି ବିଶ୍ବ ଶାନ୍ତି, ସୁରକ୍ଷା, ଆର୍ଥିକ ସହଯୋଗ ସହ AIର ଉପକଯୋଗ, ଜଳବାୟୁ ପରବର୍ତ୍ତନ ଜନିତ ସମସ୍ୟାର ସମାଧାନ ପାଇଁ ରୋଡମ୍ୟାପ ପ୍ରସଙ୍ଗରେ ଆଲୋଚନା କରିଥିଲେ ।


ଚଳିତବର୍ଷ ପ୍ରଥମଥର ପାଇଁ ବ୍ରିକ୍ସ ସମ୍ମିଳନୀରେ ସଦସ୍ୟଭୁକ୍ତ ରୁଷିଆ ଓ ଚୀର ରାଷ୍ଟ୍ରନେତା ସାମିଲ ହୋଇନାହାଁନ୍ତି । ଉଭୟ ପୁଟିମ ଓ ଜିନପିଙ୍ଗ ବ୍ରିକ୍ସର ବାର୍ଷିକ ବୈଠକରେ ସାମିଲ ହୋଇନଥିବାବେଳେ ରାଷ୍ଟ୍ର ପ୍ରତିନିଧି ବୈଠକରେ ସାମିଲ ହୋଇଛନ୍ତି । ୨୦୦୯ରୁ ବ୍ରାଜିଲ, ରୁଷ, ଭାରତ ଓ ଚୀନର ଆର୍ଥିକ ସହଯୋଗ ଗୋଷ୍ଠୀ ଭାବରେ ବ୍ରିକ୍ସ ଆରମ୍ଭ ହୋଇଥିବାବେଳେ ପରେ ଏଥିରେ ସାମିଲ ହୋଇଥିଲେ ଦକ୍ଷିଣ ଆଫ୍ରିକା , ଇଜିପ୍ଟ, ୟୁଏଇ, ଇଥିଓପିଆ, ଇଣ୍ଡୋନେସିଆ ଏବଂ ଇରାନ । ବିଶ୍ୱ ଶକ୍ତି ସନ୍ତୁଳନରେ ପରିବର୍ତ୍ତନ ଆଣିବାକୁ ବ୍ରିକ୍ସ ସମ୍ମିଳନୀରେ ବଡ଼ ପଦକ୍ଷେପ ନିଆଯିବା ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pms-final-message-to-the-world-community-on-terrorism-at-brics-summit | Argus News