ନିଜ ସହିତ ନିଜେ ଯୁଦ୍ଧ କରୁଛି ପାକିସ୍ତାନ

Key Points
ପାକିସ୍ତାନର ଯୁଦ୍ଧ ସରୁନି
ଭାରତକୁ ପାରିଲେନି, ଏବେ ନିଜ ସହ ଲଢୁଛନ୍ତି
ଭାରତ ସହିତ ଯୁଦ୍ଧରେ ମାଟି କାମୁଡି ପକାଇଥିବା ପାକିସ୍ତାନରେ ଏବେ ଘମାଘୋଟ ଚାଲିଛି ଗୃହଯୁଦ୍ଧ। ବିନା ମୁରବିରେ ଘରର ଅବସ୍ଥା ଯାହା ଏବେ ପାକିସ୍ତାନ ଚାଲିଛି ଠିକ୍ ସେମିତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଓ ସେନା ମୁଖ୍ୟ ମୁନିରଙ୍କ ମଧ୍ୟରେ ପଡୁନି। ତେଣୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୁନୀରଙ୍କ ଗୁପ୍ତଚର ରହିଥିବା ପାକିସ୍ତାନରେ ଚର୍ଚ୍ଚା ହେଉଛି। ପାକିସ୍ତାନ ଗଣମାଧ୍ୟମର ସୂଚନା ଅନୁସାରେ ସେନା ମୁଖ୍ୟ ମୁନୀର ତାଙ୍କର ଜଣେ ସହଯୋଗୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ଦେଇଛନ୍ତି। ଯାହାଙ୍କ ନାମ ବିଲାଲବିନ୍ ସାକିବା। ସିଏ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ଯିଏ ମୁନିରଙ୍କ ଗୁପ୍ତଚର ବୋଲି କୁହାଯାଉଛି।
ସାକିବଙ୍କ କାମ ହେଉଛି କ୍ରିପ୍ଟୋ ଏବଂ ଆର୍ଥିକ ସମ୍ପର୍କିତ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେବେ। କୁହାଯାଉଛି ଏହି ପବଦୀରେ ନିଯୁକ୍ତ ହେବା ପୂର୍ବରୁ ସାକିବ ମୁନିରଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି। କେବଳ ଏତିକି ନୁହେଁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ କ୍ଷମା ମାଗନ୍ତୁ ବୋଲି ମୁନିର ଅଡି ବସିଛନ୍ତି।
📱 Get Argus News App
✨ନିକଟରେ ଏକ ସାକ୍ଷାତକାରରେ ଏମିତି କହିଛନ୍ତି ଇମ୍ରାନ୍ ଖାନଙ୍କ ଜଣେ ନିକଟର ବ୍ୟକ୍ତି ବା ଆମେରିକାରେ ରହୁଥିବା ଡାକ୍ତର ସଲମାନ୍। ସେ କହିଛନ୍ତି ମୁନିରୁ ଚାହୁଁଛନ୍ତି ଇମ୍ରାନ୍ ଖାନ୍ ତାଙ୍କୁ ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି। ହେଲ ଏମିତି କେବେ ହେବ ନାହିଁ। କାରଣ ଏବେ ପାକିସ୍ତାନର ସାଧାରଣ ନାଗିକମାନେ ମୁନିରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ଆମେରିକାରେ ରହୁଥିବା ପାକିସ୍ତାନୀ ମଧ୍ୟ ଏଥିରେ ସାମିଲ ହେବେ। ଆମେରିକା ପକ୍ଷରୁ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ପାଇଁ ପ୍ରୟାସ କରାଯାଉଛି ।
ସେ ଆହୁରି ମଧ୍ୟ ଦାବି କରିଛନ୍ତି ‘୨୦୨୪ରେ ଇମ୍ରାନଙ୍କୁ ୬୬% ଭୋଟ ମିଳିଥିଲା, ଏବେ ଏହି ସମର୍ଥନ ୯୦% ଉପରେ ପହଞ୍ଚିଛି।’ ଦେଶରେ କୌଣସି ଗଣତାନ୍ତ୍ରିକ ସରକାର ନାହିଁ, ସେନା ଏହାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରୁଛି।