Videos
|
International

ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସଙ୍କ ପରଲୋକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସଙ୍କ ପରଲୋକ

ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ଙ୍କ ପରଲୋକ। ନିମୋନିଆରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ ପୋପ୍‌ ଫ୍ରାନ୍ସିସ୍‌। ପ୍ରାୟ ୫ ସପ୍ତାହ ହେଲା ଚିକିତ୍ସାଧୀନ ଥିଲେ। ୮୮ ବର୍ଷ ବୟସରେ ନିଧନ ନେଇ ଭାଟିକାନ ସିଟିର ସୂଚନା। ସକାଳ ୭ଟା ୩୫ ମିନିଟ୍‌ରେ ମୃତ୍ୟୁ ନେଇ ସୂଚନା। ଇଷ୍ଟର ଶୁଭେଚ୍ଚା ଜଣାଇବା ପରେ ପରେ ପରଲୋକ । ତାଙ୍କର ଉଭୟ ଫୁସଫୁସେ ନିମୋନିଆରେ ସଂକ୍ରମିତ ହୋଇଥିଲା । ଯାହା ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ସେ ଦୀର୍ଘ ସମୟ ଧରି ହସ୍ପିଟାଲରେ ଥିଲେ । ନିକଟରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।


୨୦୨୧ ମସିହାରେ ସେ ରୋମର ଇସି ଜେମେଲୀ ହସ୍ପିଟାଲରେ ୧୦ ଦିନ ପାଇଁ ଭର୍ତ୍ତି ହୋଇଥିଲେ। ଭାଟିକାନ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ପୋପ ଫ୍ରାନ୍ସିସ୍ ସୋମବାର, ୨୧ ଅପ୍ରେଲ ୨୦୨୫ରେ ୮୮ ବର୍ଷରେ ଭାଟିକାନର କାସା ସାନ୍ତା ମାର୍ଟା ସ୍ଥିତ ନିଜ ନିବାସରେ ଦେହତ୍ୟାଗ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


pope-francis-dies-at-88-vatican-announces-news | Argus News