Videos
|
International

ଆଜି କରାଯିବ ପୋପ୍ ଫ୍ରାନସିସ୍ ଙ୍କ ଅନ୍ତିମ ସଂସ୍କାର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜି କରାଯିବ ପୋପ୍ ଫ୍ରାନସିସ୍ ଙ୍କ ଅନ୍ତିମ ସଂସ୍କାର

ଆଜି ପୋପ୍ ଫ୍ରାନସିସ୍ ଙ୍କ ଅନ୍ତିମ ସଂସ୍କାର କରାଯିବ। ଏଥିପାଇଁ ରୋମ୍ ରେ ପହଞ୍ଚିବାରେ ଲାଗିଛନ୍ତି ବିଭିନ୍ନ ଦେଶର ପ୍ରତିନିଧି, ଖ୍ରୀଷ୍ଟ ଧର୍ମର ଧର୍ମଯାଜକ ଓ ତୀର୍ଥଯାତ୍ରୀ। । ଆଜି ପର୍ଯ୍ୟନ୍ତ ସେଣ୍ଟ ପିଟର୍ସ ସ୍କୋୟାରରେ ପୋପ୍ ଙ୍କ ପାର୍ଥିବ ଶରୀର ରଖାଯାଇଥିଲା। ଏଠାରେ ସାଧାରଣ ଲୋକେ ପୋପଙ୍କ ଅନ୍ତିମ ଦର୍ଶନ କରିଥିଲେ। ତାଙ୍କ ଅନ୍ତିମ ସଂସ୍କାରରେ ଭାରତ ସରକାରଙ୍କ ପକ୍ଷରୁ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସେ ୨ ଦିନିଆ ଗସ୍ତରେ ରୋମ୍ ଯାଇଛନ୍ତି । 

ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ, ବ୍ରିଟେନର ପିଏମ୍ ଷ୍ଟାର୍ କିରମର୍‌, ଫ୍ରାନସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ୟୁକ୍ରେନର ରାଷ୍ଟ୍ରପତି ଜେନେନସ୍କି ପ୍ରମୁଖ ପୋପଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ଅନ୍ତିମ ବିଦାୟ ଦେବେ। ଗତ ସୋମବାର ପୋପ୍ ଙ୍କ ପରଲୋକ ହୋଇଥିଲା। କିଛି ଦିନ ଧରି ସେ ନିମୋନିଆରେ ପୀଡ଼ିତ ଥିଲେ ଏବଂ ଗତ ସୋମବାର ୮୮ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ଭାଟିକାନ ସିଟି ର ମାରିଆ ମାଗିଓରେ ଚର୍ଚ୍ଚରେ ତାଙ୍କୁ କବର ଦିଆଯିବ। ସାଧାରଣତଃ ସମସ୍ତ ପୋପଙ୍କୁ ସେଣ୍ଟ ପିଟର୍ସ ର ବାସିଲିକାରେ କବର ଦିଆଯାଇଥାଏ। କିନ୍ତୁ ମାରିଆ ମାଗିଓ ଚର୍ଚ୍ଚରେ କବର ପାଇଁ ଆଗରୁ ଇଚ୍ଛା ପ୍ରକାଶ କରିଥିଲେ ପୋପ୍ । ତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଏହି ଚର୍ଚ୍ଚରେ ତାଙ୍କୁ କବର ଦିଆଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
pope-franciss-funeral-today-world-leaders-thousands-to-pay-last-respects | Argus News