ହମାସ୍ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବନ୍ଦ ହେବା ନେଇ ସମ୍ଭାବନା ସୃଷ୍ଟି

ଅର୍ଗସ ବ୍ୟୁରୋ: ଦେଢ ବର୍ଷ ପରେ ବନ୍ଦ ହେବ ଇସ୍ରାଏଲ-ଗାଜା ଯୁଦ୍ଧ । ଯୁଦ୍ଧବିରତି ଚୁକ୍ତି କରିବାକୁ ଉଭୟ ଦେଶର ସମ୍ମତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ନିଷ୍ପତ୍ତିକୁ ନେଇ ବିଶ୍ବରେ ଚର୍ଚ୍ଚା । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଯୋଗୁ ୫୦ ହଜାରରୁ ହଜାରରୁ ଅଧିକ ଜୀବନ ଯାଇଛି । ୨୦୨୩ ଅକ୍ଟୋବର ୬ ତାରିଖରେ ଇସ୍ରାଏଲ ଉପରେ ହଠାତ ଆକ୍ରମଣ କରିଥିଲା ଗାଜାର ନେତୃତାଧିନ ହମାସ ସରକାର। ।
ଏହି ଆକ୍ରମଣରେ ୧୨୦୦ ଇସ୍ରାଏଲ ସୈନିକଙ୍କ ଜୀବନ ଯାଇଥିଲା । ଏବଂ ୨୫୦ରୁ ଅଧିକ ଲୋକଙ୍କ ପଣବନ୍ଦୀ କରିନେଇଥିଲା ହମାସ। ହମାସର ଆକ୍ରମଣ ପରେ ଇସ୍ରାଏଲ ପାଲଟା ଆକ୍ରମଣ ଜାରି ରହିଛି ।ଏବେ ସୁଦ୍ଧା ଇସ୍ରାଲଲ ଆକ୍ରମଣରେ ୪୬୭ ହଜାର ଲୋକଙ୍କ ମୃତ୍ୟ ହୋଇଛି । ଆମେରିକାର କୁଟନୀତି ବଳରେ ଯୁଦ୍ଧରେ ବିରତି ପଡିବ ବୋଲି କୁହାଯାଉଛି। ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୂଚନା ଦେଇଛନ୍ତି । ବାଇଡେନ କହିଛନ୍ତି, ୩ଟି ପର୍ଯ୍ୟାୟରେ ଯୁଦ୍ଧ ବନ୍ଦ ନେଇ ଚୁକ୍ତି କରାଯିବ।
📱 Get Argus News App
✨ପ୍ରଥମ ଡିଲରେ ଇସ୍ରାଏଲର ବନ୍ଧକମାନଙ୍କୁ ହମାସ ମୁକ୍ତ କରିବା ଉପରେ ରହିବ। ତେବେ ଆଗାମୀ ୬ ସପ୍ତାହ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ନେଇ ବାକି ବୁଝାମଣା ହେବ । ଯାହା ଦ୍ବାରା ଯୁଦ୍ଧ ପୁରା ବନ୍ଦ ହୋଇଯିବ ବୋଲି କହିଛନ୍ତି ବାଇଡେନ । ଟ୍ରମ୍ପଙ୍କ ବିଜୟ ପରେ ଇସ୍ରାଏଲର ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ଆତଙ୍କବାଦୀ ସଙ୍ଗଠନ ହମାସକୁ ଚେତାବନୀ ଦେଇଥିଲେ ଟ୍ରମ୍ପ । ନଚେତ ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଧମକ ମଧ୍ୟ ଦେଇଥିଲେ । ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଯୁଦ୍ଧ ବନ୍ଦ ନେଇ ଦୁଇ ଦେଶର ନିଷ୍ପତ୍ତି ମଧ୍ୟ ପ୍ରାଚ୍ୟ ଶାନ୍ତି ଫେରାଇ ଆଣିବ ବୋଲି କୁହାଯାଉଛି। ଏହି ନିଷ୍ପତିଙ୍କୁ ଜାତିସଂଘ ସ୍ବାଗତ ଜଣାଇଛି ।
