ଜାପାନରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୯

ଜାପାନ: ଜାପାନରେ ଭୟଙ୍କର ଭୂକମ୍ପ ଅନୁଭବ ହୋଇଛି। ଦକ୍ଷିଣ ଜାପାନରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରାଯାଇଛି।
ଜାପାନରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୯ ରେ ମାପ କରାଯାଇଛି । ଭୂକମ୍ପ ଯୋଗୁଁ ସୁନାମି ଚେତାବନୀ ମଧ୍ୟ ଦିଆଯାଇଛି। ଦକ୍ଷିଣ ଜାପାନରେ କମ୍ପନ ଅନୁଭୂତ ହୋଇଛି। ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ ଗୁରୁବାର ଦିନ ଜାପାନର ଦକ୍ଷିଣ ଦ୍ୱୀପପୁଞ୍ଜରେ ଦୁଇଟି ବଡ଼ ଭୂକମ୍ପ ହୋଇଛି । ପ୍ରଥମ ଭୂକମ୍ପ ୬.୯ ମ୍ୟାଗ୍ନିଚ୍ୟୁଡର ଥିଲା। ଏହାର କିଛି ସମୟ ପରେ, ଦ୍ୱିତୀୟ ଭୂକମ୍ପ ହୋଇଥିଲା ଯାହାର ତୀବ୍ରତା ୭.୧ ଥିଲା । ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳ ମିୟାଜାକି, କୋଚି, ଇହିମ, କାଗୋସିମା ଏବଂ ଆଇଟା ଠାରେ ମଧ୍ୟ ସୁନାମି ସତର୍କ ସୂଚନା ଜାରି କରାଯାଇଛି ।
କାହିଁକି ଭୂକମ୍ପ ହୁଏ
ପୃଥିବୀ ଟେକ୍ଟୋନିକ୍ ପ୍ଲେଟରେ ଅବସ୍ଥିତ ଏହା ତଳେ ତରଳ ଲାଭା । ଏହି ପ୍ଲେଟଗୁଡିକ କ୍ରମାଗତ ଭାବରେ ଭାସିଥାଏ ଏବଂ ବେଳେବେଳେ ପରସ୍ପର ସହିତ ଧକ୍କା ହୁଏ । ବାରମ୍ବାର ଧକ୍କା ହେତୁ ବେଳେବେଳେ ପ୍ଲେଟଗୁଡିକର କୋଣଗୁଡ଼ିକ ବଙ୍କା ହୋଇଯାଏ ଏବଂ ଯେତେବେଳେ ଅତ୍ୟଧିକ ଚାପ ଥାଏ ଏହି ପ୍ଲେଟଗୁଡିକ ଭାଙ୍ଗିବା ଆରମ୍ଭ କରେ । ଏପରି ପରିସ୍ଥିତିରେ ବାପାରି ହୋଇଥିବା ଶକ୍ତି ଏକ ବାଟ ଖୋଜିଥାଏ ଏବଂ ଏହି ବିଶୃଙ୍ଖଳା ପରେ ଏକ ଭୂକମ୍ପ ଘଟିଥାଏ ।
📱 Get Argus News App
✨ଅଧିକ ପଢ଼ନ୍ତୁ ବିଦେଶ ଖବର: