Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Trump Account / ରାଷ୍ଟ୍ରପତିଙ୍କ ବଡ଼ ଅଫର, ଜନ୍ମ ହେଲା ଛୁଆଙ୍କୁ 'ଟ୍ରମ୍ପ ଆକାଉଣ୍ଟ'ରୁ ଆସିବ ପୁଳା ପୁଳା ଟଙ୍କା

Banajyotshna Ray
Browse all articles by Banajyotshna Ray
·5 months ago·2 min read
ରାଷ୍ଟ୍ରପତିଙ୍କ ବଡ଼ ଅଫର, ଜନ୍ମ ହେଲା ଛୁଆଙ୍କୁ 'ଟ୍ରମ୍ପ ଆକାଉଣ୍ଟ'ରୁ ଆସିବ ପୁଳା ପୁଳା ଟଙ୍କା
Trump Account

Key Points

ଜନ୍ମିତ ପିଲାଙ୍କୁ ମିଳିବ ୯୨ ହଜାର
ବଡ଼ ଘୋଷଣା କଲେ ଟ୍ରମ୍ପ ସରକାର
ସରକାରଙ୍କ ବଡ଼ ଘୋଷଣା। ଜନ୍ମିତ ପିଲାଙ୍କୁ ମିଳିବ ଟଙ୍କା। ସେପୁଣି ୯୨ ହଜାର ଟଙ୍କା ଦେବେ ସରକାର। ଏଭଳି ଖବର ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ। ଏହା ଦ୍ୱାରା ପ୍ରତି ବର୍ଷ ପ୍ରାୟ ୩୬ ଲକ୍ଷ ନବଜାତକ ଲାଭାନ୍ୱିତ ହେବେ।ଯୋଜନାର ଉଦ୍ଦେଶ୍ୟ ପିଲାଙ୍କୁ ଆର୍ଥିକ ସୁଦୃଢ଼ କରିବା ଏବଂ ଲମ୍ୱା ସମୟ ଯାଏ ନିବେଶ ଜରିଆରେ ଧନ ବୃଦ୍ଧି କରିବା। ଫଳରେ ସେମାନେ ୧୮ ବର୍ଷ ବୟସରେ ଅଧ୍ୟୟନ, ବ୍ୟବସାୟ ଆରମ୍ଭ କରିବେ ଏବଂ ଘର କିଣା କିମ୍ୱା ଅନ୍ୟ ଆବଶ୍ୟକ ନିମନ୍ତେ ପାଣ୍ଠିର ଉପଯୋଗ କରିପାରିବେ।

ଆମେରିକାରେ ଜନ୍ମ ନେଇଥିବା ଶିଶୁଙ୍କୁ ସରକାର ୯୨ ହଜାର ଟଙ୍କା ଦେବେ। ପିଲାଙ୍କ ନାଁରେ ଏକ ସ୍ୱତନ୍ତ୍ର ଆକାଉଣ୍ଟ ଖୋଲି ଏହି ଅର୍ଥ ସେଥିରେ ଜମା ହେବ। ରାଷ୍ଟ୍ରପତି ହୋନାଲ୍ଡ ଟ୍ରମ୍ପ ଗତ ବର୍ଷ ଏହି ଯୋଜନା ଆରମ୍ଭ କରିଥିଲେ। ଏବେ ଏହାକୁ ଆମେରିକାର ବଡ଼ ବଡ଼ କମ୍ପାନି ସମର୍ଥନ କରୁଛନ୍ତି। ଏହି ଯୋଜନାକୁ 'ଟ୍ରମ୍ପ ଆକାଉଣ୍ଟ' କୁହାଯାଏ। ଟ୍ରମ୍ପଙ୍କ ଅନୁସାରେ, ପ୍ରତ୍ୟେକ ରାଷ୍ଟ୍ରପତି ଆମ ଆଗାମୀ ପିଢ଼ିକୁ କେବଳ ଋଣ ଦେଇଛନ୍ତି। କିନ୍ତୁ ଆମ ସରକାର ପ୍ରତି ପିଲାକୁ ପ୍ରକୃତ ସମ୍ପତ୍ତି ଓ ଆର୍ଥିକ ସ୍ୱାଧୀନତାର ସୁଯୋଗ ଦେବେ। କେବଳ ଟ୍ରମ୍ପ ପ୍ରଶାସନରେ ଜନ୍ମିତ ପିଲାଙ୍କୁ ୯୨ ହଜାର ଟଙ୍କା ମିଳିବ।ମାତାପିତାଙ୍କ ପ୍ରବାସ ସ୍ଥିତି ସହ ଏହାର କୌଣସି ନେଣଦେଣ ନାହିଁ। ଯେକୌଣସି ଅଭିଭାବକ ଏହି ଆକାଉଣ୍ଟ ଖୋଲିପାରିବେ।

ହ୍ୱାଇଟ୍‌ ହାଉସ୍‌ ଅନୁସାରେ, ଏହା ଏକ ଟିକସ-ମୁକ୍ତ ସେଭିଂ ଆକାଉଣ୍ଟ, ଯେଉଁଥିରେ ସରକାର ପିଲାଙ୍କ ଭବିଷ୍ୟତ ପାଇଁ ପ୍ରାରମ୍ଭିକ ନିବେଶ କରିବେ। ଏହି ଆକାଉଣ୍ଟରେ ଜମା ରାଶିକୁ ଶେୟାର ବଜାରରେ ନିବେଶ କରାଯିବ। ଯାହା ଦ୍ୱାରା ସମୟ ସହିତ ଏହା ବଢ଼ିବ। ୧ ଜାନୁଆରୀ ୨୦୨୫ରୁ ୩୧ ଡିସେମ୍ୱର ୨୦୨୮ ମଧ୍ୟରେ ଆମେରିକାରେ ଜନ୍ମିତ ପିଲାଙ୍କୁ ଏହି ଯୋଜନାର ଲାଭ ମିଳିବ।

ଏବେ ଅନେକ ବଡ଼ କମ୍ପାନି ଏହି ଆବଶ୍ୟକ ନିମନ୍ତେ ପାଣ୍ଠିର ଉପଯୋଗ କରିପାରିବେ। ଏବେ ଅନେକ ବଡ଼ କମ୍ପାନି ଏହି ଯୋଜନାକୁ ସମର୍ଥନ କରୁଛନ୍ତି। ବ୍ୟାଙ୍କ ଅଫ୍‌ ଆମେରିକା ଓ ଜେପି ମୋର୍ଗାନ ଚେସ୍‌ ଘୋଷଣା କରିଛନ୍ତି। ସେମାନେ ନିଜ କର୍ମଚାରୀଙ୍କ ପିଲାଙ୍କ ଟ୍ରମ୍ପ ଆକାଉଣ୍ଟରେ ସରକାରଙ୍କ ଭଳି ୧୦୦୦ ଡଲାର ରାଶି ଜମା କରିବେ। ଟ୍ରମ୍ପଙ୍କ ଏହି ଯୋଜନାକୁ ଅନେକ ପସନ୍ଦ କରୁଥିବାବେଳେ କେବଳ ଟ୍ରମ୍ପ ସରକାର ଥିବା ସମୟରେ ହିଁ ଏହା ମିଳିବ।

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Trump Account | President’s Big Offer: Newborns to Get Huge Benefits Through ‘Trump Account’ | Argus News | Argus News