ଆର୍ଜେଣ୍ଟିନା ଗସ୍ତ ସାରି ବ୍ରାଜିଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

Key Points
ବ୍ରାଜିଲରେ ପ୍ରଧାନମନ୍ତ୍ରୀ ମୋଦି
ଆର୍ଜେଣ୍ଟିନା ଗସ୍ତ ସାରି ବ୍ରାଜିଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
୧୭ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ହେବେ ସାମିଲ
ବ୍ରାଜିଲ୍ ସହ ଦ୍ବିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ପାରମ୍ପାରିକ ନୃତ୍ୟରେ ପ୍ରଧାନନ୍ତ୍ରୀଙ୍କୁ ସ୍ବାଗତ କଲେ ପ୍ରବାସୀ
ବ୍ରାଜିଲରେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ତାଙ୍କର ପାଞ୍ଚଟି ରାଷ୍ଟ୍ର ଗସ୍ତରେ ଅଛନ୍ତି। ଏହି କ୍ରମରେ ସେ ଆର୍ଜେଣ୍ଟିନା ଗସ୍ତ ସାରି ବ୍ରାଜିଲରେ ପହଞ୍ଚିଛନ୍ତି । ବ୍ରାଜିଲର ରିଓ ଡି ଜେନେରିଓରେ ହେଉଥିବା ୧୭ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ହେବେ ସାମିଲ । ଗାଲିଓ ଅନ୍ତର୍ଜାତୀୟ ବିମାନବନ୍ଦରରେ ମୋଦି ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ପାରମ୍ପାରିକ ନୃତ୍ୟରେ ପ୍ରବାସୀ ଭାରତୀୟ ମାନେ ପ୍ରଧାନନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପରେ ମୋଦି ବ୍ରାଜିଲର ରାଷ୍ଟ୍ରପତି ଲୁଲାଙ୍କ ନିମନ୍ତ୍ରଣ କ୍ରମେ ରାଜଧାନୀ ବ୍ରାସିଲିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
ଭାରତ ଏବଂ ବ୍ରାଜିଲ ମଧ୍ୟରେ ନୂତନ ଜ୍ଞାନକୌଶଳ ଯେମିତିକି ୟୁପିଆଇ, ଇନଭେଷ୍ଟମେଣ୍ଟ, ଟ୍ରେଡ୍ ଆଦି ସମ୍ପର୍କରେ ରାଷ୍ଟ୍ରପତି ଲୁଲାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ସେହପରୀ ବ୍ରିକ୍ସ ଶିଖର ସମ୍ମିଳନୀରେ ଏଥିରେ ମୁଖ୍ୟ ଏଜେଣ୍ଡା ରହିବ ଭାରତର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ସମ୍ପର୍କରେ ଆଲୋଚନା । ପାକିସ୍ତାନ କରିଥିବା ଏହି ଆକ୍ରମଣରେ ଅନ୍ୟ ଦେଶମାନଙ୍କର ପ୍ରତିକ୍ରିୟା କଣ ରହିଛି, ସେହି ସମ୍ପର୍କରେ ଆଲୋଚନା କରାଯିବ ।