ପାକିସ୍ତାନ କେବଳ ଭାରତ ନୁହେଁ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକୀୟ ପୋଡକାଷ୍ଟ ହୋଷ୍ଟ ଲେକ୍ସ ଫ୍ରିଡମେନଙ୍କ ସହ ଏକ ପୋଡକାଷ୍ଟରେ ଯୋଗଦେଇ ବିଭିନ୍ନ ଦିଗକୁ ନେଇ ଆଲୋଚନା କରିବା ସହ ନିଜର ରାଜନୈତିକ ଅନୁଭୂତି ବର୍ଣ୍ଣନା କରିଛନ୍ତି।
ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ୨୦୦୨ ମସିହାରେ ଘଟିଥିବା ଗୋଧ୍ରା ଘଟଣାକୁ ମନେ ପକାଇ ମତାମତ ରଖିଛନ୍ତି। କହିଛନ୍ତି ମୁଁ ୨୦୦୨ ଫେବ୍ରୁଆରୀ ୨୪ ରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥାଏ। ବିଧାୟକ ହେବାର ୩ ଦିନ ପରେ ଘଟିଥିଲା ଗୋଧ୍ରା ଘଟଣା। ନିରୀହ ଲୋକଙ୍କୁ ହତ୍ୟାକରି ଜାଳି ଦିଆଯାଇଥିଲା। ସେହି ମୁହୁର୍ତ୍ତକୁ ମନେ ପକାଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ।
📱 Get Argus News App
✨ପାକିସ୍ତାନର ଆତଙ୍କବାଦୀ ମାନସିକତାକୁ ନେଇ କହିଛନ୍ତି ପାକିସ୍ତାନର ଆତଙ୍କବାଦୀ ମାନସିକତା କେବଳ ଭାରତ ନୁହେଁ ସାରା ବିଶ୍ୱ ଜାଣି ସାରିଛି। ପାକିସ୍ତାନ କେବଳ ଭାରତ ପାଇଁ ଚିନ୍ତାର ବିଷୟ ନୁହେଁ ସାରା ବିଶ୍ୱ ପାଇଁ ଅଡୁଆ। ଭାରତ ପାକିସ୍ତାନକୁ ବାରମ୍ବାର କହି ଆସିଛି ଆତଙ୍କବାଦୀ ପନ୍ଥାକୁ ଛାଡ଼ିଲେ ଦେଶର ମଙ୍ଗଳ ହେବ। ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ବାରମ୍ବାର ଉଦ୍ୟମ କରାଯାଇଛି। ଏଥିପାଇଁ ମୁଁ ଲାହୋର ଯାଇଛି। ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ପାକିସ୍ତାନକୁ ନିମନ୍ତ୍ରଣ ବି କରାଯାଇଛି। ପାକିସ୍ତାନର ସାଧାରଣ ଲୋକ କେବେ ଚାହୁଁନଥିବେ ସେମାନେ ଏମିତି ହିଂସାକାଣ୍ଡ ଓ ମାରପିଟ୍ ଭିତରେ ବଞ୍ଚିରହିବାକୁ।
A wonderful conversation with @lexfridman, covering a wide range of subjects. Do watch! https://t.co/G9pKE2RJqh
— Narendra Modi (@narendramodi) March 16, 2025
ଆମେରିକା ସହ ସମ୍ପର୍କ ନେଇ କହିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ସୁସମ୍ପର୍କ ରହିଛି। ଟ୍ରମ୍ପଙ୍କୁ ଜଣେ ସାହସୀ ନେତା ବୋଲି ଅଭିହିତ କରିଛନ୍ତି ମୋଦି। ଚାଇନା ପ୍ରସଙ୍ଗରେ କହିଛନ୍ତି ଆମେ ଡିସପୁଟ ନୁହେଁ ଡାଏଲଗ ଚାହୁଁ । ଗୁଜରାଟ ଦଙ୍ଗା ପ୍ରସଙ୍ଗକୁ ନେଇ କହିଛନ୍ତି ବିଶ୍ବରେ ଏମିତି କିଛି ଆତଙ୍କବାଦୀ କାର୍ଯ୍ୟକଳାପର ବଡ଼ ଘଟଣା ମାନ ଘଟିଥିଲା । ଯାହା ସେତେବେଳେ ଇନ୍ଧନ ଯୋଗାଇଥିଲା ଗୁଜରାଟ ଦଙ୍ଗାକୁ।
ଭାରତର ଲୋକତନ୍ତ୍ରକୁ ନେଇ କହିଛନ୍ତି ମୁଁ ଯେତେବେଳେ ବିଦେଶରେ ବିଭିନ୍ନ ବଡ଼ବଡ଼ ନେତାଙ୍କ ସହିତ ହାତ ମିଳାଏ ସେତେବେଳେ ମତେ ଲାଗେ ମୁଁ ନୁହେଁ ସମଗ୍ର ଭାରତୀୟ ହାତ ମିଶାଉଛନ୍ତି। ମୋ ସାହସ ମୋ ନାମ ନୁହେଁ, ମୋ ସମସ୍ତ ଭାରତୀୟ।