ସାରା ବିଶ୍ଵରେ ବଢୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା
·1 year ago

ଅର୍ଗସ ବ୍ୟୁରୋ: ସାରା ବିଶ୍ବରେ ବଢୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ଗୟାନା ଓ ବାର୍ବାଡୋସ ପକ୍ଷରୁ ସମ୍ମାନିତ ହେବେ ମୋଦି। ପ୍ରଧାନମନ୍ତ୍ରୀଙ୍କୁ ମିଳିବ ଗୟାନାର ସର୍ବୋଚ୍ଚ ସମ୍ମାନ। 'ଦ ଅର୍ଡର ଅଫ୍ ଏକ୍ସଲେନ୍ସ` ସମାନ୍ନରେ ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୟାନା ବିମାନ ବନ୍ଦରରେ ପହଞ୍ଚିବା ପରେ ପିଏମ ମୋଦିଙ୍କୁ ଗୟାନାର ରାଷ୍ଟ୍ରପତି ମହମ୍ମଦ ଇରଫାନ ଅଲ୍ଲୀ ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ଦ୍ବାରା ଭବ୍ୟ ସ୍ବାଗତ କରାଯାଇଛି। ଗୟାନାର ଜର୍ଜଟାଉନରେ ମୋଦିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଗୟାନାର ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ। ଏହା ସହ ଗୟାନା ସଂସଦର ଏକ ବିଶେଷ ଅଧିବେଶନକୁ ସମ୍ବୋଧିତ କରିବେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: