Videos
|
International

କର୍ମଚାରୀଙ୍କ ସମ୍ପତ୍ତି ଦେଖି ତାଜୁବ ହେଲେ ପ୍ରଧାନମନ୍ତ୍ରୀ ଶେଖ ହସିନା

Ritu Das
Browse all articles by Ritu Das
·2 years ago·1 min read
କର୍ମଚାରୀଙ୍କ ସମ୍ପତ୍ତି ଦେଖି ତାଜୁବ ହେଲେ ପ୍ରଧାନମନ୍ତ୍ରୀ ଶେଖ ହସିନା

ଅର୍ଗସ ବ୍ୟୁରୋ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଘରେ ସହାୟକ ଭାବେ କାମ କରୁଥିବା ଜଣେ ବ୍ୟକ୍ତି କୋଟିପତି ହୋଇଯାଇଛନ୍ତି। ଆପଣ ଭାବିବେ କୋଟିପତି ତ ହେଲେ ସେଥିରେ କଣ ହେଲା। ବାସ୍ତବରେ ଏହି ସହାୟକଜଣକ ଏବେ ନିଜସ୍ୱ ବିମାନ କିଣିଥିବାବେଳେ ବର୍ତ୍ତମାନ ଆମେରିକାରେ ରହୁଛନ୍ତି। ଯେତେବେଳେ ଶେଖ ହସିନା ଏହା ଜାଣିଲେ, ସେ ନିଜେ ଆଶ୍ଚର୍ଯ୍ୟ ହୋଇଗଲେ।  ସେ କହିଛନ୍ତି ଯେ ଯେଉଁଠାରେ ଜଣେ ସାଧାରଣ ଲୋକକୁ ଏତେ ଟଙ୍କା ରୋଜଗାର କରିବାକୁ ୧୩ ହଜାର ବର୍ଷ ଲାଗିବ, ସେ କିପରି ଏତେ ପରିମାଣର ରୋଜଗାର କଲେ। 

ଏହି ବ୍ୟକ୍ତି ବର୍ତ୍ତମାନ ଆମେରିକାକୁ ପଳାଇଯାଇଥିବାବେଳେ ତାଙ୍କ ସମ୍ପତ୍ତି ପାଖାପାଖି ୨୮୪ କୋଟି ଟଙ୍କା ରହିଛି। ସହାୟକଙ୍କ ବିଷୟରେ ସତ୍ୟ ପଦାକୁ ଆସିବା ପରେ ଶେଖ ହସିନା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। 

ଖବର ଅନୁଯାୟୀ ଏହି ବ୍ୟକ୍ତିଙ୍କ ନାମ ଜାହାଙ୍ଗୀର ଆଲାମ ଏବଂ ଏହା ମଧ୍ୟ ପ୍ରକାଶ ପାଇଛି ଯେ ସେ ଶେଖ ହସିନାଙ୍କ କାର୍ଯ୍ୟାଳୟରେ କାମ କରୁଥିବାବେଳେ ଲୋକଙ୍କଠାରୁ ଟଙ୍କା ଲୁଟ କରୁଥିଲେ, କିନ୍ତୁ ସେ ପ୍ରଧାନମନ୍ତ୍ରୀଙ୍କ ଘରେ ଅତିଥିମାନଙ୍କୁ ଚା, ପାଣି ଏବଂ ସ୍ନାକ୍ସ ପରିବେଷଣ କରୁଥିଲେ। କାମ କରିଦେବା ବାହାନାରେ ସେ ଲୋକଙ୍କଠାରୁ ବିପୁଳ ପରିମାଣର ଟଙ୍କା ସଂଗ୍ରହ କରୁଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Prime Minister | Argus News