Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଵର୍ତ୍ତମାନ ଲୋକମାନେ ଛୋଟ ଘରକୁ ଵେଶି ପସନ୍ଦ କରୁନାହାନ୍ତି

Rashmita Mishra
Browse all articles by Rashmita Mishra
·2 years ago·2 min read
ଵର୍ତ୍ତମାନ ଲୋକମାନେ ଛୋଟ ଘରକୁ ଵେଶି ପସନ୍ଦ କରୁନାହାନ୍ତି

ଅର୍ଗସ ବ୍ୟୁରୋ: ଵତ୍ତମାନ ସମୟରେ ସମସ୍ତେ ଚାହାଁନ୍ତି କି ଭଲରେ ରହିଵା ବିଳାସପୂର୍ଣ୍ଣ ଜୀଵନ ଵିତେଇଵାକୁ । କିଏ କହୁଛିଦେଶର ସମସ୍ତ ଜିନିଷର ଦର ଦାମ ଵୃଦ୍ଧି ପାଇଛି । ଵତ୍ତମାନ ଲୋକମାନେ ଛୋଟ ଘରକୁ ଵେଶି ପସନ୍ଦ କରୁନାହାନ୍ତି କିନ୍ତି ନାହିଁ କିନ୍ତୁ  ସର୍ବଭାରତୀୟ ସମ୍ପତ୍ତି ପରାମର୍ଶଦାତା ନାଇଟ୍ ଫ୍ରାଙ୍କ ଇଣ୍ଡିଆର ଆକଳନ କରିଛନ୍ତି ଆପଣ ଜାଣିଲେ ଵି ଆଶ୍ଚର୍ଯ୍ୟ ହୋଇଯିବେ। ଏହା ସ୍ପଷ୍ଟ ଭାବେରେ ଜଣାପଡିଛି ଯେ ଜାନୁଆରୀ ରୁ ମାର୍ଚ୍ଚ ମାସ ଭିତରେ ବିଳାସପୂର୍ଣ୍ଣ ଘରର ଚାହିଦା ଵହୁ ପରିମାଣରରେ ଵୃଦ୍ଧି ପାଇଛି ଏଵଂ ଅନେକ ଘର ବିକ୍ରି ମଧ୍ୟ ହୋଇଛି ।ଆଉ ଗୋଟିଏ ବର୍ଷ ମଧ୍ୟରେ ଏହାର ମୂଲ୍ୟ ୧୩ ପ୍ରତିଶତକୁ ବୃଦ୍ଧି ପାଇଛି। ନାଇଟ୍ ଫ୍ରାଙ୍କ ଇଣ୍ଡିଆଙ୍କ କହିଵା ଅନୁସାରେ ଏଵେ ଦେଶର ଆଠଟି ପ୍ରମୁଖ ସହରରେ ବିଳାସପୂର୍ଣ୍ଣ ଘର ଏବଂ ଅଫିସ୍ ର ଚାହିଦା ଵଢିଵାରେ ଲାଗିଛି । ଗତ ଏକ ବର୍ଷ ମଧ୍ୟରେ ଜାନୁଆରୀ ରୁ ମାର୍ଚ୍ଚରେ ମଧ୍ୟରେ ଘର ବିକ୍ରି ପାଇଁ 
୯ ପ୍ରତିଶତ ଵୃଦ୍ଧି ପାଇଥିଵା ଵେଳେ ଅଫିସ ସ୍ଥାନ ଵିକ୍ରି ପାଇଁ ୪୩ ପ୍ରତିଶତ ଵୃଦ୍ଧି ପାଇଛି ।  ଇଣ୍ଡିଆନ୍ ରିଏଲ୍ ଇଷ୍ଟେଟ୍ ଅଫିସ୍ ଏବଂ ରେସିଡେନ୍ସିଆଲ୍ ରିପୋର୍ଟ ଅନୁଯାୟୀ ବିଳାସପୂର୍ଣ୍ଣ ଘରର ଚାହିଦା ବର୍ଷକୁ ବର୍ଷ ଵର୍ଷ ଵଢିଵାରେ ଲାଗିଛି ।

ମୂଲ୍ୟ  ବୃଦ୍ଧି :-
ନାଇଟ୍ ଫ୍ରାଙ୍କ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଦିଲ୍ଲୀ-ଏନସିଆର, ମୁମ୍ବାଇ, ଚେନ୍ନାଇ, କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ, ଏବଂ  ଅହମ୍ମଦାବାଦରେ ଜାଗା ଜମିର  ମୂଲ୍ୟ ୨ରୁ ୧୩ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ବ୍ୟତୀତ ଅଫିସ୍ ସ୍ଥାନର ଭଡା ମଧ୍ୟ ୯ ପ୍ରତିଶତକୁ ବୃଦ୍ଧି ପାଇଛି। 

ସମୁଦାୟ କେତେ ସମ୍ପତ୍ତି ବିକ୍ରି ହେଉଛି :-
୨୦୨୪ ମସିହାର ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ଦେଶର ଆଠଟି ପ୍ରମୁଖ ସହରରେ ଘୋରଇ ସମ୍ପତ୍ତିର ବିକ୍ରି ମୂଲ୍ୟ ୮୬,୩୪୫ୟୁନିଟ୍ କୁ ବୃଦ୍ଧି ପାଇଛି ଯାହାକି ଏକ ବର୍ଷ ପୂର୍ବେ ୭୯,୧୨୬ ୟୁନିଟ୍ ଥିଲା। ତାହା ସହ ଅଫିସ୍ ଜାଗାର ମୋଟ ଲିଜ୍ ୪୩ ପ୍ରତିଶତ ବୃଦ୍ଧି ହୋଇଛି । ଗତ ବର୍ଷ ଏହି ଲିଜ୍ ୧.୧୩କୋଟି ବର୍ଗଫୁଟ
 ଥିଵାଵେଳେ ଏଵେ ୧,୬୨କୋଟି ବର୍ଗଫୁଟ ପହଞ୍ଚିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
property knight frank india report on real estate luxury home demand | Argus News