Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସୂର୍ଯ୍ୟଙ୍କ ରହସ୍ୟ ଭେଦ କରିବାକୁ ବଡ଼ ପ୍ରୟାସ

International

ସୂର୍ଯ୍ୟଙ୍କ ରହସ୍ୟ ଭେଦ କରିବାକୁ ବଡ଼ ପ୍ରୟାସ

Smruti Parija
Browse all articles by Smruti Parija
·1 year ago·2 min read
ସୂର୍ଯ୍ୟଙ୍କ ରହସ୍ୟ ଭେଦ କରିବାକୁ ବଡ଼ ପ୍ରୟାସ

Key Points

  • ISRO ନାଁରେ ଯୋଡ଼ି ହେଲା ବଡ଼ ସଫଳତା
  • ସୂର୍ଯ୍ୟଙ୍କ ରହସ୍ୟ ଭେଦ କରିବାକୁ ବଡ଼ ପ୍ରୟାସ
  • PROBA-3 ସାଟେଲାଇଟର ସଫଳ ଉତକ୍ଷେପଣ
  • ସୂର୍ଯ୍ୟଙ୍କ ବାହ୍ୟ ସଂରଚନା ସୂଚନା ସଂଗ୍ରହ କରିବ ଉପଗ୍ରହ
  • ଆଦିତ୍ୟ L-1 ପରେ ଦୁଇ ବର୍ଷିଆ PROBA-3 ମିଶନ 

ଅର୍ଗସ ବ୍ୟୁରୋ: ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ୟୁରୋପୀୟ ସ୍ପେସ ଏଜେନ୍ସିର ପ୍ରୋବା-୩ ସାଟେଲାଇଟର ସଫଳ ଉତକ୍ଷେପଣ ହୋଇଛି। ମହାକାଶଯାନ PSLV-C59 ରକେଟ ସାହାଯ୍ୟରେ ESAର ଗୁରୁତ୍ବପୂର୍ଣ୍ଣ ସାଟେଲାଇଟ ପ୍ରୋବା-୩ ଲଞ୍ଚ୍ କରିବାରେ ସଫଳ ହୋଇଛି ଇସ୍ରୋ । ଏହା ଅଧୀନରେ ଦୁଇଟି ଛୋଟ ଉପଗ୍ରହ ଏକତ୍ର ଉତକ୍ଷେପଣ କରାଯାଇଛି । ଦୁଇ ଉପଗ୍ରହ ପୃଥିବୀର କକ୍ଷପଥରେ ପହଞ୍ଚିବା ପରେ ପରସ୍ପର ସହିତ ସମ୍ପର୍କ ବଜାୟ ରଖିବା ସହ ସୂର୍ଯ୍ୟଙ୍କ ରହସ୍ୟ ସମାଧାନ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଗୁରୁବାର ଅପରାହ୍ନ ୪ ଟା ୪ ମିନିଟରେ ସଫଳ ଲଞ୍ଚ କରି ନୂଆ ମାଇଲଷ୍ଟୋନ ଛୁଇଁଛି ଇସ୍ରୋ । ଇସ୍ରୋ ପକ୍ଷରୁ ବୁଧବାର ମିଶନ ଲଞ୍ଚ ତାରିଖ ଧାର୍ଯ୍ୟ ହୋଇଥିଲା । ଲଞ୍ଚ ସମୟ ଅପରାହ୍ନ 4ଟା 12ରେ ମହାକାଶଯାନରେ ତ୍ରୁଟି ଦେଖାଦେବାରୁ ମିଶନକୁ ସ୍ଥଗିତ ରଖାଯାଇଥିଲା ।  


ପ୍ରୋବା-୩ ୟୁରୋପୀୟ ସ୍ପେସ୍ ଏଜେନ୍ସିର ଇନ୍-ଅର୍ବିଟ୍ ପ୍ରଦର୍ଶନ ମିଶନ୍ । ଏହି ସାଟେଲାଇଟ ସ୍ଥିର ସଂରଚନା ବଜାୟ ରଖି ମହାକାଶରେ ଘୁରି ବୁଲିବେ । ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ ବା NSIL, ESA ଉପଗ୍ରହକୁ ଆଲେପଟିକାଲ୍ କକ୍ଷପଥରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି । ଆଦିତ୍ୟ ଏଲ ୱାନ ମିଶନ ପରି ଏହି ସାଟେଲାଇଟ ମାଧ୍ୟମରେ ସୂର୍ଯ୍ୟଙ୍କ ବାହ୍ୟ ଆସ୍ତରଣ ସମ୍ପର୍କରେ ସୂଚନା ସଂଗ୍ରହ କରିବ ।


ପ୍ରୋବା-୩ ଉପଗ୍ରହ ନିର୍ମାଣରେ ଇଟାଲୀ, ସ୍ପେନ୍, ବେଲଜିୟମ, ସ୍ୱିଜରଲ୍ୟାଣ୍ଡ ଏବଂ ପୋଲାଣ୍ଡ ଭଳି ଦେଶ ସହଯୋଗ କରିଛନ୍ତି। ପ୍ରୋବା-୩ ସୂର୍ଯ୍ୟଙ୍କ ଆଭ୍ୟନ୍ତରୀଣ ପରିବେଶର ଚିତ୍ର ଉଠାଇବାରେ ସଫଳ ହେବ ବୋଲି ISRO ପକ୍ଷରୁ କୁହାଯାଇଛି । ଏହି ମିଶନରେ ବାୟୁମଣ୍ଡଳର ସର୍ବୋଚ୍ଚ ସ୍ତରରେ ସୂର୍ଯ୍ୟଙ୍କ ପ୍ରଭାବ, ସୂର୍ଯ୍ୟ ଉତ୍ତାପ, ସୌର ଝଡ ଆଦି ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯିବ । ଯାହା ଉଚ୍ଚସ୍ତରୀୟ ଗବେଷଣାକୁ ସାହାଯ୍ୟ କରିବା ସହ ପାଣିପାଗ ସମ୍ବନ୍ଧରେ ଆଗୁଆ ସୂଚନା ପ୍ରଦାନ କରିପାରିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PSLV XL Proba-3 Launch: ISRO successfully launches ESA’s mission to study sun’ | Argus News