Videos
|
International

Putin / ୟୁକ୍ରେନ୍ ଯୁଦ୍ଧକୁ ନେଇ ଏମିତି କହିଲେ ପୁଟିନଙ୍କ ଝିଅ

Rashmita Mishra
Browse all articles by Rashmita Mishra
·8 months ago·2 min read
ୟୁକ୍ରେନ୍ ଯୁଦ୍ଧକୁ ନେଇ ଏମିତି କହିଲେ ପୁଟିନଙ୍କ ଝିଅ
Putin

Key Points

ଦୁଇଦିନିଆ ଭାରତ ଗସ୍ତରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସି ଚର୍ଚ୍ଚାରେ ଅଛନ୍ତି ।
ୟୁକ୍ରେନ୍ ଯୁଦ୍ଧକୁ ନେଇ ଏମିତି କହିଲେ ପୁଟିନଙ୍କ ଝିଅ  
କ୍ଷମା ମାଗିଲେ ପୁଟିନଙ୍କ ଝିଅ, କହିଲେ-‘ଏହି ସ୍ଥିତି ପାଇଁ ମୁଁ ଦାୟୀ ନୁହେଁ’

ଦୁଇଦିନିଆ ଭାରତ ଗସ୍ତରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସି ଚର୍ଚ୍ଚାରେ ଅଛନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି । ପରଦା ଆଢୁଆଳରେ ଥିବା ପୁଟିନଙ୍କ ଗୁପ୍ତ ଝିଅ ଲୁଇଜା ରୋଜୋଭା ୟୁକ୍ରେନ୍ ଯୁଦ୍ଧକୁ ନେଇ ଦେଇଥିବା ବୟାନ ଏବେ ଚର୍ଚ୍ଚାର ବିଷୟ ହୋଇଛି । ନିକଟରେ ପ୍ୟାରିସ୍‌ରେ ୟୁକ୍ରେନ ସାମ୍ବାଦିକ ଡିମିତ୍ରୋ ସ୍ୱିଆଟ୍‌ନେନ୍‌କୋଙ୍କ ସହ ତାଙ୍କର ସାମ୍ନାସାମ୍ନି ହୋଇଥିଲା । ଏହି ସମୟରେ ୟୁକ୍ରେନ ଯୁଦ୍ଧ ପାଇଁ ରୋଜୋଭା କ୍ଷମା ପ୍ରାର୍ଥନା କରିଥିଲେ ।

ଗତ ନଭେମ୍ବରରେ ରୁଷ୍‌ର ଏୟାରଷ୍ଟ୍ରାଇକ୍‌ରେ ସ୍ୱିଆଟ୍‌ନେନ୍‌କୋଙ୍କ ଭାଇ ଡ୍ରୋନ୍ ପାଇଲଟ୍ ଭୋଲୋଡିମିର ପ୍ରାଣ ହରାଇଥିଲେ । ସାମ୍ବାଦିକ ସ୍ୱାଆଟ୍‌ନେନ୍‌କୋ ପୁଟିନଙ୍କୁ ଏ ବିଷୟରେ ଜଣାଇବାକୁ ଏବଂ ଯୁଦ୍ଧ ବନ୍ଦ ଲାଗି ବାପାଙ୍କୁ ଅନୁରୋଧ କରିବାକୁ ରୋଜୋଭାଙ୍କୁ କହିଥିଲେ । ସ୍ୱିଆଟ୍‌ନେନ୍‌କୋ ରୋଜୋଭାଙ୍କୁ କହିଲେ ‘୩ ସପ୍ତାହ ତଳେ, ତୁମ ବାପା ମୋ ଭାଇମାନଙ୍କୁ ହତ୍ୟା କରିଥିଲେ ।’ ବାପାଙ୍କ ନୀତିକୁ ସେ ସମର୍ଥନ କରୁଛନ୍ତି କି ବୋଲି ପଚାରିବାକୁ ୨୨ ବର୍ଷୀୟା ଡିଜେ ରୋଜୋଭା ମାସ୍କରେ ମୁହଁକୁ ଘୋଡ଼ାଇ କହିଲେ ‘ମୋର ଭିଡିଓ କରିବାକୁ ମୁଁ ଆପଣଙ୍କୁ ଅନୁମତି ଦେଇନଥିଲି । ଏହା (ଯୁଦ୍ଧ) ଘଟୁଥିବାରୁ ମୁଁ ପ୍ରକୃତରେ ଦୁଃଖୀ । କିନ୍ତୁ ଏହି ସ୍ଥିତି ପାଇଁ ମୁଁ ଦାୟୀ ନୁହେଁ।’

ସ୍ୱିଆଟ୍‌ନେନ୍‌କୋ ପୁଣି ଥରେ ପୁଟିନଙ୍କ ନୀତି ବିଷୟରେ ତାଙ୍କୁ ପଚାରିଲେ । ପ୍ରତିକ୍ରିୟାରେ ରୋଜୋଭା କହିଲେ, ଏହା ସହିତ ମୋର ନେଣଦେଣ କ’ଣ?’ ସ୍ୱିଆଟ୍‌ନେନ୍‌କୋ ପୁଣି ତାଙ୍କୁ କହିଲେ, ବାପାଙ୍କୁ ଫୋନ୍ କର ଏବଂ କୁହ ଯେ ଡାଡ୍, କିଏଭ୍ ଉପରୁ କବ୍ଜା ଛାଡ଼ । ‘ହଁ, ନିଶ୍ଚୟ’ ବୋଲି ରୋଜୋଭା ଉତ୍ତର ଦେଲେ ।

୨୦୦୩ରେ ଜନ୍ମିତ ରୋଜୋଭା ପୁଟିନ ଓ ସଫେଇକର୍ମୀରୁ ଅରବପତି ହୋଇଥିବା ତାଙ୍କ ପୂର୍ବତନ ପ୍ରେମିକା ସ୍ୱେତଲାନା କ୍ରିଭୋନୋଗିଖଙ୍କ ଝିଅ । ୨୦୨୦ରେ ଋଷୀୟ ଗଣମାଧ୍ୟମ ପ୍ରୋକ୍ଟ ଦ୍ୱାରା ପୁଟିନଙ୍କ ଗୁପ୍ତ ଝିଅ ଭାବେ ସେ ଚର୍ଚ୍ଚାକୁ ଆସିଥିଲେ । ସେ ଦେଖିବାକୁ ପୂରାପୂରି ପୁଟିନଙ୍କ ଭଳି ।

ରିପୋର୍ଟ ଅନୁସାରେ, ରୋଜୋଭାଙ୍କ ଜନ୍ମ ପ୍ରମାଣପତ୍ରରେ ପୁଟିନଙ୍କ ନ ଥିଲା, କିନ୍ତୁ ‘ଭ୍ଲାଦିମିରୋଭ୍‌ନା’ ଉଲ୍ଲେଖ ହୋଇଥିଲା, ଯାହାର ଅର୍ଥ ‘ଭ୍ଲାଦିମିରଙ୍କ ଝିଅ’ । ଆର୍ଟ ସ୍କୁଲର ସ୍ନାତକ ରୋଜୋଭା ସୋସିଆଲ ମିଡିଆରେ ଅଧିକ ସକ୍ରିୟ ହେବା ପୂର୍ବରୁ ଲାଇମ୍ଲାଇଟ୍‌ଠୁ ଦୂରରେ ରହୁଥିଲେ । ଗତ ଅଗଷ୍ଟରେ ପୁଟିନଙ୍କୁ ନିନ୍ଦା କରିବା ଲାଗି ଟେଲିଗ୍ରାମ୍‌ରେ ଏକ ପୋଷ୍ଟ୍‌ରେ ସେ ନଜର ଆସିଥିଲେ । ପୁଟିନଙ୍କ ନାଁ ନ ନେଇ କହିଥିଲେ ‘ବିଶ୍ୱକୁ ପୁଣି ଥରେ ନିଜ ମୁହଁ ଦେଖାଇବାକୁ ସକ୍ଷମ ହେବାର ଏହା ସ୍ୱାଧୀନତା । ଏହା ମୋତେ ମନେ ପକାଇଦିଏ ଯେ ମୁଁ କିଏ ଏବଂ କିଏ ମୋ ଜୀବନକୁ ନଷ୍ଟ କରିଛି ।’

ଅଧିକ ପଢ଼ନ୍ତୁ ବିଦେଶ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Putin | Putin’s Alleged Daughter Speaks Out on Ukraine War | Argus News