Putin India Visit / ଭାରତ ଆସିବେ ପୁଟିନ: ଏଥିପାଇଁ ଚାଲିଛି ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି...ଚର୍ଚ୍ଚାରେ ଅରସ ସିନଟ୍
·9 months ago·2 min read

Key Points
ଏହି କାର ମାତ୍ର ୬ରୁ ୯ ସେକେଣ୍ଡରେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗର ଗତି କରିପାରିବ। ଏହା ଘଣ୍ଟା ପ୍ରତି ସର୍ବାଧିକ ୧୬୦ କିଲୋମିଟର ବେଗରେ ଗତିକରିପାରେ।
ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଭାରତ ଆସୁଛନ୍ତି। ସେ ୪ ଓ ୫ ଡିସେମ୍ବର ଭାରତରେ କଟାଇବେ, ଏହାକୁ ନେଇ ଏବେ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ପୁଟିନ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ବଡ଼ ନେତାଙ୍କୁ ଭେଟିବେ। ଋଷିଆ ରାଷ୍ଟ୍ରପତି ପୁଟିନ ବିଶ୍ୱର ସେଇ ନେତାଙ୍କ ମଧ୍ୟରେ ସାମିଲ ଯେଉଁମାନଙ୍କୁ କଡ଼ା ସୁରକ୍ଷା ମିଳେ। ଏହି କାରଣରୁ ପୁଟିନ କୌଣସି ଦେଶକୁ ଗଲେ ତାଙ୍କ ସହ ତାଙ୍କର ପର୍ସନାଲ ସିକ୍ୟୁରିଟିରୁ ଆରମ୍ଭ କରି ଆରମର୍ଡ କାର ମଧ୍ୟ ଲ୍ୟାଣ୍ଡ କରିଥାଏ। ତେବେ ଆସନ୍ତୁ ଜାଣିବା ପୁଟିନ କେଉଁ କାର ବ୍ୟବହାର କରନ୍ତି?
ପୁଟିନଙ୍କ ଗାଡ଼ି ଖାସ ତାଙ୍କ ଲାଗି ଡିଜାଇନ କରାଯାଇଛି। ଯଦି ଏହି ଗାଡ଼ି ଉପରେ ମିଜାଇଲ ଆକ୍ରମଣ ବି ହୁଏ ତେବେ ଭିତରେ ବସିଥିବା ବ୍ୟକ୍ତି ସୁରକ୍ଷିତ ରହିବେ। ଯେମିତି ଆମେରିକା ରାଷ୍ଟ୍ରପତିଙ୍କ କାରକୁ ‘ବିଷ୍ଟ’ କୁହାଯାଏ ସେହିପରି ଋଷିଆ ରାଷ୍ଟ୍ରପତିଙ୍କ ଲିମୋସିନ କାରକୁ ‘ଅରସ ସିନଟ’ କୁହାଯାଏ। ଏହା ଏକ ଋଷିୟ ଲଗଜରୀ ସେଡାନ, ଯାହାକୁ ପୁଟିନଙ୍କ ନିମନ୍ତେ ଖାସ ଡିଜାଇ କରାଯାଇଛି। ଏହା ଋଷିଆନ ରୋଲସରୟେସ୍ ନାମରେ ମଧ୍ୟ ଜଣାଯାଏ। କାରରେ କଳା କାଚ ଲାଗି ଥାଏ ଓ ଭିତରେ ଲଗଜରୀର କୌଣସି ଅଭାବ ନାହିଁ।
ଏହାସହ ପଢ଼ନ୍ତୁ: ପୁଟିନ୍ ପାଖରେ ରଖିଥାନ୍ତି ଟେଲିଫୋନ୍ ବୁଥ୍...ଜାଣନ୍ତୁ କାହିଁକି ମୋବାଇଲରେ କଥା ହୁଅନ୍ତିନି ଋଷ ରାଷ୍ଟ୍ରପତି
ପୁଟିନଙ୍କ କାରକୁ ୪ ଚକରେ ଚାଲୁଥିବା ଦୁର୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ପୂର୍ବରୁ ପୁଟିନ ମର୍ସିଡିଜ୍ ବେଞ୍ଜ ଏସ୍-୬୦୦ ଗାର୍ଡ ପୁଲମ୍ୟାନ ବ୍ୟବହାର କରୁଥିଲେ। ପୁଟିନଙ୍କ କାର ସମ୍ପୂର୍ଣ୍ଣ ବୁଲେଟ ପ୍ରୁଫ, ଏହି କାରକୁ କୌଣସି ଗୁଳି ଭେଦ କରିପାରିବ ନାହିଁ। ଏହି କାର ଉପରେ କୌଣସି ପ୍ରକାରର ମିଜାଇଲ ଅଥବା ଡ୍ରୋନ ଆକ୍ରମଣ ହୋଇ ପାରିବନି। ଏହି କାର ମାତ୍ର ୬ରୁ ୯ ସେକେଣ୍ଡରେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗର ଗତି କରିପାରିବ। ଏହା ଘଣ୍ଟା ପ୍ରତି ସର୍ବାଧିକ ୧୬୦ କିଲୋମିଟର ବେଗରେ ଗତିକରିପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୁଟିନଙ୍କ କାର ଯଦି ପାଣିରେ ପଡିଯାଏ ଏହା ବୁଡିଯିବନି ବରଂ ଏକ ସବମେରିନ ଭଳି କାମ କରିବ। ଯଦି କୌଣସି କାରଣରୁ ପୁଟିନଙ୍କ କାରର ଟାୟାର ଫାଟି ଯାଏ ଏହା ଅଟକି ଯିବନି କି ଅସନ୍ତୁଳିତ ହେବନି ଏହା ପୂର୍ବବତ ସମାନ ବେଗରେ ଯାତ୍ରା ଜାରି ରଖିବ। ଅରସ ସିନଟରେ ୪.୪ ଲିଟର ଟ୍ୱିନ୍ ଟର୍ବୋ ଭି-ଏଇଟ୍ ଇଞ୍ଜିନକୁ ହାଇବ୍ରିଡ ସିଷ୍ଟମ ସହିତ ଲାଗିଛି। ଏଣୁ ଏହି ଗାଡ଼ିକୁ ଅଧିକ ବଳ ମିଳିଥାଏ। ସେହିପରି ପୁଟିନଙ୍କ ଯାତ୍ରା କାଳରେ କୌଣସି ପ୍ରକାରର ରସାୟନ ଆକ୍ରମଣ ପରିସ୍ଥିତିରେ କାରରେ ଏୟାରଫିଲ୍ଟର ଟେକ୍ନୋଲଜି ରହିଛି।
ଋଷିଆ ରାଷ୍ଟ୍ରପତିଙ୍କ ଅରସ ସିନଟର ଦାମ ପାଖାପାଖି ୧୮ ମିଲିୟନ ରୁବଲ ଅର୍ଥାତ ୨.୫ କୋଟି ଟଙ୍କାରୁ ଆରମ୍ଭ । ତେବେ ରାଷ୍ଟ୍ରପତିଙ୍କ କାରରେ ଅନେକ ଟେକ୍ନୋଲଜି ଯୋଡା ଯାଇଛି, ଯାହା ଏହି ଶ୍ରେଣୀର ସାଧାରଣ କାରରେ ମିଳେନା। ଏଣୁ ଏହି ଗାଡ଼ିର ବାସ୍ତବିକ ମୂଲ୍ୟ ୨ଗୁଣାରୁ ବି ଅଧିକ। ଋଷିଆରେ ସଧାରଣ ଲୋକେ ଏପରି ଆରମର୍ଡ ଗାଡ଼ି କିଣି ପାରିବେ ନାହିଁ।

Related Topics
Explore more stories