Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Vladimir Putin / ଯୁଦ୍ଧ ଭିତରେ ମୁଣ୍ଡ ପୁରାଇଲେ ପୁଟିନ୍‌, କଥା ନମାନିଲେ ସ୍ଥିତି ଭୟଙ୍କର

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
ଯୁଦ୍ଧ ଭିତରେ ମୁଣ୍ଡ ପୁରାଇଲେ ପୁଟିନ୍‌, କଥା ନମାନିଲେ ସ୍ଥିତି ଭୟଙ୍କର
Vladimir Putin

Key Points

ଆମେରିକା ସହ ଶୀତଳ ଯୁଦ୍ଧ ସ୍ଥିତି ମଧ୍ୟରେ ମଧ୍ୟପ୍ରାଚ୍ୟରେ ଆମେରିକାର ପ୍ରଭାବକୁ ରୋକିବା ଏବଂ ନିଜର ପ୍ରତିପତ୍ତି ବଜାୟ ରଖିବା ଋଷର ମୁଖ୍ୟ ଲକ୍ଷ୍ୟ ରହିଛି।

ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ଭିତରେ ଇରାନ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କଲ୍ କରିଛନ୍ତି ପୁଟିନ। ପୁଟିନ ପୃଥକ ଭାବେ ନେତନ୍ୟାହୁ ଏବଂ ପେଜେସ୍କିଆନଙ୍କ ସହ ଆଲୋଚନା କରି ଶାନ୍ତି ପ୍ରତିଷ୍ଠା ପାଇଁ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନ ଉପରେ ସାମରିକ ଆକ୍ରମଣ କରିବାକୁ ଚେତାବନୀ ଦେବା ପରେ ଏକ ବଡ଼ ଯୁଦ୍ଧର ଆଶଙ୍କା ଦେଖାଦେଇଛି ।

ଏହି ସମୟରେ ପୁଟିନ ଉଭୟ ଦେଶର ନେତାଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ଏହି ବିବାଦର ସମାଧାନ ପାଇଁ ଏକ କନ୍‌ଷ୍ଟ୍ରକ୍‌ଟିଭ୍‌ ଡାଇଲଗ୍‌ ଆରମ୍ଭ କରିବାକୁ ନେତନ୍ୟାହୁଙ୍କୁ କହିଛନ୍ତି ପୁଟିନ । ସେହିପରି ପେଜେସ୍କିଆନଙ୍କୁ ଇରାନ ସହ ଋଷର ରଣନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ପୁଟିନ୍ । ତେବେ ଆମେରିକା ସହ ଶୀତଳ ଯୁଦ୍ଧ ସ୍ଥିତି ମଧ୍ୟରେ ମଧ୍ୟପ୍ରାଚ୍ୟରେ ଆମେରିକାର ପ୍ରଭାବକୁ ରୋକିବା ଏବଂ ନିଜର ପ୍ରତିପତ୍ତି ବଜାୟ ରଖିବା ଋଷର ମୁଖ୍ୟ ଲକ୍ଷ୍ୟ ରହିଛି।

ସେପଟେ ପୁଣି ବାହାରିଲା ଟ୍ରମ୍ପଙ୍କ ପାଗଳାମୀ । ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ପରମାଣୁ ଯୁଦ୍ଧକୁ ଅଟକାଇଛନ୍ତି ବୋଲି ପୁଣି ଦାବି କଲେ ଟ୍ରମ୍ପ । ତାଙ୍କ ହସ୍ତକ୍ଷେପ ଯୋଗୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବଡ଼ ପରମାଣୁ ଯୁଦ୍ଧ ଟଳିଯାଇଛି । ଯେତେବେଳେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ଥିଲା, ସେତେବେଳେ ସେ ଦୁଇ ପକ୍ଷଙ୍କ ସହ ଆଲୋଚନା କରି ଯୁଦ୍ଧ ବନ୍ଦ କରିଥିଲେ। ଟ୍ରମ୍ପଙ୍କ ଅନୁଯାୟୀ, ଏହି ପଦକ୍ଷେପ ଯୋଗୁଁ ପାଖାପାଖି ୧ କୋଟି ଲୋକଙ୍କ ଜୀବନ ବଞ୍ଚିଯାଇଛି । ଫ୍ଲୋରିଡାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଟ୍ରମ୍ପ କହିଛନ୍ତି, ଭାରତ ଓ ପାକିସ୍ତାନ ଦୁଇଟି ପରମାଣୁ ଶକ୍ତି ସମ୍ପନ୍ନ ଦେଶ ଏବଂ ସେମାନେ ପରସ୍ପର ସହ ଲଢ଼ିବା ପାଇଁ ପ୍ରସ୍ତୁତ ଥିଲେ। ଏହି ଯୁଦ୍ଧ ବନ୍ଦ କରିଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ନିଜେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବୋଲି ମଧ୍ୟ ଟ୍ରମ୍ପ କହିଛନ୍ତି ।

୨୦୨୫ ମସିହାରେ ହୋଇଥିବା ଅପରେସନ୍ ସିନ୍ଦୂର ଏବଂ ତା’ ପରବର୍ତ୍ତୀ ଉତ୍ତେଜନା ସମୟରେ ୱାଶିଂଟନ୍ ମଧ୍ୟସ୍ଥତା କରି ଏକ ତୁରନ୍ତ ଅସ୍ତ୍ରବିରତି' କରାଇଥିଲା ବୋଲି ଟ୍ରମ୍ପ ବାରମ୍ବାର କହି ଆସୁଛନ୍ତି । ତେବେ ଭାରତ ସରକାର, ପାକିସ୍ତାନ ସହ ଆଲୋଚନାରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା ଆବଶ୍ୟକ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Vladimir Putin | Putin Speaks To Israel, Iran Leaders, Says Russia Willing To Mediate | Argus News