Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Trump-Putin Meet: ଆଗରୁ ଗର୍ଜୁଥିଲେ ଟ୍ରମ୍ପ... ପୁଟିନଙ୍କୁ ଦେଖି ଶାନ୍ତ ପଡ଼ିଗଲେ !

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Trump-Putin Meet: ଆଗରୁ ଗର୍ଜୁଥିଲେ ଟ୍ରମ୍ପ... ପୁଟିନଙ୍କୁ ଦେଖି ଶାନ୍ତ ପଡ଼ିଗଲେ !

Key Points

ଟ୍ରମ୍ପ କହୁଥିଲେ... ପୁଟିନ କଥା ନମାନିଲେ ପରିଣାମ ଭୟଙ୍କର ।

କିନ୍ତୁ ପୁଟିନ୍ ଓହ୍ଲାଇଲା ବେଳକୁ ଓଲଟିଗଲା ଆମେରିକା ।

ତିନିଥର ତାଳି, ଦୁଇଥର ହ୍ୟାଣ୍ଡସେକ ଆଉ ଥରେ ଆଲିଙ୍ଗନ ।

ଆଗରୁ ଗର୍ଜିଲେ । ଆଖି ଦେଖାଇଲେ । ରଣହୁଙ୍କାର ଦେଲେ । ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବା ପାଇଁ ପୁଟିନ୍ ପ୍ରୟାସ ନକଲେ ପରିଣାମ ଭୟଙ୍କର ହେବ କହିଲେ। ଆଲୋଚନାର ଦିନ, ତାରିଖ, ସମୟ, ତିଥି ସବୁ ଧାର୍ଯ୍ୟ ହେଲା । କଥା ନମାନିଲେ, ସ୍ଥିତ ଖରାପ ହେବ । ଆଲୋଚନା ଅନ୍ୟ ଦିଗକୁ ଗଲେ ଚାଲି ଆସିବେ କହିଲେ ଟ୍ରମ୍ପ । ହେଲେ ପୁଟିନଙ୍କ ଫ୍ଲାଇଟ ଲ୍ୟାଣ୍ଡ କରିବା ପୂର୍ବରୁ ଲିକ୍ ହୋଇଗଲା ଟ୍ରମ୍ପଙ୍କ ଚକା । ଋଷ ରାଷ୍ଟ୍ରପତିଙ୍କ ପାଦ ଆମେରିକା ମାଟିରେ ପଡିବା ପରେ ସ୍କ୍ରିପ୍ଟ ବାହାରେ ଅଭିନୟ କଲେ ଡୋଲାଲ୍ଡ ଟ୍ରମ୍ପ । ଯାହା କହୁଥିଲେ କଥା ପୁରା ଓଲଟା । ସତେ ଯେମିତି ସବୁ ଦମ୍ଭୋକ୍ତି ଫୁସୁକି ଗଲା । କାରଣ ତିନିଥର ତାଳି, ଦୁଇଥର ହ୍ୟାଣ୍ଡସେକ ଆଉ ଥରେ ଆଲିଙ୍ଗନ ବା ହଗ୍ ।


ପୁଟିନଙ୍କୁ ରାଜକୀୟ ଢଙ୍ଗରେ ସ୍ୱାଗତ କରିଥିଲା ଆମେରିକା। ରେଡ କାର୍ପେଟ ବିଛାଇବା ପାଇଁ ଆମେରିକା ସେନାକୁ ଆଣ୍ଠେଇବାକୁ ପଡ଼ିଥିଲା। ଟ୍ରମ୍ପ ମଧ୍ୟ ନିଜେ ଏୟାରବେସ୍‌କୁ ଆସି ପୁଟିନଙ୍କୁ ସ୍ୱାଗତ କରିଥିଲେ।


ଏତେ ସବୁ ପରେ ୩ ଘଣ୍ଟା ଧରି ବିଶ୍ୱର ଦୁଇ ମହାଶକ୍ତି ଆଲୋଚନା କଲେ। ହେଲେ ଫଳ ଶୂନ। ୪ ବର୍ଷ ହେଲା ଚାଲିଥିବା ୟୁକ୍ରେନ ଯୁଦ୍ଧ ଉପରେ ରୋକ ଲଗାଇବାକୁ ଦୁଇ ନେତା ରାଜି ହୋଇ ନାହାନ୍ତି। ପୂର୍ବରୁ ପୁଟିନକୁ ଧମକ ଦେଉଥିବା ଟ୍ରମ୍ପ ଏବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଆଡକୁ ତେରେଛା ବାଣ ମାରି ଦେଇଛନ୍ତି । ଯୁଦ୍ଧ ବନ୍ଦ ପାଇଁ ଡେଲେନ୍କି ଡିଲ୍ କରନ୍ତୁ ବୋଲି କହିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହିନ୍ଦିରେ ଗୋଟେ କଥା ଅଛି ବାତ ବଡ଼ା, କାମ୍ ଥୋଡା । ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପଙ୍କ କଥାକୁ ସମୀକ୍ଷା କଲେ ଏହା ବେଶ ସ୍ପଷ୍ଟ ହୋଇ ପଡୁଛି । କାରଣ ପୁଟିନଙ୍କୁ ଆଲାସ୍କାର ଆଙ୍କୋରାଜେକୁ ଆଣିବା ପାଇଁ ଆମେରିକର ୪ ଯୁଦ୍ଧ ବିମାନ ଏସକର୍ଟ ସାଜିଥିଲେ। ତାଙ୍କୁ ରେଡ କାର୍ପେଟରେ ସ୍ୱାଗତ କରାଯାଇଥିଲା। ବେଧଡ଼କ ଅନ୍ଦାଜରେ ପୁଟିନ ଚାଲିଚାଲି ଆସୁଥିବା ବେଳେ ଟ୍ରମ୍ପ ୩ ଥର ତାଳି ମାରି ତାଙ୍କୁ ସ୍ୱାଗତ କରିଥିଲେ।


ଏହାପରେ ହସ୍ତ ମିଳନ କରିଥିଲେ । ଏହା କିଛି ସେକେଣ୍ଡ ଧରି ଚାଲିଥିଲା ଓ ତାପରେ ଦୁଇ ନେତା ପରସ୍ପରକୁ କମେଇ ଚାହିଁ ସ୍ମିତ ହାସ୍ୟ ଦେଇଥିଲେ। ହେଲେ ସବୁଠାରୁ ବଡ଼ କଥା ହେଉଛି ଦୁଇ ନେତା ୟୁକ୍ରେନ ସହ ଯୁଦ୍ଧ, ଟାରିଫ ଡିଲ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କଲେ ସିନା ହେଲେ ୩ ଘଣ୍ଟାର ବୈଠକ ପରେ ବି କଥା ଯଥା ପୂର୍ବଂ ତଥା ପରଂ । ପ୍ରେସମିଟ୍ କରିଥିଲେ ଦୁଇ ରାଷ୍ଟ୍ରନେତା, ହେଲେ ୟୁକ୍ରେନ ଯୁଦ୍ଧ ବନ୍ଦ ହେବ ବୋଲି ସିଧାସଳଖ ଘୋଷଣା କରି ନଥିଲେ।


ଟ୍ରମ୍ପଙ୍କ ସହିତ ମାର୍କୋ ରୁବିଓ, ୱିଟକଫ ଓ କିଛି ଅନ୍ୟ ଅଧିକାରୀ ଥିଲେ। ରୁଷିଆ ପକ୍ଷରୁ ପୁଟିନଙ୍କ ସହ ସେରଗେଇ ଲାଭରୋଭ, ଅର୍ଥମନ୍ତ୍ରୀ ଆଣ୍ଟନ ସିଲୁଆନୋଭ ଏବଂ ଅର୍ଥନୈତିକ ପରାମର୍ଶଦାତା କିରିଲ ଡିମିଟ୍ରିଭ ଥିଲେ। ରାଷ୍ଟ୍ରପତି ପୁଟିନଙ୍କୁ ଆମେରିକାରେ ଏକ B-2 ବୋମା ବିସ୍ଫୋରଣ ବିମାନ ଦ୍ୱାରା ସ୍ବାଗତ କରାଯାଇଥିଲା। କିନ୍ତୁ ବିଶ୍ୱ ମାନଚିତ୍ରର ଦୁଇ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କ 180 ମିନିଟର ଆଲୋଚନା ଅସ୍ତମିତ ସୂର୍ଯ୍ୟଭଳି ପଶ୍ଚିମରେ ଡୁବି ଯାଇଥିଲା ।

Sponsored
Putin-Trump Meet: Trump was roaring Before Met Putin | Argus News