ଖୁବଶୀଘ୍ର ସିଧାସଳଖ କଥା ହେବେ ପୁଟିନ ଓ ଜେଲେନସ୍କି

Key Points
ଖୁବଶୀଘ୍ର ସିଧାସଳଖ କଥା ହେବେ ପୁଟିନ ଓ ଜେଲେନସ୍କି
ସାଢେ 3 ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧରେ ଲାଗିବ ବିରାମ
ହୋଇପାରେ ତ୍ରିପାକ୍ଷିକ ଆଲୋଚନା
ଖୁବଶୀଘ୍ର ସିଧାସଳଖ କଥା ହେବେ ପୁଟିନ ଓ ଜେଲେନସ୍କି । ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା ପରେ ଏବେ ପୁଟିନଙ୍କ ସହ ସିଧାସଳଖ ଆଲୋଚନା କରିପାରନ୍ତି ଜେଲେନସ୍କି । ସୋମବାର ହ୍ୱାଇଟ୍ ହାଉସ୍ ରେ ହୋଇଥିବା ବୈଠକରେ ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସମାପ୍ତ ନେଇ ଆଲୋଚନା ହୋଇଥିବାବେଳେ ତ୍ରିପାକ୍ଷିକ ଆଲୋଚନା ପାଇଁ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହମତି ପ୍ରକାଶ କରିଛନ୍ତି । ବୈଠକ ପରେ ପୁଟିନ୍ଙ୍କ ସହ ଫୋନରେ କଥା ହୋଇଛନ୍ତି ଟ୍ରମ୍ପ୍ । ଖୁବ୍ଶୀଘ୍ର ରୁଷ ରାଷ୍ଟ୍ରପତି ପୁଟିନ୍ଙ୍କ ସହ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କର ବୈଠକ ହେବା ନେଇ କୁହାଯାଉଛି ।
ସାଢେ 3 ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସର ଓଭାଲ୍ ଅଫିସରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ନେତା ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ସହ ମିଶି ତ୍ରିପାକ୍ଷିକ ଆଲୋଚନା ପାଇଁ ସହମତି ଜଣାଇଛନ୍ତି ।
📱 Get Argus News App
✨ହ୍ୱାଇଟ୍ ହାଉସରେ ଟ୍ରମ୍ପଙ୍କ ସହ ସାକ୍ଷାତ ପରେ ଜେଲେନ୍ସକି କହିଛନ୍ତି ଯେ ସେ ତାଙ୍କ ଦେଶ ଉପରେ ଆକ୍ରମଣ ବନ୍ଦ କରିବା ପାଇଁ ରୁଷ ନେତା ଭ୍ଲାଦିମିର ପୁଟିନଙ୍କ ସହ ସିଧାସଳଖ ସାକ୍ଷାତ କରିବାକୁ ଇଚ୍ଛୁକ।
ୟୁକ୍ରେନ-ରୁଷ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ପାଇଁ ହ୍ୱାଇଟ୍ ହାଉସରେ ବ୍ରିଟେନ ପ୍ରଧାନମନ୍ତ୍ରୀ କେୟର ଷ୍ଟାରମର୍ , ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଜର୍ମାନୀ ଚାନସେଲର ଫ୍ରେଡରିକ ମର୍ଜ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଫିନଲାଣ୍ଡ୍ ରାଷ୍ଟ୍ରପତି ଆଲେକଜାଣ୍ଡାର ଷ୍ଟବ୍ ଙ୍କ ସମେତ ୟୁରୋପୀୟ କମିସନ ସଭାପତି ଉର୍ସୁଲା ଭନ ଡର୍ ଲେୟେନ, ନାଟୋ ମହାସଚିବ ମାର୍କ ରୁଟେ ପହଞ୍ଚିଛନ୍ତି । ଟ୍ରମ୍ପ ଓ ଜେଲେନସ୍କିଙ୍କ ସହ ସେମାନଙ୍କର ଆଲୋଚନା ହୋଇଛି । ଜେଲେନସ୍କିଙ୍କ ସହ ଆଲୋଚନା କରିବା ପରେ ଟ୍ରମ୍ପ ୟୁରୋପୀୟ ନେତାମାନଙ୍କ ସହିତ ଫଟୋ ଉଠାଇଥିଲେ ।