Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Vladimir Putin: ସୁଟକେଶରେ ନିଜ ମଳ-ମୂତ୍ରକୁ ରଖି ଟ୍ରମ୍ପଙ୍କୁ ଭେଟିଲେ ପୁଟିନ୍ !

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Vladimir Putin: ସୁଟକେଶରେ ନିଜ ମଳ-ମୂତ୍ରକୁ ରଖି ଟ୍ରମ୍ପଙ୍କୁ ଭେଟିଲେ ପୁଟିନ୍ !

Key Points

ଏହା ପଛରେ ଉଦ୍ଦେଶ୍ୟ ହେଉଛି ପୁଟିନଙ୍କ ସ୍ୱାସ୍ଥ୍ୟ ଏବଂ ତାଙ୍କ ସମ୍ଭାବ୍ୟ ରୋଗ ବିଷୟରେ ସୂଚନା ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଲୁଚାଇବା।

ଫ୍ରାନ୍ସ ପତ୍ରିକା ପ୍ୟାରିସ ମ୍ୟାଚର ରିପୋର୍ଟ ଅନୁଯାୟୀ, ଏହାର ସୂଚନା ପ୍ରଥମେ ୨୦୧୭ ରେ ପ୍ରକାଶ ପାଇଥିଲା, ଯେତେବେଳେ ପୁଟିନ ଫ୍ରାନ୍ସର ଏକ ରାଜ୍ୟ ଗସ୍ତରେ ଯାଇଥିଲେ।

ଋଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବା ଉଦ୍ଦେଶ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଲାସ୍କାରେ ସାକ୍ଷାତ କରିଛନ୍ତି। ପୁଟିନଙ୍କ ସୁରକ୍ଷାରେ ତାଙ୍କ ଅଙ୍ଗରକ୍ଷୀଙ୍କ ସହିତ ଅନେକ ସୁଟକେସ ସାମିଲ ହୋଇଥିଲା, କିନ୍ତୁ ଏଗୁଡ଼ିକ ସାଧାରଣ ସୁଟକେସ ନଥିଲା । ସମସ୍ତ ସୁଟକେସ ବୁଲେଟପ୍ରୁଫ ଥିଲା, ଯାହାକୁ ପୁଟିନଙ୍କ ଉପରେ ଗୁଳି ଚାଳନା କରାଯିବା ପରିସ୍ଥିତିରେ ଢାଲ ଭାବରେ ବ୍ୟବହାର କରାଯାଇପାରିବ। ତେବେ ଏହି ସୁଟକେସଗୁଡ଼ିକ ମଧ୍ୟରୁ ଗୋଟିଏର ନାମ ରଖାଯାଇଥିଲା ପୁ ସୁଟକେସ, ଯେଉଁଥିରେ ପୁଟିନଙ୍କ ମଳ ଏବଂ ମୂତ୍ର ସଂଗ୍ରହ କରି ମସ୍କୋ ନିଆଯିବ ।

ଫ୍ରାନ୍ସ ପତ୍ରିକା ପ୍ୟାରିସ ମ୍ୟାଚର ରିପୋର୍ଟ ଅନୁଯାୟୀ, ଏହାର ସୂଚନା ପ୍ରଥମେ ୨୦୧୭ ରେ ପ୍ରକାଶ ପାଇଥିଲା, ଯେତେବେଳେ ପୁଟିନ ଫ୍ରାନ୍ସର ଏକ ରାଜ୍ୟ ଗସ୍ତରେ ଯାଇଥିଲେ। ୨୦୧୯ରେ ସାଉଦି ଆରବ ଗସ୍ତ ସମୟରେ ମଧ୍ୟ ଏପରି ଆଲୋଚନା ପ୍ରକାଶ ପାଇଥିଲା। ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ପୁଟିନ ତାଙ୍କ କାର୍ଯ୍ୟକାଳ ଆରମ୍ଭରୁ ଏହି ପଦ୍ଧତି ଗ୍ରହଣ କରିଆସୁଛନ୍ତି। ଏହା ପଛରେ ଉଦ୍ଦେଶ୍ୟ ହେଉଛି ପୁଟିନଙ୍କ ସ୍ୱାସ୍ଥ୍ୟ ଏବଂ ତାଙ୍କ ସମ୍ଭାବ୍ୟ ରୋଗ ବିଷୟରେ ସୂଚନା ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଲୁଚାଇବା।

ପୁଟିନ ଗତ କିଛି ବର୍ଷ ଧରି ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ସୂଚନାକୁ ନେଇ ଖବରରେ ଅଛନ୍ତି। ଏହା ବିଶ୍ୱାସ କରାଯାଏ ଯେ ପୁଟିନ ଚାହାଁନ୍ତି ନାହିଁ କି ବିଶ୍ୱ ତାଙ୍କ ଶାରୀରିକ ଅବସ୍ଥା ବିଷୟରେ ଜାଣନ୍ତୁ। ତାଙ୍କ ମଳ ଓ ମୂତ୍ର ନମୁନା ପରୀକ୍ଷା କରି ଏହି ସୂଚନା ପ୍ରକାଶ କରାଯାଇପାରିବ। ସେଥିପାଇଁ ତାଙ୍କ ଅଙ୍ଗରକ୍ଷୀମାନେ ସେମାନଙ୍କ ସହିତ ପୋର୍ଟେବଲ ଶୌଚାଳୟ ବହନ କରନ୍ତି।


ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ, ପୁଟିନଙ୍କ ସୱାସ୍ଥ୍ୟ ବିଷୟରେ ଅନେକ କଳ୍ପନାଜଳ୍ପନା କରାଯାଇଥିଲା। ଅନେକ ରିପୋର୍ଟରେ କୁହାଯାଇଛି ଯେ ପୁଟିନ କର୍କଟ ରୋଗରେ ପୀଡିତ। ପୁଟିନ ଡିମେନ୍ସିଆ ଏବଂ ପାର୍କିନ୍ସନ୍ସ ରୋଗରେ ପୀଡିତ ଥିବା ରିପୋର୍ଟ ମଧ୍ୟ ଆସିଛି।

ଆମେରିକୀୟ ଟାବ୍ଲଏଡ ନ୍ୟୁୟର୍କ ପୋଷ୍ଟ ଏକ ଫଟୋ ପୋଷ୍ଟ କଲାବେଳେ ପୁଟିନଙ୍କ ସୱାସ୍ଥ୍ୟ ଖରାପ ହେବାର ଗୁଜବ ଆହୁରି ବଢ଼ିଯାଇଥିଲା, ଯେଉଁଥିରେ ପୁଟିନଙ୍କ ରୁଷର ବିଜୟ ଦିବସ ପରେଡ ଅବସରରେ ମସ୍କୋରେ କମ୍ବଳ ଘୋଡ଼ାଇ ବସିଥିବା ଦେଖାଯାଇଥିଲା। ୨୦୧୯ରେ ପ୍ୟାରିସରେ ଅନୁଷ୍ଠିତ ୟୁକ୍ରେନ ଶିଖର ସମ୍ମିଳନୀ ସମୟରେ, ପୁଟିନ ନିଜର ଛଅ ଜଣ ଅଙ୍ଗରକ୍ଷୀଙ୍କ ସହିତ ବାଥରୁମ ଯାଉଥିବାର ଦେଖାଯାଇଥିଲା।

ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ତାଙ୍କ ଚାରିପାଖରେ ସୁରକ୍ଷା ପାଇଁ ମୁତୟନ ଥିଲେ। ସେହି ସମୟରେ, ପୁଟିନ୍ ବାଥରୁମରୁ ବାହାରକୁ ଆସିବା ମାତ୍ରେ ଆଉ ଜଣେ ଅଙ୍ଗରକ୍ଷୀ ଭିତରକୁ ପଶିଗଲେ। ତେଣୁ କୁହାଯାଉଛି କି ଷଷ୍ଠ ଅଙ୍ଗରକ୍ଷୀ ଜଣକ ପୁଟିନଙ୍କ ମଳ ଓ ମୂତ୍ର ସଂଗ୍ରହ କରିବାକୁ ବାଥରୁମ୍ ଭିତରେ ପଶିଥିଲେ। ଆଉ ଏବେ ଆଲାସ୍କାରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ବେଳେ ମଧ୍ୟ ପୁଟିନଙ୍କ ସହିତ ତାଙ୍କର ପୁ ସୁଟକେସ୍ ବା ମଳ ମୂତ୍ର ସୁଟକେଶ୍ ଆସିଥିଲା ବୋଲି ସୂଚନା ମିଳିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Putin’s Bodyguards Collect His Excrement During Foreign Trips & Bring It Back Russia | Argus News