Videos
|
International

Christmas Event / ମାଡ଼ି ଆସିଲା ନରହନ୍ତା ଗାଡି, ଆଖି ସାମ୍ନାରେ ଗଡ଼େଇ ଦେଲା ୧୦ ମୁଣ୍ଡ

Banajyotshna Ray
Browse all articles by Banajyotshna Ray
·9 months ago·2 min read
ମାଡ଼ି ଆସିଲା ନରହନ୍ତା ଗାଡି, ଆଖି ସାମ୍ନାରେ ଗଡ଼େଇ ଦେଲା ୧୦ ମୁଣ୍ଡ
10 killed

Key Points

ଫିକା ପଡ଼ିଲା ଖ୍ରୀଷ୍ଟମାସ ସେଲିବ୍ରେସନ
ଆଖି ସାମ୍ନାରେ ଚାଲିଗଲା ୧୦ଜଣଙ୍କ ଜୀବନ
୧୯ ଆହତ ହୋଇଥିବା ମଧ୍ୟ ସୂଚନା ରହିଛି
ଆଉ ଦିନ କେଇଟା ପରେ ବଡଦିନ ବା ଖ୍ରୀଷ୍ଟମାସ। ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ଦେଶ ବିଦେଶ । ଯାହାକୁ ଦୃଷ୍ଟିରେ ରଖି ଚାଲିଥିଲା ଖ୍ରୀଷ୍ଟମାସ ସେଲିବ୍ରେସନ। ଖୁସିରେ ସମସ୍ତେ ମସଗୁଲ ଥିଲେ। ସାଜସଜା ଚାଲିଥିଲା। ହଠାତ୍‌ ଘଟିଲା ଅଘଟଣ। ଚାଲିଗଲା ୧୦ ଜଣଙ୍କ ଜୀବନ। ଏହାସହ ୧୯ ଜଣ ଆହତ ହୋଇଥିବା ଜଣାପଡିଛି। ଫ୍ରାନ୍ସର ଗୁଆଡେଲୁପର ସେଣ୍ଟ-ଆନରେ ଏକ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମରେ ବଡ଼ ଦୁର୍ଘଟଣା ଘଟିଛି। ଏକ ଗାଡ଼ି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଥିଲା। କିନ୍ତୁ ହଠାତ୍‌ କଣ ହେଲା କେଜାଣି ଗାଡି ତଳେ ଚାପି ହୋଇଗଲେ ୧୦ରୁ ଉର୍ଦ୍ଧ୍ୱ ଲୋକ।

ଅଧିକାରୀମାନେ କହିଛନ୍ତି ଯେ, ଦୁର୍ଘଟଣାର କାରଣ ଅସ୍ପଷ୍ଟ। ତଦନ୍ତ ଆରମ୍ଭ ହୋଇଛି ଏବଂ ଅଧିକ ସୂଚନାର ଅପେକ୍ଷା କରାଯାଇଛି। ଘଟଣା ପରେ ଅଗ୍ନିଶମ କର୍ମଚାରୀ, ପାରାମେଡିକ୍ସ ଏବଂ ପୋଲିସ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସହରର ମେୟର ମଧ୍ୟ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେ ଆହତମାନଙ୍କୁ ସାହାଯ୍ୟ ପାଇଁ କିଛି ଲୋକଙ୍କୁ ଉପସ୍ଥିତ କରାଯାଇଥିଲା। ସଙ୍ଗେ ସଙ୍ଗେ ସେମାନଙ୍କୁ ମେଡିକାଲ ନେବାକୁ କୁହାଯାଇଥିଲା।

ଏଥିସହ ପଢ଼ନ୍ତୁ: ଭାରତର କେଉଁ ଜିନିଷ ଉପରେ ନିର୍ଭର କରେ ଋଷିଆ

ସୂଚନାନୁସାରେ, ଆହତମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଘଟଣା ଟାଉନ ହଲ ଏବଂ ଚର୍ଚ୍ଚ ସମ୍ମୁଖରେ ଥିବା ସ୍କୋଏଲଚର ସ୍କୋୟାରରେ ଘଟିଛି, ଯେଉଁଠାରେ ଖ୍ରୀଷ୍ଟମାସ ପ୍ରସ୍ତୁତି ଚାଲିଥିଲା। ଘଟଣା ସ୍ଥଳରେ ଉପସ୍ଥିତ ଥିବା ସାକ୍ଷୀମାନେ କହିଛନ୍ତି ଯେ, ଡ୍ରାଇଭର ଗାଡ଼ି ଚଲାଇବା ସମୟରେ ଏକ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହୋଇଥାଇପାରନ୍ତି, ଯଦିଓ ଏହି ତଥ୍ୟକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରାଯାଇ ନାହିଁ। ରିପୋର୍ଟ କରାଯାଇଛି ଯେ ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରେ ରହିଥିଲେ। ଯାହା ଫଳରେ ଏତେ ବଡ ଦୁର୍ଘଟଣା ଘଟିଥିଲା। ଆଖି ସାମ୍ନାରେ ଚାଲିଯାଇଥିଲା ଅନେକଙ୍କ ଜୀବନ। ଫ୍ରାନ୍ସ ସରକାର ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି। ଯେଉଁମାନେ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର ବୋଲି କୁହାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ବର୍ଷ, ଖ୍ରୀଷ୍ଟମାସର କିଛି ଦିନ ପୂର୍ବରୁ ଜର୍ମାନ ସହର ମାଗଡେବର୍ଗରେ ଏକ ଜନବହୁଳ ଖ୍ରୀଷ୍ଟମାସ ବଜାରରେ ଏକ କାର ପଶିଯାଇଥିଲା। ଯେଉଁଥିରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ 68 ଜଣ ଆହତ ହୋଇଥିଲେ। ସମାନ ଘଟଣା ମଧ୍ୟ ଚଳିତ ବର୍ଷ ଫ୍ରାନ୍ସରେ ଦେଖିବାକୁ ମିଳିଛି। ବର୍ଷ ବଦଳିଛି, ସ୍ଥାନ ବଦଳିଛି କିନ୍ତୁ ସମାନ ଘଟଣା ଘଟିଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Related Topics

Explore more stories