|
logo
Live

Argus News - ଦୁବାଇରେ ରଥଯାତ୍ରା ପାଳିତ

International

ଦୁବାଇରେ ରଥଯାତ୍ରା ପାଳିତ

Banajyotshna Ray
Browse all articles by Banajyotshna Ray
·1 year ago
ଦୁବାଇରେ ରଥଯାତ୍ରା ପାଳିତ

ଅର୍ଗସ ବ୍ୟୁରୋ: ଦୁବାଇରେ ରଥଯାତ୍ରା । ସଂଯୁକ୍ତ ଆରବର ଜଗନ୍ନାଥ ଦର୍ଶନ ସଂଗଠନ ପକ୍ଷରୁ ଦୁବାଇରେ ସୋମବାର ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସହରର ସିନ୍ଧି ସେରିମୋନିଆଲ ସେଣ୍ଟରରେ ଅନୁଷ୍ଠିତ ଏହି ରଥଯାତ୍ରାରେ 300ରୁ ଅଧିକ ଭକ୍ତ ଭାଗ ନେଇ ରଥ ଟାଣିଥିଲେ । ଏହି ଅବସରରେ ଛପନ ଭୋଗ, ହରିନାମ ସଂକୀର୍ତନ, ପହଣ୍ଡି, ଛେରା ପହଁରା ଆଦି ପୁରୀ ଜଗନ୍ନାଥ ମନ୍ଦିରର ନୀତିକାନ୍ତିକୁ ମାନି କରାଯାଇଥିଲା । ଜଗନ୍ନାଥ ଦର୍ଶନ ଅନୁଷ୍ଠାନର ସଭ୍ୟ ଅଶୋକ କୁମାର ସ୍ବାଇଁ, ଦେବାଶିଷ ମିଶ୍ର, ଜନ୍ମେଜୟ ଦାସ, ମନୋଜ ବେହେରା ଓ ସନ୍ତୋଷ କୁମାର ବେହେରା ରଥଯାତ୍ରାକୁ ଆୟୋଜନ କରିଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦୁବାଇରେ ରଥଯାତ୍ରା ପାଳିତ | Argus News