ଆଜିର ଦିନରେ ଶପଥ ନେଇଥିଲେ ଓବାମା...

Key Points
ଆଜକୁ ଠିକ୍ 15 ବର୍ଷ ତଳର କଥା । ଜାନୁଆରୀ 20, 2009 ।
ଅର୍ଗସ ବ୍ୟୁରୋ: ଆଜକୁ ଠିକ୍ 15 ବର୍ଷ ତଳର କଥା । ଜାନୁଆରୀ 20, 2009 । ଆମେରିକାର ପ୍ରଥମ କୃଷ୍ଣକାୟ ବ୍ୟକ୍ତି ଭାବେ ଦେଶର ୪୪ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରି ଇତିହାସ ସୃଷ୍ଟି କରିଥିଲେ ବାରାକ ଓବାମା । ଆମେରିକାର କମାଣ୍ଡର-ଇନ୍-ଚିଫ୍ ହୋଇଥିଲେ । ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିଳିଥିଲା ଅସମ୍ଭାଳ ଭିଡ । ସମସ୍ତଙ୍କ ମନରେ ଥିଲା ନୂଆ ଆଶା..ଆକାଂକ୍ଷା।
ଶପଥ ନେବା ସମୟରେ ବାରାକ ଓବାମା କହିଥିଲେ ଆଜି ଆମେ ଏକତ୍ରିତ ହୋଇଛୁ , କାରଣ ଭୟ ଉପରେ ଆଶା, ସଂଘର୍ଷ ଏବଂ ମତଭେଦ ମଧ୍ୟରେ ଏକତାକୁ ବାଛିଛୁ । ଏତିକି କହି ଆମେରିକାର ୪୪ତମ ରାଷ୍ଟ୍ରପତି ଭାବରେ ନିଜର ଯାତ୍ରା ଆରମ୍ଭ କରିଥିଲେ ଓବାମା ।
📱 Get Argus News App
✨ଆଉ ଆଜି ସେହି ମୁହୂର୍ତ୍ତ । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଭାବରେ ଦ୍ୱିତୀୟ ଥର ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ଏନେଇ କାଉଣ୍ଟ ଡାଉନ୍ ଆରମ୍ଭ ହୋଇସାରିଛି । କାପିଟୋଲ୍ ହିଲ ବାହାରେ ବାରିକେଡ କରାଯାଇଛି । ପୁରା ୱାଶିଂଗଟନ୍ ରେ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ଇତିହାସର ସବୁଠାରୁ ବଡ଼ ଶପଥ ଗ୍ରହଣ ସମାରୋହ ଭାରତୀୟ ସମୟ ଆଜି ରାତି ୧୦.୩୦ ଏବଂ EST 12:30 ରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ୯:୩୦ EST ରେ ଉପରାଷ୍ଟ୍ରପତି ପଦ ପାଇଁ ଜେ.ଡି ଭାନ୍ସ ଶପଥ ଗ୍ରଗଣ କରିବେ । ଏହା ପରେ ପ୍ରେସିଡେଣ୍ଟ ଇଲେକ୍ଟ ଡୋନାଲ୍ଡ ଟ୍ରମ୍ପ ଙ୍କୁ ଚିଫ୍ ଜଷ୍ଟିସ୍ ଜନ୍ ରବର୍ଟସ୍ ଶପଥ ଗ୍ରହଣ କରାଇବେ । ଏହି ଅବସରରେ ଆମେରିକା ଆର୍ମଡ ଫୋର୍ସ ଏବଂ ନାଭାଲ ଏକାଡେମି AMERICA THE BEAUTIFUL ସଙ୍ଗୀତକୁ ପରିବେଷଣ କରାଯିବ ।