Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅସମ୍ଭବ କିଛି ବି ନୁହେଁ...

International

ଅସମ୍ଭବ କିଛି ବି ନୁହେଁ...

Smruti Parija
Browse all articles by Smruti Parija
·1 year ago·2 min read
ଅସମ୍ଭବ କିଛି ବି ନୁହେଁ...

ଅର୍ଗସ ବ୍ୟୁରୋ: ୱେଟ୍ ଲସ୍ , ଡାଏଟିଂ ଆଜିକାଲି ଯୁବପିଢିଙ୍କର ଯେମିତି ମେନ୍ ଫୋକସ । ପାଠ ପଢା...କ୍ୟାରିଅର୍ ସହ ନିଜକୁ ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାନ୍ତି । ଫିଟ୍ ରହିବା ପାଇଁ ନିଜ ଲାଇଫ୍ ଷ୍ଟାଇଲ୍ ଉପରେ ବେଶୀ ଫୋକସ କରୁଛନ୍ତି । ହେଲେ ଆପଣ ଶୁଣିଥିବେ କିଏ 3/4 କିଲୋ ବା 10 କିଲୋ ଓଜନ ହ୍ରାସ କରିଥିବ । ସେଥିପାଇଁ ବି କେତେ କଣ କରିବାକୁ ପଡିଥିବ । ୱାକ ଆଉଟ୍, ଜିମ୍ , ୟୋଗା, ଡାଏଟ୍ ... ହେଲେ ଜଣେ ବ୍ୟକ୍ତି 610 କେଜିରୁ ହେଲେ 63 କେଜି । 

 

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ଭବ କରି ଦେଖାଇଛନ୍ତି ସାଉଦି ଆରବର ଖଲିଦ୍ ବିନ୍ ମୋହସେନ୍ । 2013ରେ ଏହି ବ୍ୟକ୍ତି ଜଣଙ୍କ ଥିଲେ 610 କେଜି । ତାଙ୍କୁ ଦୁନିଆର ସବୁଠାରୁ ମୋଟା ବ୍ୟକ୍ତି ବୋଲି କହୁଥିଲେ । ଚଲା, ବୁଲା ତ ଦୂର କଥା ଉଠି ବସି ପାରୁନଥିଲେ । ହେଲେ ସେ 10 ବର୍ଷରେ କମାଇଛନ୍ତି 547 କେଜି । ଆଉ ଏବେ ସେ ଏମିତି ଦେଖାଯାଉଛନ୍ତି...କଣ ବିଶ୍ୱାସ ହେଉନି ନା....

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସାଉଦି ଆରବ ଜଜାନ ସହରର ଖଲିଦ ଶାରି । ଅଧିକ ଓଜନ ପାଇଁ ଦିନେ ଚର୍ଚ୍ଚାରେ ଥିଲେ । ଏବେ ଓଜନ କମ କରି ବି ଚର୍ଚ୍ଚାରେ ତାଙ୍କ ଫଟୋ ଭିଡିଓ ସବୁ ସେତେବେଳେ ଯେତିକି ଆଶ୍ଚର୍ଯ୍ୟ କରୁଥିଲା । ଏବେ ବି ତାଙ୍କ ଫଟୋ ଆଶ୍ଚର୍ଯ୍ୟ କରୁଛି । କଣ ଜଣେ ବ୍ୟକ୍ତି ଏତେ ଓଜନ ହ୍ରାସ କରିପାରେ । ଯିଏ ନିଜର ନୀତିଦିନର କାମ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର କରୁଥିଲେ । ଏବେ ସେ ପୁରା ଫିଟ୍ । 
 

ପ୍ରାୟ 3 ବର୍ଷରୁ ଅଧିକ ସମୟ ସେ ବେଡ୍ ରେ ପଡିରହିଲେ ଖଲିଦ ଶାରି   ।  ଗୋଟେ ଗୋଟେ ଦିନ ତାଙ୍କ ପାଇଁ ଗୋଟେ ଯୁଗ ଥିଲା । ହେଲେ ତାଙ୍କର କିଛି ଫଟୋ ଓ ଭିଡିଓ ସେତିକି ବେଳେ ସାଉଦି ରାଜା ଅବଦୁଲାଙ୍କ ଆଖିରେ ପଡିଲା । ଏବଂ ସେ ତାଙ୍କ ଜୀବନ ବଞ୍ଚାଇବାକୁ ସାହାଯ୍ୟର ହାତ ବଢାଇଲେ । ସେଇଠୁ ଆରମ୍ଭ ହେଲା ତାଙ୍କର ୱେଟ୍ ଲସ୍ ଜର୍ନି । ସେ ଖଲିଦଙ୍କ ପାଇଁ ମାଗଣା ଚିକିତ୍ସା ବନ୍ଦୋବସ୍ତ କରିଦେଲେ । ଖଲିଦଙ୍କୁ ନିଜ ଘରୁ ରିଆଦ ସ୍ତିତ ଏକ ମେଡିକାଲକୁ ସ୍ୱତନ୍ତ୍ର ରୂପେ ଡିଜାଇନ ହୋଇଥିବା ବେଡ୍  ସାହାଯ୍ୟରେ ଅଣାଗଲା । 30 ଜଣିଆ ମେଡିକାଲ ଟିମ୍ ତାଙ୍କର ଖାଦ୍ୟପେୟ, ଡାଏଟ ଓ ଚିକିତ୍ସା ଉପରେ ନଜର ରଖିଲେ । 

ତାଙ୍କୁ କଠିନ କାର୍ଯ୍ୟକଳାପରେ ନିୟୋଜିତ କରାଗଲା । ଚିକିତ୍ସାରେ ବିଶେଷ କରି ଗ୍ୟାସଟ୍ରିକ ବାଇପାସ ସର୍ଜରୀ, ସଠିକ୍ ଖାଦ୍ୟ ଓ ବ୍ୟାୟମ ଉପରେ ଗୁରୁତ୍ୱ ଦିଆଯାଉଥିଲା । ଧିରେ ଧିରେ ଏହାର ରେଜଲ୍ଟ ମଧ୍ୟ ଦେଖିବାକୁ ମିଳିଲା । ତାଙ୍କ ବଡି ସେଫ୍ ବି ଆଶ୍ଚର୍ଯ୍ୟଜନକ ଭାବରେ ପରିବର୍ତ୍ତନ ହୋଇଥିଲା । ମାତ୍ର 6 ମାସରେ ଖଲିଦ ନିଜ ଓଜନର ପ୍ରାୟ ଅଧା କମାଇଦେଲେ । 2023 ସୁଦ୍ଧା ଖଲିଦଙ୍କ ଓଜନ 547 କେଜି କମିଯାଇଥିଲା । 610 ରୁ ସେ 63 କେଜି ହୋଇଗଲେ । ଆଉ ଏବେ ଖଲିଦ କହୁଛନ୍ତି ଏବେ ସେ ଦୁନିଆର ସବୁଠାରୁ ସୁଖୀ ବ୍ୟକ୍ତି । ଏମିତିକି ମେଡିକାଲ କର୍ମଚାରୀ ବି ତାଙ୍କୁ କହୁଛନ୍ତି ଦି ସ୍ମାଇଲିଂ ମ୍ୟାନ୍ । ଅସମ୍ଭବ କିଛି ବି ନୁହେଁ । ଯଦି ଜଣେ ବ୍ୟକ୍ତି ଚାହେଁ ସେ କିଛି ବି କରିପାରିବ ।

Sponsored
read-weightloss-journey-of-saudiarab-khalidbin-mohsen | Argus News