Videos
|
International

ପାର୍ସଲରୁ ବାହାରିଲା ଝିଟିପିଟି

Arpita Mohanty
Browse all articles by Arpita Mohanty
·2 years ago·1 min read
ପାର୍ସଲରୁ ବାହାରିଲା ଝିଟିପିଟି

ଅର୍ଗସ ବ୍ୟୁରୋ: ଆମାଜନ ପାର୍ସଲରୁ ବାହାରିଲା ଝିଟିପିଟି। ଅର୍ଡ଼ର କଲେ ଏୟାର ଫ୍ରାଏର ପାଇଲେ ଝିଟିପିଟି। ଘଟଣାଟି ଦେଖିବାକୁ ମିଳିଛି କଲମ୍ବିଆରେ । ସେଠାକାର ଜଣେ ମହିଳା ସୋଫିଆ ସେରାନୋଙ୍କ କହିବା ଅନୁଯାୟୀ ସେ ଆମାଜନରୁ ଏକ ଏୟାର ଫ୍ରାଏର ଅର୍ଡ଼ର କରିଥିଲେ କିନ୍ତୁ ବଦଳରେ ତାଙ୍କ ପାର୍ସଲ ଭିତରୁ ଝିଟିପିଟି ବାହାରିଲା। ଯାହାକୁ ଦେଖି ସିଏ ଆଶ୍ଚର୍ଯ୍ୟ ହୋଇଗଲେ। ଏବଂ ପ୍ୟାକେଜ୍ ଭିତରେ ପାଇଥିବା ଝିଟିପିଟିର ଏକ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ଯେଉଁଥିରେ ଏପର୍ଯ୍ୟନ୍ତ 4.1 ମିଲିୟନରୁ ଅଧିକ ଭ୍ୟୁ ମିଳିସାରିଛି। ସେଥିରେ ସିଏ ସ୍ପାନିସରେ ଲେଖିଛନ୍ତି ମୁଁ ଆମାଜନରୁ ଏକ ଏୟାର ଫ୍ରାଏର ଅର୍ଡ଼ର କରିଥିଲି କିନ୍ତୁ ଝିଟିପିଟି ରିସିଭ କଲି। ମୁଁ ଜାଣିନି ଏହା ଆମାଜନର ଭୁଲ ନା କୋରିଅର ବୟର ଭୁଲ। କିନ୍ତୁ ଏପର୍ଯ୍ୟନ୍ତ ଆମାଜନ ଏହି ଘଟଣାରେ କୌଣସି ପ୍ରତିକ୍ରିୟା ରଖିନାହିଁ।

ଏହି ପୋଷ୍ଟରେ ଅନେକ ୟୁଜର୍ସ କମେଣ୍ଟ କରି କହିଛନ୍ତି ଏହା ଏପର୍ଯ୍ୟନ୍ତର ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣା। ଆଉ କିଏ ସେହି ଝିଟିପିଟିକୁ ନିକଟସ୍ଥ ପରିବେଶ ସଂସ୍ଥାକୁ ଦେଇଦେବାକୁ ମତ ରଖିଛି। ତେବେ ମିଳିଥିବା ଝିଟିପିଟି ହେଉଛି ସ୍ପାନିସ ରକ୍ ଲିଜାର୍ଡ଼।

ଅଧିକ ପଢନ୍ତୁ ବିଦେଶ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
received lizard instead of air fryer from Amazon | Argus News