ବର୍ଷାରେ ବେହାଲ ପାକିସ୍ତାନ, ଯାଉଛି ଜୀବନ...

Key Points
ପ୍ରବଳ ବର୍ଷାରେ ବେହାଲ ପାକିସ୍ତାନ
ଗଲାଣି ୨୪ ଜୀବନ, ୧୫୦ ଅଧିକ ଆହତ
ପାକିସ୍ତାନରେ ପ୍ରବଳ ବର୍ଷା। ବୁଧବାର ବର୍ଷା ଜନିତ ଦୁର୍ଘଟଣାରେ ନଅ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ୯୨ ଜଣ ଆହତ ହୋଇଛନ୍ତି । ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ପାକିସ୍ତାନର ପଞ୍ଜାବ ପ୍ରଦେଶ ବିଷୟରେ କହିବାକୁ ଗଲେ, ଗତ ୨୪ ଘଣ୍ଟା ମଧ୍ୟରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ୧୫୦ ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଏପର୍ଯ୍ୟନ୍ତ ପାକିସ୍ତାନରେ ବର୍ଷା ଯୋଗୁଁ ମୋଟ ମୃତ୍ୟୁ ସଂଖ୍ୟା ୧୪୦ ରେ ପହଞ୍ଚିଛି। ଜଣେ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି।
ନିମ୍ନାଞ୍ଚଳ ଓ ପ୍ରମୁଖ ରାସ୍ତାରୁ ଜଳ ନିଷ୍କାସନ ପାଇଁ ଯନ୍ତ୍ରପାତି ସହିତ ଟିମ୍ଗୁଡ଼ିକ ନିୟୋଜିତ ହୋଇଛନ୍ତି। ଜନସାଧାରଣଙ୍କୁ ସତର୍କ ସୂଚନା ଜାରି କରାଯାଇଛି, ଯେଉଁଥିରେ ଅନାବଶ୍ୟକ ଯାତ୍ରା ଏଡ଼ାଇବା ଏବଂ ବିଦ୍ୟୁତ୍ ଖୁଣ୍ଟ ଓ ତାରରୁ ଦୂରେଇ ରହିବାକୁ କୁହାଯାଇଛି। ପାକିସ୍ତାନର ବିଭିନ୍ନ ସ୍ଥାନରେ ପାଣି ଘେରରେ ଫସିଛନ୍ତି ଲୋକେ। ଅନେକ ଲୋକଙ୍କ ଜୀବନ ଗଲାଣି। ଜନଜୀବନ ପ୍ରଭାବିତ। ବାହାୱାଲନଗରରେ ତିନି ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି । ଭକ୍କରରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଏବଂ ତିନି ଜଣ ଆହତ ହୋଇଛନ୍ତି । ପାକପଟ୍ଟନରେ ତିନି ଜଣ, ସାହିୱାଲରେ ଚାରି ଜଣ, ଫୈସଲାବାଦ ଓ ମୁଜାଫରଗଡ଼ରେ ଦୁଇ ଜଣ ଲେଖାଁଏ, ଟୋବା ଟେକ ସିଂହରେ ଚାରି ଜଣ, କାସୁରରେ ତିନି ଜଣ, ଡେରା ଗାଜୀ ଖାନରେ ଦୁଇ ଜଣ ଏବଂ ରାଜନପୁର, ସିଆଲକୋଟ, ଓ ମିଆନୱାଲିରେ ଜଣେ ଲେଖାଏଁ ଆହତ ହୋଇଛନ୍ତି ।
📱 Get Argus News App
✨ଓକାରାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଝିଅ ଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି । ଲାହୋରରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆଠ ଜଣ ଆହତ ହୋଇଛନ୍ତି। ସେଠାକାର ଲୋକଙ୍କ ଜନଜୀବନ ହନ୍ତସନ୍ତ ହେଉଛି। ଲାହୋରରେ ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇଛି । ଏହା ସହ ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିଛି ।