Donald Trump / ଟ୍ରମ୍ପଙ୍କୁ ବିଦା କରିବାକୁ ଆନ୍ଦୋଳନରେ ସାମିଲ ବଡ଼ ବଡ଼ ନେତା !

Key Points
ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ୱାଶିଂଟନରେ ବଡ଼ ବିକ୍ଷୋଭ ପ୍ରଦର୍ଶନ । ଯେଉଁଥିରେ ପ୍ରଦର୍ଶନକାରୀ ଖୋଲାଖୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଦରୁ ହଟାଇବାକୁ ଦାବି କରିଛନ୍ତି । 'Remove the Regime' ନାମକ ଏହି ରାଲିରେ ଶହ ଶହ ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ। ରାସ୍ତାରେ ଶୁଣାଗଲା ଇମ୍ପିଚ୍, କନଭିକ୍ଟ ଓ ରିମୁଭ ନାରା। ଅର୍ଥାତ୍ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗାଦିଚ୍ୟୁତ କରିବାକୁ କୁହାଯାଇଛି ।
ଏହି ବିକ୍ଷୋଭରେ ବହୁ ବଡ଼ ଚେହେରା ମଧ୍ୟ ସାମିଲ ଥିଲେ। ଏମାନଙ୍କ ମଧ୍ୟରେ ଥିଲେ ଟେକ୍ସାସର ସାଂସଦ ଅଲ ଗ୍ରୀନ୍ ଓ ପୂର୍ବତନ ପୋଲିସ ଅଧିକାରୀ ମାଇକେଲ ଫେନନଙ୍କ ଭଳି ବକ୍ତା । ପ୍ରସିଦ୍ଧ ବ୍ୟାଣ୍ଡ Dropkick Murphys ଏବଂ କଳାକାର ଆର୍ଥ ଟୁ ଇଭ୍ ବି ଲାଇଭ୍ ପରଫରମାନ୍ସ କରିଥିଲେ। ଏହା ଫଳରେ ବିକ୍ଷୋଭର ମାହୋଲ ଅଧିକ ଜୋରଦାର ହୋଇଥିଲା । କାର୍ଯ୍ୟକ୍ରମ ପରେ ପ୍ରଦର୍ଶନକାରୀମାନେ ୱାଂଶିଟନର ପ୍ରତୀକ ସ୍ଥଳ ନ୍ୟାସନାଲ୍ ମଲ୍ ପାଖରେ ଶୋଭାଯାତ୍ରା ବି କଲେ ।
ରାଲିରେ ଥିବା ପୂର୍ବ ମେଟ୍ରୋ ପୋଲିସ ଅଧିକାରୀ ମାଇକେଲ୍ ଫେନନ କହିଛନ୍ତି ଆମେରିକାର ସଂଖ୍ୟାଧିକ ଲୋକ ଏବେ ଆଉ ଅଧିକ ଅଣଦେଖା କରାଯିବାକୁ ପ୍ରସ୍ତୁତ ନୁହନ୍ତି । ଏହି ପ୍ରଶାସନ ପ୍ରତି ଲୋକେ ଅତିଷ୍ଠ ହୋଇସାରିଲେଣି । ସେପଟେ ଆମେରିକୀୟ ପ୍ରତିନିଧି ଅଲ୍ ଗ୍ରୀନ୍ ବିକ୍ଷୋଭର ଘୋଷଣା କରିଛନ୍ତି, ଖ୍ରୀଷ୍ଟମାସ ପୂର୍ବରୁ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଦାଏର କରାଯିବ ।
ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଘୋଷଣା କରିଛନ୍ତି, ସେ ମିନେସୋଟାରେ ରହୁଥିବା ସୋମାଲିଆର ଲୋକମାନଙ୍କ ପାଇଁ ଅସ୍ଥାୟୀ ନିର୍ବାସନ ସୁରକ୍ଷା (TPS) ତୁରନ୍ତ ସମାପ୍ତ କରୁଛନ୍ତି। ଗୃହଯୁଦ୍ଧ କିମ୍ବା ବିପର୍ଯ୍ୟୟ ଯୋଗୁ ନିଜ ଦେଶକୁ ଫେରିପାରି ନଥିବା ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ୩୪ ବର୍ଷ ତଳେ ୧୯୯୧ ମସିହାରେ ରାଷ୍ଟ୍ରପତି ଜର୍ଜ ଏଚ୍.ଡବ୍ଲୁ. ବୁଶଙ୍କ ସମୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଟ୍ରମ୍ପ୍ ବର୍ତ୍ତମାନ ବହିଷ୍କାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି।
ନୂଆ ପ୍ରବାସ ନୀତି
ଟ୍ରମ୍ପ ଶନିବାର ଦିନ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି, ସୋମାଲିଆ ଗ୍ୟାଙ୍ଗମାନେ ମିନେସୋଟାରେ ଭୟ ଏବଂ ଅପରାଧ ପ୍ରସାର କରୁଛନ୍ତି। କୋଟି କୋଟି ଡଲାର ଚୋରି ହୋଇଛି। କିନ୍ତୁ ସେ ଏହି ଦାବି ପାଇଁ କୌଣସି ପ୍ରମାଣ ପ୍ରଦାନ କରି ନାହାନ୍ତି। ସେ କହିଛନ୍ତି, ଏହି ପଦକ୍ଷେପ ତୁରନ୍ତ କାର୍ଯ୍ୟକାରୀ ହେବ।
📱 Get Argus News App
✨Related Topics
Explore more stories