Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅଶାନ୍ତ ଲେବାନନ,ଇସ୍ରାଏଲ କରୁଛି ଭୟଙ୍କର ଆକ୍ରମଣ

International

ଅଶାନ୍ତ ଲେବାନନ,ଇସ୍ରାଏଲ କରୁଛି ଭୟଙ୍କର ଆକ୍ରମଣ

Sangram Tripathy
Browse all articles by Sangram Tripathy
·1 year ago·2 min read
ଅଶାନ୍ତ ଲେବାନନ,ଇସ୍ରାଏଲ କରୁଛି ଭୟଙ୍କର ଆକ୍ରମଣ


ଅର୍ଗସ ବ୍ୟୁରୋ:ଇସ୍ରାଏଲ ଆଟାକରେ ଥରହର ଲେବାନନର ହିଜବୁଲ୍ଲା ଗଡ଼। ପଣ କରିଛି ଇସ୍ରାଏଲ ହିଜବୁଲ୍ଲାରର ସମସ୍ତଙ୍କୁ ମାରି ନେବୁ ନିଶ୍ବାସ ବୋଲି କହିଛି। ଏହାର ଉତ୍ତରରେ ହିଜବୁଲ୍ଲାକହିଛି ଇସ୍ରାଏଲ ଆଗରୁ ଭୟଙ୍କର ପରିସ୍ଥିତି ସାମ୍ନା କରିବ ବୋଲି କହିଛି। ଲେବାନନର ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ଲାହ ନିପାତ କରିବାକୁ ପଣ କରିଛି ଇସ୍ରାଏଲ, ହିଜବୁଲ୍ଲାର ମୁଖ୍ୟ ନସରଲ୍ଲାର କ୍ୟାମ୍ପରେ କରିଥିଲା ବଡ଼ ଧରଣର ଆକ୍ରମଣ,ଇସ୍ରାଏଲ ଲଗାତାର ହିଜବୁଲ୍ଲା ଆତଙ୍କବାଦୀଙ୍କୁ ଟାର୍ଗେଟ କରିକରିଆସିଛି, ତାଙ୍କ ବାସସ୍ଥାନରେ ଏୟାର ଷ୍ଟ୍ରାଇକ ଦ୍ୱାରା କରିଥିଲା ବିସ୍ଫୋରଣ । ଇସ୍ରାଏଲ ଡିଫେନ୍ସ ଫୋର୍ସ ଏକ୍ସରେ ପୋଷ୍ଟ କରି କହିଛନ୍ତି, ବର୍ତ୍ତମାନ ହସନ ନସରଲ୍ଲାହ ଦୁନିଆକୁ ଆତଙ୍କିତ କରିପାରିବେ ନାହିଁ। ହସନ ନସରୁଲ୍ଲାହ ୩୨ ବର୍ଷ ହେଲାଣି ହିଜବୁଲ୍ଲାରର ସଂଗଠନର ମୁଖ୍ୟ ଥିଲେ ତାଙ୍କୁ ନିହତ କରିଥିବା ଇସ୍ରାଏଲ ସେନା ଦାବି କରିଛି।

ହସନ ନସରୁଲ୍ଲାହ ଗତ ୩ ଦଶନ୍ଧି ଧରି ହିଜବୁଲ୍ଲାର ମୁଖ୍ୟ ପଦରେ ରହିଥିଲା ନସରୁଲ୍ଲା । ୧୯୮୫ରେ ଆମେରିକା ଓ ରୁଷକୁ ଧମକ ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିଲା। କିନ୍ତୁ ସେପଟେ ନସରୁଲ୍ଲାହର ମୃତ୍ୟୁ ଖବରକୁ ଅସ୍ବୀକାର କରିଛି ଇରାନ,ହିଜବୁଲ୍ଲାର ସଂଗଠନ କିଛି ଖବରର ସତ୍ୟତା ନାହିଁ ବୋଲି କହିଛି। କିନ୍ତୁ ଏପଟେ ଇସ୍ରାଏଲର ସେନା ଲଗାତାର ବେରୂତ ସମତେ ଅନେକ ଅଞ୍ଚଳରେ ଆକ୍ରମଣ କରିଚାଲିଛି। ଫଳରେ ବେରୁତରେ ଥିବା ହିଜବୁଲ୍ଲାହର ହେଡକ୍ବାର୍ଟର ଉପରେ ଭୀଷଣ ଏୟାର ଷ୍ଟ୍ରାଇକ୍ ଫଳରେ ବିଲଡିଂଟିକୁ ସମ୍ପୂର୍ଣ୍ଣ ଧ୍ବଂସ କରିଥିବା ଦାବି କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଏବେବି ଧ୍ବସ୍ତବିଧ୍ବସ୍ତ କୋଠା ତଳେ ଜୀବନ ଖୋଜାଚାଲିଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ବେରୁଟରୁ ପ୍ରାୟ ୩୦ କିଲୋମିଟର ଉତ୍ତରରେ ଘର ଥରି ଉଠିଥିଲା । ବିଗତ ୭୨ ଘଣ୍ଟାରେ ୩୦ ହଜାରରୁ ଅଧିକ ଲୋକ ବେରୁତକୁ ବାଏବାଏ କହି ସିରିଆ ଚାଲିଯାଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଦ୍ବାରା ଜାତିସଂଘକୁ ସମ୍ବୋଧନ କରିବାର କିଛି ସମୟ ଭିତରେ ହିଁ ଏହି ଆଟାକ୍ ହୋଇଥିଲା । ଇସ୍ରାଏଲ ଏବଂ ହେଜବୁଲ୍ଲା ମଧ୍ୟରେ ଲଢ଼େଇ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଫଳରେ ଲେବାନନର ସାଧାରଣ ଲୋକଙ୍କ ଜୀବନ ଯାଉଛି। ନେତାନ୍ୟାହୁ କହିଛନ୍ତି ହେଜବୁଲ୍ଲାର ସମସ୍ତ ଶକ୍ତି ଶେଷ ନ କରିବା ପର୍ଯ୍ୟନ୍ତ ଆମେ ଚୁପ୍ ବସିରହିବୁ ନାହିଁ। ତେବେ କେବେ ସରିବ ଏ ମହାଯୁଦ୍ଧ କେବେ ଫେରିବ ଶାନ୍ତି ଅପେକ୍ଷାରେ ବିଶ୍ବବାସୀ 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Restless Lebanon, Israel is doing terrible attacks | Argus News