Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୃଥିବୀକୁ କେମିତି ଫେରିବେ ସୁନୀତା ୱିଲିୟମ୍ସ ? ବାଟରେ ରହିଛି ଏ ସବୁ ପ୍ରତିବନ୍ଧକ...

International

ପୃଥିବୀକୁ କେମିତି ଫେରିବେ ସୁନୀତା ୱିଲିୟମ୍ସ ? ବାଟରେ ରହିଛି ଏ ସବୁ ପ୍ରତିବନ୍ଧକ...

Sushanta Sahoo
Browse all articles by Sushanta Sahoo
·1 year ago·3 min read
ପୃଥିବୀକୁ କେମିତି ଫେରିବେ ସୁନୀତା ୱିଲିୟମ୍ସ ? ବାଟରେ ରହିଛି ଏ ସବୁ ପ୍ରତିବନ୍ଧକ...

୮ ମାସ ହେଲା ଅନ୍ତରୀକ୍ଷ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS)ରେ ଫସିଥିବା ସୁନୀତା ୱିଲିୟମ୍ସ ଓ ବୁଚ୍ ବିଲ୍‌ମୋର ପୃଥିବୀକୁ ଫେରିବେ । ନିର୍ଦ୍ଧାରିତ ସମୟ ପୂର୍ବରୁ ଉଭୟ ଫେରି ପାରନ୍ତି । ଆମେରିକୀୟ ମହାକାଶ ସଂସ୍ଥା ନାସା ଅନୁସାରେ, ଆଗାମୀ ଅନ୍ତରୀକ୍ଷ ଉଡ଼ାଣ ପାଇଁ 'ସ୍ପେଶଏକ୍ସ' କ୍ୟାପସୁଲ୍ ବଦଳାଇବ । ଯେମିତି ମାର୍ଚ୍ଚ ଶେଷ ଅଥବା ଏପ୍ରିଲ୍ ଆରମ୍ଭରୁ ସୁନୀତା ଓ ବୁଚ୍ ଫେରି ପାରିବେ ।


ପୂର୍ବରୁ ଜୁନ୍‌ରେ ଉଭୟ ଫେରିବାର ଥିଲା । କିନ୍ତୁ କ୍ୟାପସୁଲ୍ ଅନ୍ତରୀକ୍ଷ ମହାକାଶ କେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ବିଭିନ୍ନ ପ୍ରତିବନ୍ଧକର ସାମ୍ନା କରିବାକୁ ଅଧାରୁ ଫେରାଇ ଆଣିବା ଲାଗି ନାସା ବାଧ୍ୟ ହୋଇଥିଲା । ଏବେ ମାର୍ଚ୍ଚ ୧୨ରେ ନୂଆ କ୍ୟାପସୁଲ୍ ଉତକ୍ଷେପଣ କରାଯିବ । ଗତବର୍ଷ ଜୁନ୍ ୫ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିବା ପରେ ମହାକାଶ ଯାନ ହିଲିୟମ୍‌ରେ ଲିକେଜ୍ ସମସ୍ୟା ଦେଖା ଦେଇଥିଲା ।


ଏହାର ୫ଟି ଥ୍ରଷ୍ଟର ଖରାପ ହୋଇ ଯାଇଥିଲା । ଏପରିକି ଯାନକୁ ବିଦ୍ୟୁତ୍ ପ୍ରଦାନ କରୁଥିବା ସର୍ଭିସ୍ ମଡ୍ୟୁଲ୍‌ରେ ମଧ୍ୟ ସମସ୍ୟା ଦେଖା ଦେଇଥିଲା । ଏବେ ନାସାର କ୍ୟାପସୁଲରେ ସୁନୀତି ଓ ବୁଚ୍ ଫେରିବା ଯାହାକୁ ନେଇ ଇସ୍ରୋର ପୂର୍ବତନ ବୈଜ୍ଞାନିକ ବିନୋଦ ଶ୍ରୀବାସ୍ତବ ତଥ୍ୟ ଦେଇଛନ୍ତି ।


ବିନୋଦ ଶ୍ରୀବାସ୍ତବ କହିଛନ୍ତି, କୌଣସି ବସ୍ତୁକୁ ପୃଥିବୀର ନିମ୍ନ କକ୍ଷକୁ ପ୍ରବେଶ ଲାଗି ବେଗ ପ୍ରତି ସେକେଣ୍ଡ ୭.୮ କିଲୋମିଟର ରଖାଯିବା ଦରକାର । ଧରିତ୍ରୀଙ୍କୁ ରି-ଏଣ୍ଟ୍ରି ପାଇଁ ରେଟ୍ରୋରକେଟ୍ ବ୍ୟବହାର କରାଯାଏ । ପ୍ୟାରାସୁଟ୍ କିମ୍ବା ଏୟାର ବ୍ରେକର ବ୍ୟବହାର ଲାଗି ଅନ୍ତରୀକ୍ଷ ଯାନର ସବସୋନିକ ଗତିକୁ କମ୍ କରାଯାଇ ଥାଏ । ତେବେ ସବସୋନିକ ସ୍ପିଡ୍‌ ଧ୍ଵନିର ବେଗ ଠାରୁ କମ୍ ହୋଇଥାଏ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରି-ଏଣ୍ଟ୍ରି କେତେ ବିପଦ ?


ସ୍ପେଶ୍ ସଟଲ୍ ଲାଗି ସବୁଠୁ ବିପଜ୍ଜନକସ ସମୟ ହେଉଛି ରି-ଏଣ୍ଟ୍ରି । ଏହି ସମୟରେ ସଟଲ୍ ଅଧିକ ଚାପ ଓ ଅଧିକ ଉତ୍ତାପ ଦେଇ ଆସିଥାଏ । ୨୦୦୨ ଫେବ୍ରୁଆରୀ ୧ରେ ଲ୍ୟାଣ୍ଡିଂର ଠିକ୍ ୧୬ ମିନିଟ୍ ପୂର୍ବରୁ ହିଁ ଜଳି ଯାଇଥିଲା କୋଲମ୍ବିଆ ସ୍ପେଶ୍ ସଟଲ୍ ମିଶନ STS-107 । ଯେଉଁଥିରେ କଳ୍ପନା ଚାୱଲାଙ୍କ ୭ ଅନ୍ତରୀକ୍ଷ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହାର କାରଣ ଥିଲା ସଟଲର ବାହାର ଟ୍ୟାଙ୍କରୁ ଫୋମ୍ ଇନ୍ସୁଲେଶନର ଏକ ଖଣ୍ଡ ଖସି ପଡ଼ିବା । ଯାହା ଫଳରେ ସଟଲ୍‌ର ବାମ ପଙ୍ଖାରେ ଛେଦ ସୃଷ୍ଟି ହୋଇଥିଲା । ଆଉ ରି ଏଣ୍ଟ୍ରି ବେଳେ ଏହି ଛୋଟିଆ କଣାରେ ଗରମ ବାୟୁ ପଶିବା ଫଳରେ ପଙ୍ଖା ନଷ୍ଟ ହୋଇ ନିଆଁ ଲାଗି ଯାଇଥିଲା । ଅସାମାନ୍ୟ ତାପମାତ୍ରା ଓ ଚାପରେ କିଛି ମିନିଟ୍‌ରେ ଜଳି ଯାଇଥିଲା ସ୍ପେଶକ୍ରାଫ୍ଟ ।


ପୃଥିବୀରୁ ପ୍ରାୟ ୩୦୦ କିଲୋମିଟର ଉଚ୍ଚତାରେ ରହିଛି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର । ଯେତେବେଳେ କୌଣସି ଯାନ ପୃଥିବୀ ଠାରୁ ୧୦୦ କିଲୋମିଟର ଉଚ୍ଚତାରେ ଥାଏ ତ ଫେରିବା ବେଳେ ଏକ ନିର୍ଦ୍ଦିଷ୍ଟ ରାସ୍ତାରେ ଆସିବାକୁ ପଡ଼େ । ଆଉ ଏଥିରେ ଟିକିଏ ଏପଟ ସେପଟ ଯାନରେ ନିଆଁ ଲଗାଇ ଦେଇପାରେ ।


ବିନୋଦ ଶ୍ରୀବାସ୍ତବଙ୍କ ଅନୁସାରେ, ସ୍ପେଶକ୍ରାଫ୍ଟ ଏକ ନିର୍ଦ୍ଦିଷ୍ଟ ଆଙ୍ଗେଲରେ ପ୍ରବେଶ କରେ । ଏହି ଆଙ୍ଗେଲ ୯୪,୭୧ ଡିଗ୍ରୀରୁ ନେଇ ୯୯.୮୯ ଡିଗ୍ରୀ ହୋଇଥାଏ । ରି-ଏଣ୍ଟ୍ରି ଆଙ୍ଗେଲରୁ ପୃଥିବୀର ବାତାବରଣକୁ ଆସିବା ମାତ୍ରେ କ୍ୟାପସୁଲର ଉପର ଭାଗ ପୂରା ଜଲିୟାଏ ଓ ତଳ ଭାଗ ଯେଉଁଠି ଯାତ୍ରୀ ଥାଆନ୍ତି ତାହା ପାରାସ୍ୟୁଟ୍ ମାଧ୍ୟମରେ ତଳକୁ ଖସି ଆସେ ।


ପ୍ରାରମ୍ଭରେ ସଟଲ ଅନ୍ତରୀକ୍ଷରେ ଜୋରରେ ଘୁରିଥାଏ । କିଛି ରାଉଣ୍ଡ ବୁଲିବା ପରେ ବେଗ କମିବା ସହ ଗୁରୁତ୍ଵାକର୍ଷଣ ସଟଲକୁ ପୃଥିବୀକୁ ଟାଣେ । ସଟଲ୍ ତଳକୁ ଖସିବା ସହ ବେଗ ଘଣ୍ଟାପ୍ରତି ୨୮ ହଜାର କିଲୋମିଟର ହୋଇଥାଏ । ଏହି ସମୟରେ ସଟଲ୍ ଆଗରେ ଥିବା ବାୟୁ ଦବି ଯାଏ । ଫଳରେ ବାୟୁର ତାପମାତ୍ରା ୩୦୦୦ ହଜାର ଡିଗ୍ରୀ ହୋଇ ଯାଇଥାଏ । ଫଳରେ ସଟଲ୍ ବି ଗରମ ହୁଏ । ଏହି ତାପମାତ୍ରା କୌଣସି ସାମଗ୍ରୀକୁ ତରଳାଇ ଦେଇପାରେ ।

Sponsored
Restrictive On Sunita Williams Earth Return | Argus News