Japan Tsunami Alert / ସତ ହେଲା ରିଓ ଟାଟସୁକିଙ୍କ ଭବିଷ୍ୟବାଣୀ

Key Points
ମାଡ଼ି ଆସିଲା ଭୟଙ୍କର ସୁନାମୀ || ୧୯ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର || ସତ ହେଲା ରିଓ ଟାଟସୁକିଙ୍କ ଭବିଷ୍ୟବାଣୀ
ଜୁଲାଇ ୩୦, ୨୦୨୫ ଜାପାନର ୧୬ଟି ଭିନ୍ନ ସ୍ଥାନରେ ସୁନାମି ହୋଇଛି। ଯାହା ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି । ୧୯ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି। କେବଳ ଜାପାନ ନୁହେଁ, ଏହି ଲହରୀଗୁଡ଼ିକ ଆମେରିକାର କାଲିଫର୍ନିଆ ଏବଂ ହାୱାଇରେ ପହଞ୍ଚିଥିଲା ଏବଂ ୮.୭ ତୀବ୍ରତାର ଭୂମିକମ୍ପରେ ରୁଷିଆର କାମଚାଟକା ଅଞ୍ଚଳ ଥରି ଉଠିଥିଲା। ଏଭଳି ଭୟଙ୍କର ସୁନାମୀ ପରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏସବୁ ଭିତରେ ଆଉ ଏକ ଘଟଣା ଖବରର ଶିରୋନାମାରେ ରହିଛି। ତାହା ହେଉଛି ରିଓ ଟାଟସୁକିଙ୍କ ଭବିଷ୍ୟବାଣୀ। ଯାହା ସତ ହୋଇଛି। କିଏ ଏହି ରିଓ ଟାଟସୁକି ?
ସମସ୍ତେ ବାବା ଭେଙ୍ଗାଙ୍କୁ ଜାଣିଥିବେ କିନ୍ତୁ ରିଓ ଟାଟସୁକିଙ୍କୁ ବାବା ଭେଙ୍ଗାଙ୍କ ସହ କାହିଁକି ତୁଳନା କରାଯାଉଛି ? ରିଓ ଟାଟସୁକି ଜଣେ ପ୍ରସିଦ୍ଧ ମାଙ୍ଗା କଳାକାର, ଯିଏ କେବଳ ଗ୍ରାଫିକ ଉପନ୍ୟାସ ମାଧ୍ୟମରେ କାହାଣୀ କୁହନ୍ତି ନାହିଁ, ବରଂ ଭବିଷ୍ୟତର ଏକ ଝଲକ ମଧ୍ୟ ଦିଅନ୍ତି। ତାଙ୍କର ପ୍ରଥମ ଲୋକପ୍ରିୟ ଗ୍ରାଫିକ ଉପନ୍ୟାସ ‘ଦି ଫ୍ୟୁଚର୍ ଆଇ ସ’ ୧୯୯୯ରେ ପ୍ରକାଶିତ ହୋଇଥିଲା। ଏଥିରେ, ସେ ୨୦୧୧ ଜାପାନ ସୁନାମି ଏବଂ ଫୁକୁସିମା ବିପର୍ଯ୍ୟୟ ବିଷୟରେ ଉଲ୍ଲେଖ କରିଥିଲେ – ଯାହା ୧୨ ବର୍ଷ ପରେ ସତ୍ୟ ପ୍ରମାଣିତ ହୋଇଥିଲା। ରିଓ ବର୍ଷ ବର୍ଷ ପୂର୍ବରୁ ଏକ ଗ୍ରାଫିକ ଉପନ୍ୟାସ ମାଧ୍ୟମରେ ଏହି ସୁନାମିର ଭବିଷ୍ୟବାଣୀ କରିଥିଲେ।
ଆଜି ଯେତେବେଳେ ତାଙ୍କର ଭବିଷ୍ୟବାଣୀ ସତ୍ୟ ହୋଇଛି। ଲୋକମାନେ ତାଙ୍କୁ ଜାପାନର ବାବା ଭେଙ୍ଗା ବୋଲି କହିବା ଆରମ୍ଭ କରିଛନ୍ତି। କେବଳ ସେତିକି ନୁହେଁ, ୨୦୨୧ରେ ପ୍ରକାଶିତ ଏହି ଗ୍ରାଫିକ ଉପନ୍ୟାସର ନୂତନ ସଂସ୍କରଣରେ, ରିଓ ଟାଟସୁକି ଜୁଲାଇ ୨୦୨୫ରେ ଜାପାନରେ ପ୍ରବଳ ସମୁଦ୍ର ଗତି ଏବଂ ସୁନାମି ବିଷୟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ। ଏକ ବଡ଼ ସମୁଦ୍ର ଭୂମିକମ୍ପ ଜାପାନର ପୂର୍ବ ଉପକୂଳକୁ ଥରାଇବ। ଗ୍ରୀଷ୍ମ ଋତୁରେ, ଯେତେବେଳେ ଲୋକମାନେ ବିଶ୍ରାମ ଖୋଜିବେ, ପାଣିର କାନ୍ଥ ସେମାନଙ୍କୁ ଗ୍ରାସ କରିବ।
ଯାହା ଗୋଟି ଗୋଟି କରି ସତ ହୋଇଛି। ବାବା ଭେଙ୍ଗା ଜଣେ ପ୍ରସିଦ୍ଧ ବୁଲଗେରିଆନ ଭବିଷ୍ୟଦ୍ବକ୍ତା ଥିଲେ ଯିଏ ୯/୧୧, ଚେର୍ନୋବିଲ ବିପର୍ଯ୍ୟୟ ଏବଂ ସୋଭିଏତ ୟୁନିଅନ ବିଘଟନ ଭଳି ଘଟଣାଗୁଡ଼ିକର ସଠିକ ଭବିଷ୍ୟବାଣୀ କରିଥିଲେ। ରିଓ ତାତ୍ସୁକି ବୈଜ୍ଞାନିକ ଆଧାର ବାହାରେ ଚିତ୍ର ଏବଂ କାହାଣୀ ମାଧ୍ୟମରେ ଆଗାମୀ ବିପର୍ଯ୍ୟୟକୁ ମଧ୍ୟ ଚିତ୍ରଣ କରିଥିଲେ। ଯାହା ପରେ ସମସ୍ତେ ରିଓ ଟାଟସୁକିଙ୍କୁ ବାବା ଭେଙ୍ଗାଙ୍କ ସହ ତୁଳନା କରୁଛନ୍ତି।
📱 Get Argus News App
✨Related Topics
Explore more stories