Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଡଲାର ତୁଳନାରେ କମୁଛି ଟଙ୍କାର ଦାମ୍

Smruti Parija
Browse all articles by Smruti Parija
·1 year ago·1 min read
ଡଲାର ତୁଳନାରେ କମୁଛି ଟଙ୍କାର ଦାମ୍

ଅର୍ଗସ ବ୍ୟୁରୋ: ଡଲାର ତୁଳନାରେ କମୁଛି ଟଙ୍କାର ଦାମ୍ । ଗୋଟିଏ ଡଲାରର ମୂଲ୍ୟ 84 ଟଙ୍କାକୁ ହ୍ରାସ ପାଇଛି । ଯାହା ଇତିହାସରେ ପ୍ରଥମ । ଦେଶର ଇକ୍ୱିଟି ବଜାରରୁ ବୈଦେଶିକ ପୋର୍ଟଫୋଲିଓ ନିବେଶକମାନେ ପାଣ୍ଠି ପ୍ରତ୍ୟାହର କରୁଥିବାରୁ ଡଲାର ଚାହିଦା ବୃଦ୍ଧି ପାଇଛି । ସେମାନେ ଭାରତୀୟ ବଜାରରେ ଡଲାର ନିବେଶ କରୁଥିବାରୁ ତାହାର ମୂଲ୍ୟ ସେହି ସ୍ତରରେ ରହିଥିଲା । କିନ୍ତୁ ସେମାନେ ପାଣ୍ଠି ପ୍ରତ୍ୟାହର କରିବା ପରେ ଡଲାର ଉପରେ ଚାପ ସୃଷ୍ଟି ହୋଇଥିଲା । 

ଦେଶକୁ ଅଧିକ ଡଲାର ଆସିଲେ ଟଙ୍କା ମୂଲ୍ୟ ଉନ୍ନତ ସ୍ଥିତିରେ ରହିଥାଏ । ହେଲେ ଡଲାର ଅଭାବ ଦେଖାଦେଲେ ତାହା ଟଙ୍କାକୁ ଆହୁରି ଦୁର୍ବଳ କରିପକାଏ । ଗତ 9 ଦିନ ମଧ୍ୟରେ ବୈଦେଶିକ ପୋର୍ଟଫୋଲିଓ ନିବେଶକମାନେ ଭାରତୀୟ ଷ୍ଟକ ବଜାରରୁ 55 ହଜାର କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି । ଦୈନିକ ସେମାନେ 100 କୋଟି ଡଲାର ଲେଖାଏଁ ପ୍ରତ୍ୟାହର କରିଛନ୍ତି । ଫଳରେ ଦେଶରୁ ଡଲାର କମ ହେବାରେ ଲାଗିଛି । ଏବଂ ଟଙ୍କା ଉପରେ ଚାପ ସୃଷ୍ଟି କରୁଛି ।   
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
rupees-price-decreased-comparision-to-dollar | Argus News