Videos
|
International

ଥରିଲା ଋଷ, ୭.୩ ତୀବ୍ରତାର ଭୂକମ୍ପ ପରେ ସୁନାମି ପାଇଁ ସତର୍କ ସୂଚନା ଜାରି

Ritu Das
Browse all articles by Ritu Das
·1 year ago·1 min read
ଥରିଲା ଋଷ, ୭.୩ ତୀବ୍ରତାର ଭୂକମ୍ପ ପରେ ସୁନାମି ପାଇଁ ସତର୍କ ସୂଚନା ଜାରି

Key Points

ପୁଣି ଥରିଲା ରୁଷିଆର କାମଚଟକା। ଜୁଲାଇ ୩୦ରେ ଏହି ଅଞ୍ଚଳରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଥିବା ବେଳେ ଏବେ ପୁଣି କାମଚଟକାରେ ୭.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି।

ପୁଣି ଥରିଲା ରୁଷିଆର କାମଚଟକା। ଜୁଲାଇ ୩୦ରେ ଏହି ଅଞ୍ଚଳରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଥିବା ବେଳେ ଏବେ ପୁଣି କାମଚଟକାରେ ୭.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ପରେ ଏବେ ଭୂକମ୍ପ ଅନୁଭୂତ ଅଞ୍ଚଳରେ ସୁନାମି ପାଇଁ ଆଲର୍ଟ ଜାରି କରାଯାଇଛି। ଯଦି ସୁନାମି ଆସେ, ତେବେ ଏହା ବିନାଶ ଆଣିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏପରି ପରିସ୍ଥିତିରେ କାମଚଟକା ଉପକୂଳ ନିକଟରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ତେବେ ଜୁଲାଇ ୩୦ରେ ହୋଇଥିବା ଭୂକମ୍ପର ତୀବ୍ରତା ୮.୮ ଥିଲା। ଭାରତୀୟ ସମୟ ଅନୁଯାୟୀ ବୁଧବାର ଭୋର୍‌ ୪ଟା ୫୪ ମିନିଟରେ ଏହି ଭୂକମ୍ପ ଆସିଥିବା ବେଳେ ସମଗ୍ର ପ୍ରଶାନ୍ତ କ୍ଷେତ୍ର ପାଇଁ ଏହା ସୁନାମି ବିପଦ ଆଣିଥିଲା।


କାମ୍‌ଚାଟ୍‌କାରେ ୫ ମିଟର ଉଚ୍ଚତା ପର୍ଯ୍ୟନ୍ତ ସୁନାମି ଆସିଥିଲା। ଫଳରେ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ତଳେ ୧୯.୩ କିଲୋମିଟର ଗଭୀରତାରେ ଥିଲା। କାମ୍‌ଚାଟ୍‌କା ଗଭର୍ଣ୍ଣର ଭ୍ଲାଦିମିର ସୋଲୋଡୋଭ୍‌ ଏକ ଭିଡିଓ ପୋଷ୍ଟ କରି କହିଥିଲେ ଯେ, ଆଜିର ଭୂମିକମ୍ପ ଦଶନ୍ଧି ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଥିଲା। ଏଥିରେ ଶତାଧିକ ଆବାସିକ ଓ ସରକାରୀ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: