Why America Attacked Venezuela / ଆମେରିକା ପଦକ୍ଷେପକୁ କଡ଼ା ନିନ୍ଦା କରିଛି ଋଷ

Key Points
ଆମେରିକା ପଦକ୍ଷେପକୁ କଡ଼ା ନିନ୍ଦା କରିଛି ଋଷ
`ମାଦୁରୋଙ୍କ ବିରୋଧରେ ଚାଲିବ ଆପରାଧିକ ମାମଲା'
ଭେନେଜୁଏଲା ସ୍ଥିତି ନେଇ ଟ୍ରମ୍ପଙ୍କ ବଡ଼ ବୟାନ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି , ଏବେ ଆମ ନିୟନ୍ତ୍ରଣରେ `ଭେନେଜୁଏଲାରେ ଆମେରିକା ସେନାର ସଫଳ ଅପରେସନ' । ଭେନେଜୁଏଲାବାସୀ ବହୁତ ଖୁସି ହେଲେ ।
ମାଦୁରୋ ଲୋକଙ୍କ ପାଇଁ ବିପଜ୍ଜନକ ଥିଲେ ବୋଲି କହିଲେ ଟ୍ରମ୍ପ । ଭେନେଜୁଏଲାରେ ଜାତୀୟ ଜାରୁରୀକାଳୀନ ସ୍ଥିତି ଲାଗୁ । ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଗିରଫ କରାଯାଇଥିବା ଆମେରିକା ସ୍ପଷ୍ଟ କରିବାପରେ କମ୍ପିଲେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜଙ୍ଗ ଉନ । ତୁରନ୍ତ ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ମୁକ୍ତ କରିବାକୁ ଦାବି କରିବା ସହ ଏଥିପାଇଁ ଆମେରିକାକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି କହିଛନ୍ତି ଉନ । ଆମେରିକା ପଦକ୍ଷେପକୁ ଋଷ ମଧ୍ୟ କରିଛି କଡ଼ା ନିନ୍ଦା । ବ୍ରାଜିଲ, ଚୀନ, ବ୍ରିଟେନ ସମେତ ଜାତିସଂଘ ମଧ୍ୟ ଆମେରିକାର ପଦକ୍ଷେପକୁ ଆନ୍ତର୍ଜାତିକ ଆଇନର ଉଲ୍ଲଂଘନ ବୋଲି କହିଛି । ଭେନେଜୁଆଲା ରାଷ୍ଟ୍ରପତିଙ୍କ ବିରୋଧରେ ଆପରାଧିକ ମାମଲା ଚାଲିବ ବୋଲି ପାଲଟା ଜବାବ ଦେଇଛି ଟ୍ରମ୍ପ ପ୍ରଶାସନ । ଯାହାକୁ ନେଇ ବିଶ୍ଵ ରାଜନୀତି ହୋଇଛି ସରଗରମ ।
ସେପଟେ ଭେନେଜୁଏଲାର ବିରୋଧୀ ନେତା ମାରିଆ କୋରିନା କହିଛନ୍ତି । 'ଆମେ କ୍ଷମତା ଗ୍ରହଣ କରିବାକୁ ପ୍ରସ୍ତୁତ' । ଭେନେଜୁଏଲାର ବିରୋଧୀ ନେତା ମାରିଆ କୋରିନା ସ୍ପଷ୍ଟ କରିଛନ୍ତି ଯେ ସେ ଭେନେଜୁଏଲାରେ କ୍ଷମତା ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ସ୍ୱାଧୀନତାର ସମୟ ଆସିଯାଇଛି । ମାରିଆ କୋରିନା ମରଚାଡେ ହେଉଛନ୍ତି, ଯିଏ ୨୦୨୫ ରେ ନୋବେଲ ପ୍ରାଇଜ ବିଜେତା ହୋଇଥିଲେ । ନୋବେଲ ପ୍ରାଇଜ ଜିତିବା ପରେ ଟ୍ରମ୍ପ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏବେ ପ୍ରଶ୍ନ ଉଠୁଛି ଭେନେଜୁଏଲା କ୍ଷମତା ପରିବର୍ତ୍ତନ କରିବାର ଷଡ଼ଯନ୍ତ୍ର ନୁହେଁତ । ଏହା ମଧ୍ୟ ଚର୍ଚ୍ଚା ହେଉଛି ତେଲ ପାଇଁ ଟ୍ରମ୍ପଙ୍କର ଏହା ଖେଳ ନୁହେଁତ ।
ଆମେରିକା ଭେନେଜୁଏଲା ଉପରେ କରିଥିବା ଆକ୍ରମଣକୁ ବିଭିନ୍ନ ରାଷ୍ଟ୍ର ନିନ୍ଦା କରିଛନ୍ତି ।
ଭେନେଜୁଏଲାର ମିତ୍ର ରାଷ୍ଟ୍ର ମାନେ କିଏ କିଏ...ଐତିହାସିକ ଭାବେ, ଦୁଇଟି ଦେଶ ନିରନ୍ତର ଭାବରେ ଭେନେଜୁଏଲାକୁ ସମର୍ଥନ କରିଆସିଛନ୍ତି କ୍ୟୁବା ଏବଂ ନିକାରାଗୁଆ । ଆମେରିକାର ଏହି ଆକ୍ରମଣ ଏବଂ ଟ୍ରମ୍ପଙ୍କ ଧମକ ପରେ, କ୍ୟୁବା ଭେନେଜୁଏଲା ପ୍ରତି "ସମ୍ପୂର୍ଣ୍ଣ ସମର୍ଥନ କରିଛି । କ୍ୟୁବାର ବୈଦେଶିକ ମନ୍ତ୍ରୀ ବ୍ରୁନୋ ରୋଡ୍ରିଗେଜ୍ ମନ୍ତବ୍ୟ ଦେଇ ଏହା କହିଛନ୍ତି ।
ସେହିପରି ନିକାରାଗୁଆ ମଧ୍ୟ ଆମେରିକାର ପଦକ୍ଷେପର ଜବାବ ଦେଇଛି । ଡାନିଏଲ ଓର୍ଟେଗାଙ୍କ ସରକାର ଟ୍ରମ୍ପଙ୍କୁ ଭେନେଜୁଏଲାର ତୈଳ ସମ୍ପଦ ଜବତ କରିବାକୁ ଚାହୁଁଥିବା ଅଭିଯୋଗ କରିଛି ।
ସମସ୍ତଙ୍କର ନଜି ଶକ୍ତିଶାଳି ରାଷ୍ଟ୍ର ରୁଷ ଏବଂ ଚୀନର ଭୂମିକା କଣ ରହିବ । କିଛିଦିନ ହେବ ଲାଗିରହିଥିବା ଭେନେଜୁଏଲା-ଆମେରିକା ବିବାଦ ସମୟରେ ନିରବ ରହିଥିଲେ ରୁଷ ଏବଂ ଚୀନ୍ । କିନ୍ତୁ ଉଭୟ ଶକ୍ତି ଐତିହାସିକ ଭାବରେ ଭେନେଜୁଏଲାକୁ ସମର୍ଥନ କରିଛନ୍ତି ଏବଂ ପ୍ରତେକ୍ଷ ସହଯୋଗୀ ନ ଥିଲେ ମଧ୍ୟ, ପରେକ୍ଷରେ ଘନିଷ୍ଠ ସମ୍ପର୍କ ବଜାୟ ରଖିଛନ୍ତି ।
କାରିବିଆନରେ ଆମେରିକାର ସାମରିକ ମୁତୟନର ଜବାବରେ ଇରାନ ନିଜ ପକ୍ଷରୁ ଭେନେଜୁଏଲାର ଜାତୀୟ ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବାକୁ ଆହ୍ୱାନ କରିଛି ।
୨୦୦୬ ମସିହାରେ ବେଲାରୁଷ- ଭେନେଜୁଏଲା ସେମାନଙ୍କର ପ୍ରଥମ ବୈଷୟିକ ଏବଂ ସାମରିକ ତାଲିମ ଚୁକ୍ତିନାମା ସ୍ୱାକ୍ଷର କରିବା ପରଠାରୁ ବେଲାରୁଷ, ଭେନେଜୁଏଲାର ଏକ ଦୃଢ଼ ସହଯୋଗୀ ହୋଇଆସିଛି ।
ଅନ୍ୟପଟେ ଆମେରିକାର ମିତ୍ର ରାଷ୍ଟ୍ର ମଧ୍ୟ ସାମ୍ନାକୁ ଆସିଛନ୍ତି
ଟ୍ରମ୍ପଙ୍କୁ ସମର୍ଥନ କରିଥିବା ଅନେକ କାରିବିଆନ ଅଞ୍ଚଳରୁ ଯୁକ୍ତରାଷ୍ଟ୍ର ଜନସାଧାରଣଙ୍କ ସମର୍ଥନ ଉପରେ ନିର୍ଭର କରେ । ଏଥିରେ ତ୍ରିନିଦାଦ ଏବଂ ଟୋବାଗୋ, ଡୋମିନିକାନ୍ ଗଣରାଜ୍ୟ, ଗ୍ରେନାଡା, ଏବଂ ଆମେରିକାର ପୁଏର୍ଟୋରିକୋ ଏବଂ ୟୁଏସ୍ ଭର୍ଜିନ୍ ଦ୍ୱୀପପୁଞ୍ଜ ସମର୍ଥନ କରିଛନ୍ତି ।
ସବୁଠୁ ବଡ଼ କଥା ଭେନେଜୁଏଲା-ଆମେରିକା ବିବାଦକୁ ନେଇ ନାଟୋ ସଦସ୍ୟମାନଙ୍କର କଣ ରହିବ ପ୍ରତିକ୍ରିୟା । ସେମାନେ ଟ୍ରମ୍ପ ପ୍ରଶାସନକୁ ସମର୍ଥନ କରିବେ କି ? ନା ଆଲୋଚନାମୂଳକ, ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଚାପ ପକାଇବେ ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି ।
📱 Get Argus News App
✨Related Topics
Explore more stories