ଋଷ୍ ରେ ଚାଲିଛି ମତଦାନ, 3 ଦିନ ଧରି ୧୧ଟି ଟାଇମ୍ ଜୋନ୍ରେ ଚାଲିଛି ମତଦାନ

ଅର୍ଗସ ବ୍ୟୁରୋ: ରୁଷ୍ ରେ ୧୫ ତାରିଖ ଠାରୁ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଦେଶର ୧୧ଟି ଟାଇମ୍ ଜୋନ୍ରେ ମତଦାନ ହେବ । ଏହି ନିର୍ବାଚନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଶାସନକୁ ଆଉ ୬ ବର୍ଷ ବୃଦ୍ଧି କରିବ ବୋଲି ନିଶ୍ଚିନ୍ତ ହୋଇଛି । କାରଣ ସେ ତାଙ୍କ ପଞ୍ଚମ କାର୍ଯ୍ୟକାଳ ପାଇଁ ପ୍ରାୟତଃ ବିନା ଚ୍ୟାଲେଞ୍ଜରେ ଲଢୁଛନ୍ତି ।
ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ରାଜନୈତିକ ବିରୋଧୀମାନେ ଜେଲ୍ କିମ୍ବା ନିର୍ବାସିତ ଥିବା ବେଳେ ରୁଷିଆରେ ଏହି ନିର୍ବାଚନ ହେଉଛି । ପୁଟିନଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ତିନି ପ୍ରାର୍ଥୀ କ୍ରେମଲିନ ସମର୍ଥକ ବୋଲି କୁହାଯାଉଥିବାରୁ ପୁଟିନଙ୍କୁ ଖୁବ୍ କମ୍ ବିରୋଧ ହେଉଛି ।
ତାଙ୍କର ଜଣେ ମଜଭୁତ ବିରୋଧୀ ଭାବେ ଜଣାଶୁଣା ଏଲେକ୍ସି ନଭଲନୀଙ୍କ ନିକଟରେ ମୃତ୍ୟୁ ଘଟିଛି । ଆକଳନରୁ ଜଣାପଡୁଛି କି ମତଦାତାଙ୍କ ପାଖରେ ପୁଟିନଙ୍କ ବିକଳ୍ପ ବହୁତ କମ୍ । ଋଷରେ ୩ ଦିନରେ ୧ ଲକ୍ଷ ମତଦାନ କେନ୍ଦ୍ରରେ ମତଦାନ ହେବ ।
📱 Get Argus News App
✨ଆହୁରି ପଢନ୍ତୁ ବିଦେଶ ଖବର...