Videos
|
International

EUର ପ୍ରତିବନ୍ଧକ ଉପରେ MEA ରଖିଲା କଡ଼ା ଜବାବ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
EUର ପ୍ରତିବନ୍ଧକ ଉପରେ MEA ରଖିଲା କଡ଼ା ଜବାବ

Key Points

ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ସ୍ଥିତି ଏବେ ବି ଲାଗି ରହିଛି ।

ଯୁଦ୍ଧବିରତି ସମ୍ପର୍କରେ ଋଷ ବଡ଼ ସର୍ତ୍ତ ରଖିଛି ।

ରୁଷ ସମର୍ଥନରେ ଖୋଲାଖୋଲି ବାହାରିଲା ଭାରତ । EUର ପ୍ରତିବନ୍ଧକ ଉପରେ MEA ରଖିଲା ଜବାବ । 'ଆମେ ଏପରି ଏକପାଖିଆ ପ୍ରତିବନ୍ଧକକୁ ବିରୋଧ କରୁଛୁ । ରୁଷ ଉପରେ EU କଟକଣା ଲାଗିବା ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ କହିଛି ଯେ ଆମେ ବଜାରରେ ଉପଲବ୍ଧ ବିକଳ୍ପ ଏବଂ ବର୍ତ୍ତମାନର ବିଶ୍ୱ ପରିସ୍ଥିତି ଅନୁସାରେ ପଦକ୍ଷେପ ନେଉଛୁ । ଭାରତ EU କଟକଣାକୁ ଦ୍ୱୈତ ମାନଦଣ୍ଡ ବୋଲି କହିଛି ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଟ୍ୱିଟ କରିଛନ୍ତି । "ଆମେ ୟୁରୋପୀୟ ସଂଘ ଦ୍ୱାରା ଲାଗୁ ହୋଇଥିବା ପ୍ରତିବନ୍ଧକକୁ ଲକ୍ଷ୍ୟ କରିଛୁ । ଭାରତ କୌଣସି ଏକପାଖିଆ ପ୍ରତିବନ୍ଧକକୁ ସମର୍ଥନ କରେ ନାହିଁ । ଆମେ ଏକ ଦାୟିତ୍ୱବାନ ରାଷ୍ଟ୍ର ଏବଂ ଆମର ଆଇନଗତ ଦାୟିତ୍ୱ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ରହିଛି ।"

ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ସ୍ଥିତି ଏବେ ବି ଲାଗି ରହିଛି । ଯୁଦ୍ଧବିରତି ସମ୍ପର୍କରେ ଋଷ ବଡ଼ ସର୍ତ୍ତ ରଖିଛି । ଋଷ ସ୍ପଷ୍ଠ ଭାବେ କହିଛି, ୟୁକ୍ରେନ୍ ସେହି ଅଞ୍ଚଳଗୁଡିକରୁ ସେନା ପ୍ରତ୍ୟାହାର କରୁ ଯେଉଁ ଅଞ୍ଚଳକୁ ସେପ୍ଟେମ୍ବର ୨୦୨୨ରେ ଋଷ ଦଖଲ କରିଥିଲା । ଏହା ସହିତ ଋଷ ଆଉ ଏକ ସର୍ତ୍ତ ମଧ୍ୟ ରଖିଛି । ଏଥିରେ କୁହାଯାଇଛି, ୟୁକ୍ରେନକୁ ତା'ର ମାଟିରେ କୌଣସି ତୃତୀୟ ଦେଶର ସାମରିକ ଉପସ୍ଥିତିକୁ ନିଷିଦ୍ଧ କରିବା ଉଚିତ ।

ଋଷିଆନ ଦଲିଲରେ ଆହୁରି ପ୍ରସ୍ତାବ ଦିଆଯାଇଛି, "ୟୁକ୍ରେନ ସାମରିକ ଆଇନ ସମାପ୍ତ କରିବା ଏବଂ ନିର୍ବାଚନ କରାଇବା ଉଚିତ, ଯାହା ପରେ ଦୁଇ ଦେଶ ଏକ ବ୍ୟାପକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର କରିପାରିବେ । ୟୁକ୍ରେନ ନାଟୋରେ ଯୋଗଦାନ କରିବାର ପ୍ରୟାସ ବନ୍ଦ କରିବା ଉଚିତ । ୟୁକ୍ରେନିଆନ ସହିତ ସମକକ୍ଷ ଭାବରେ ଋଷିଆନ ଭାଷାକୁ ଦେଶର ସରକାରୀ ଭାଷା ଭାବରେ ମାନ୍ୟତା ଦେବ ।" ଋଷର ଏହି ଦାବି ପରେ କାହିଁ ଲାଗୁନି ଉଭୟ ଦେଶ ମଧ୍ୟରେ ଶୀଘ୍ର ଶାନ୍ତି ଫେରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Russia has placed major conditions on the ceasefire. | Argus News