Russia vs Ukraine / ପରାମାଣୁ ମିସାଇଲ ଆକ୍ଟିଭ କଲା ଋଷ, ୟୁକ୍ରେନ୍କୁ ଆଉ ତ୍ରାହି ନାହିଁ !

Key Points
ୟୁକ୍ରେନ ପାଇଁ ବଢିଲା ବିପଦ । ପୁଟିନଙ୍କ ଘର ଉପରେ ଆକ୍ରମଣ ପରେ ବଡ଼ ନିଷ୍ପତ୍ତି ନେଲେ ଋଷ ରାଷ୍ଟ୍ରପତି । ପରମାଣୁ ସକ୍ଷମ ଓରେସନିକ ମିସାଇଲ୍ ଆକ୍ଟିଭ କରିଛି ଋଷ । ଯାହା ୟୁକ୍ରେନ ପାଇଁ କାଳ ସାବ୍ୟସ୍ତ ହୋଇପାରେ । ସୋମବାର ପୁଟିନଙ୍କ ସରକାରୀ ବାସଭବନ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ମସ୍କୋ । ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୃଢ଼ ନିନ୍ଦା କରିଛନ୍ତି ।
ଓରେସନିକ ମିସାଇଲକୁ ଏପରି ସମୟରେ ସକ୍ରିୟ କରାଯାଇଛି, ଯେତେବେଳେ ୟୁକ୍ରେନ ଶାନ୍ତି ବାର୍ତ୍ତାକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇବା ପାଇଁ ପ୍ରୟାସ କରିଛି । ପୁଟିନଙ୍କ ସରକାରୀ ବାସଭବନ ଉପରେ ଡ୍ରୋନ ଆକ୍ରମଣର ଗୋଟିଏ ଦିନ ପରେ ଏହି କ୍ଷେପଣାସ୍ତ୍ରଗୁଡ଼ିକର ମୁତୟନ କରାଯାଇଛି । ପୁଟିନ ୟୁକ୍ରେନ ଦ୍ୱାରା ଡ୍ରୋନ ଆକ୍ରମଣ ବିଷୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅବଗତ କରାଇଥିଲେ ।
ଋଷ-ୟୁକ୍ରେନ ଯୁଦ୍ଧ ଶାନ୍ତି ପାଇଁ ଟ୍ରମ୍ପ ଜେଲେନସ୍କି ବୈଠକ ସଫଳ ହୋଇଥିଲା। ଆଗକୁ ତ୍ରିପାକ୍ଷିକ ଆଲୋଚନା ହେବ ବୋଲି ଆମେରିକା ରାଷ୍ଟ୍ରପତି ସୂଚନା ଦେଇଥିଲେ। ଏଥିରେ ପୁଟିନ-ଜେଲେନସ୍କି-ଟ୍ରମ୍ପଙ୍କ ମଧ୍ୟରେ ହୋଇଥାନ୍ତା ବୈଠକ। କିନ୍ତୁ ଏହାପୂର୍ବରୁ ଏକ ବଡ଼ ଭୁଲ କରିଦେଲା ୟୁକ୍ରେନ। ଯୁଦ୍ଧ ଶେଷ ହେବାକୁ ଚାଲିଥିବା କଥା ମଧ୍ୟରେ ଋଷ ରାଷ୍ଟ୍ରପତିଙ୍କ ଘର ଉପରକୁ ଡ୍ରୋନ୍ ଆଟାକ୍ କରିଛି ୟୁକ୍ରେନ।
ପୁଟିନଙ୍କ ବାସଭବନ ଉପରେ ପ୍ରାୟ ୯୧ରୁ ଅଧିକ ଡ୍ରୋନ ମାଡ଼ କରିଛି ୟୁକ୍ରେନ। ଏହି ଆକ୍ରମଣ ଗୁଡ଼ିକଦୂରଗାମୀ ଡ୍ରୋନ୍ ଦ୍ବାରା କରାଯାଇଛି। ଏହି ସମୟରେ ପୁଟିନ ସେଠାରେ ଉପସ୍ଥିତ ଥିଲେ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ଜଣାନାହିଁ। ହେଲେ ଏହି ଡ୍ରୋନ୍ ଗୁଡ଼ିକୁ ଋଷର ଏୟାର ଡିଫେନ୍ସ ସିଷ୍ଟମ୍ ମଝି ଆକାଶରେ ଖସାଇ ଦେଇଥିଲା। ତେବେ ପୁଟିନଙ୍କ ସରକାରୀ ବାସଭବନ ଉପରେ ୟୁକ୍ରେନ୍ କରିଥିବା ଏହି ହମଲା ଏବେ ୟୁକ୍ରେନ ଉପରେ ଭାରି ପଡ଼ିପାରେ। ଋଷ ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ୟୁକ୍ରେନର ଏହି ଷଡ଼ଯନ୍ତ୍ର ବଦଳରେ ୟୁକ୍ରେନ ଉପରେ ପରମାଣୁ ପକାଇପାରେ ଋଷ।
ସେପଟେ ୟୁକ୍ରେନର ଏହି ଆକ୍ରମଣ ବିଷୟରେ ପୁଟିନ ନିଜେ ଆମେରିକା ରାଷ୍ଟ୍ରପତିଙ୍କୁ ଫୋନ୍ କରି କହିଛନ୍ତି। ଯାହାକୁ ଶୁଣି ରାଗିଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ କହିଛନ୍ତି ଯାହା ହେଲା ତାହା ଠିକ୍ ନୁହେଁ। ଶାନ୍ତି ଆଲୋଚନା ସମୟରେ ଆକ୍ରମଣ ଘଟଣା ଗ୍ରହଣୀୟ ନୁହେଁ ବୋଲି ଟ୍ରମ୍ପ୍ କହିଛନ୍ତି । ପୁଟିନ ଟ୍ରମ୍ପଙ୍କୁ ଫୋନ୍ କରି କହିଥିବା କଥା ଟ୍ରମ୍ପ ନିଜେ ସୂଚନା ଦେଇଛନ୍ତି। ଏହାଛଡ଼ା ପୁଟିନ ଏହାକୁ ୟୁକ୍ରେନ ଦ୍ୱାରା ପ୍ରାୟୋଜିତ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ଯାହାର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି ଋଷ। କେଉଁଠାରେ ଏବଂ କେବେ ଏହି ପ୍ରତିଶୋଧମୂଳକ ଆକ୍ରମଣ କରାଯିବ ତାହା ବି ସ୍ଥିର କରାଯାଇ ସାରିଛି।
ତେବେ ୟୁକ୍ରେନ ରାଷ୍ଟ୍ରପତି କିନ୍ତୁ ପୁଟିନଙ୍କ ବାସଭବନରେ ଆକ୍ରମଣ କରାଯାଇଥିବା କଥାକୁ ମିଥ୍ୟା ବୋଲି କହିଛନ୍ତି। ସେ କହିଛନ୍ତି ପୁଟିନଙ୍କ ଉପରେ ଆକ୍ରମଣ ୟୁକ୍ରେନର ଯୋଜନାରେ ନାହିଁ ।
📱 Get Argus News App
✨Related Topics
Explore more stories