Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖ୍ରୀଷ୍ଟମାସରେ ୟୁକ୍ରେନ ଉପରେ ୭୦ କ୍ଷେପଣାସ୍ତ୍ର ଓ ଶତାଧିକ ଡ୍ରୋନ ମାଡ଼ କରିଛି ରୁଷିଆ

International

ଖ୍ରୀଷ୍ଟମାସରେ ୟୁକ୍ରେନ ଉପରେ ୭୦ କ୍ଷେପଣାସ୍ତ୍ର ଓ ଶତାଧିକ ଡ୍ରୋନ ମାଡ଼ କରିଛି ରୁଷିଆ

Ritu Das
Browse all articles by Ritu Das
·1 year ago·1 min read
ଖ୍ରୀଷ୍ଟମାସରେ ୟୁକ୍ରେନ ଉପରେ ୭୦ କ୍ଷେପଣାସ୍ତ୍ର ଓ ଶତାଧିକ ଡ୍ରୋନ ମାଡ଼ କରିଛି ରୁଷିଆ

ଧରାପୃଷ୍ଠରେ ଯୀଶୁଙ୍କ ଅବତରଣକୁ ନେଇ ବୁଧବାର ବିଶ୍ୱବାସୀ କ୍ରିସ୍‌ମସ ପାଳନରେ ମସ୍‌ଗୁଲ ଥିବାବେଳେ ୟୁକ୍ରେନ୍‌ ଉପରେ ଘନ ଘନ ଆକ୍ରମଣ କରିଛି ରୁଷିଆ। ୟୁକ୍ରେନ୍‌ର ଶକ୍ତି ଭିତ୍ତିଭୂମି ଉପରେ ରୁଷୀୟ ସୈନ୍ୟ ତୁହାକୁ ତୁହା ମିଶାଇଲ ଓ ଡ୍ରୋନ୍‌ ମାଡ଼ କରିଛନ୍ତି। ଏଥିରେ ଏକ ତାପଜ ବିଦ୍ୟୁତ୍‌ ଶକ୍ତି ପ୍ରକଳ୍ପ ଧସ୍ତବିଧ୍ୱସ୍ତ ହୋଇଯାଇଛି। ଫଳରେ ଅନେକ ୟୁକ୍ରେନୀୟ ଏକ ମେଟ୍ରୋ ଷ୍ଟେଶନରେ ଆଶୟ ନେବାକୁ ବାଧ୍ୟ ହୋଇଛନ୍ତି। ୟୁକ୍ରେନୀୟ ତୈଳ ଓ ଶକ୍ତି ଉତ୍ସଗୁଡ଼ିକ ଉପରେ ରୁଷିଆ ଜଳ, ସ୍ଥଳ ଓ ଆକାଶମାର୍ଗରୁ ୭୮ ମିଶାଇଲ୍‌ ଛାଡ଼ିଛି। ଏତିକି ନୁହେଁ, ୧୦୬ ଡ୍ରୋନ୍‌ ଆକ୍ରମଣ ମଧ୍ୟ କରିଥିବା ୟୁକ୍ରେନୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସେଥିରୁ ୫୯ ମିଶାଇଲ ଓ ୫୪ ଡ୍ରୋନ୍‌କୁ ୟୁକ୍ରେନ୍‌ ଖସାଇ ଦେଇଥିବା କିଭ୍‌ ପକ୍ଷରୁ ସୂଚନା ଦିଆଯାଇଛି।


ଇତିମଧ୍ୟରେ ଖସିପଡ଼ିଥିବା ଏକ ଡ୍ରୋନ୍‌ ଯୋଗୁ ରୁଷିଆର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଆଣ୍ଡ୍ରି ସିବିହା କହିଛନ୍ତି, ରୁଷିଆର ଏକ ମିଶାଇଲ୍‌ ମୋଲଡୋଭାନ୍‌ ଓ ରୋମାନୀୟ ବାୟୁସୀମା ଦେଇ ଗତି କରିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭ୍ଲାଡିମିର ଜେଲେନ୍‌ସ୍କି କହିଛନ୍ତି, ପୁଟିନ୍‌ ଜାଣିଶୁଣି ଆକ୍ରମଣ ପାଇଁ କ୍ରିସ୍‌ମାସକୁ ବାଛିଛନ୍ତି। ଏହାଠୁ ବଳି ଅମାନବୀୟ କାର୍ଯ୍ୟ କ’ଣ ହୋଇପାରେ ବୋଲି ଜେଲେନ୍‌ସ୍କି ପ୍ରଶ୍ନ କରିଛନ୍ତି। ୨୦୨୨ ଫେବୃଆରୀ ୨୪ରେ ଯୁଦ୍ଧ ଆରମ୍ଭ ହେବା ପରଠୁ ରୁଷିଆର ମୋଟ ୬ ଲକ୍ଷରୁ ଊର୍ଦ୍ଧ୍ୱ ମୃତାହତ ହୋଇଥିବାବେଳେ ୟୁକ୍ରେନ୍‌ର ୮୦ ହଜାର ସୈନ୍ୟ ନିହତ ଓ ୪ ଲକ୍ଷ ଆହତ ହୋଇଛନ୍ତି। ଆଉ କେତେଜଣ ପର୍ଯ୍ୟବେକ୍ଷକଙ୍କ ମତରେ ଉଭୟ ରୁଷିଆ ଓ ୟୁକ୍ରେନ୍‌ର ମୃତାହତଙ୍କ ସଂଖ୍ୟା ଅଧିକ ହୋଇପାରେ। ଗତ ୨୧ରେ ୟୁକ୍ରେନ୍‌ ରୁଷିଆର କାଜାନ ସହରରେ ୯/୧୧ ଶୈଳରେ ୨ଟି ସୁଉଚ୍ଚ ଅଟ୍ଟାଳିକାକୁ ଡ୍ରୋନ୍‌ ଆକ୍ରମଣ କରିଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ରୁଷିଆ ସୈନ୍ୟ ଏଭଳି ଆକମ୍ରଣ କରିଥିବା କୁହାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Russia shot down 70 missiles and hundreds of drones over Ukraine on Christmas Day. | Argus News