Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଶାନ୍ତି ସମାଧାନ ପାଇଁ ମୋଦିଙ୍କ ଉପରେ ୟୁରୋପିଆନ୍ ଲିଡର୍ସଙ୍କ ଭରସା

Smruti Parija
Browse all articles by Smruti Parija
·10 months ago·2 min read
ଶାନ୍ତି ସମାଧାନ ପାଇଁ ମୋଦିଙ୍କ ଉପରେ ୟୁରୋପିଆନ୍ ଲିଡର୍ସଙ୍କ ଭରସା

Key Points

ଭୟଙ୍କର ହେଉଛି ରୁଷ୍-ୟୁକ୍ରେନ୍ ଯୁଦ୍ଧ
ୟୁକ୍ରେନର ପୁଣି ଚାଣ୍ଡବ ରଚିଲା ରୁଷ୍
ୟୁକ୍ରେନର କ୍ଯାବିନେଟ୍ ବିଲ୍ଡିଂ ଉପରେ ଆକ୍ରମଣ
ଋଷ ପକ୍ଷରୁ ୮୦୫ ଡ୍ରୋନ ଓ ୧୩ ମିସାଇଲ ମାଡ
ରୁଷ୍ ଉପରେ ୟୁକ୍ରେନର ପାଲଟା ଆକ୍ରମଣ
ଶାନ୍ତି ସମାଧାନ ପାଇଁ ମୋଦିଙ୍କ ଉପରେ ୟୁରୋପିଆନ୍ ଲିଡର୍ସଙ୍କ ଭରସା

ବାରମ୍ବାର ଶାନ୍ତି ଆଲୋଚନା। ବାର ବାର ସିଜ୍ ଫାୟାରର ନିଷ୍ପତ୍ତି। ହେଲେ ସବୁ କିଛି ବିଫଳ। ନା ଅଟକୁଛି ନା ବନ୍ଦ ହେଉଛି ଯୁଦ୍ଧ। ଦିନକୁ ଦିନ ତେଜୁଛି ରୁଷ ଯୁକ୍ରେନ୍ ଯୁଦ୍ଧ। ସେପ୍ଟେମ୍ବର ୭ରେ ପୁଣି ଥରେ ୟୁକ୍ରେନ ରାଜଧାନୀ କିଭର ଅଫିସିଆଲ ବିଲଡିଂ ଉପରେ ରୁଷ୍ ର ଆକ୍ରମଣ ପରେ ଏହି ଯୁଦ୍ଧ ସ୍ଥିତି ଅନିଯନ୍ତ୍ରଣ ହୋଇପଡିଛି। ରୁଷିଆର ସେନାବାହିନୀ ୟୁକ୍ରେନର ସରକାରୀ ବିଲ୍ଡିଂ ଗୁଜିକୁ ଟାର୍ଗେଟ କରିଛନ୍ତି। ସେଣ୍ଟ୍ରାଲ କିଭିରେ ଥିବା ୟୁକ୍ରେନର କ୍ୟାବିନେଟ ବିଲ୍ଡିଂ ଉପରେ ହୋଇଛି ଆକ୍ରମଣ। ଏହି ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏମାନଙ୍କ ଭିତରେ ଜଣେ ଏକ ବର୍ଷର ବାଳକ ଅଛି। ୟୁକ୍ରେନ ଏୟାରଫୋର୍ସର ସୂଚନା ଅନୁସାରେ ୮୦୫ ଡ୍ରୋନ ଏବଂ ୧୩ ମିସାଇଲ ମାଡ ହୋଇଛି। ସେପଟେ ୟୁକ୍ରେନ ମଧ୍ୟ ପାଲଟା ଆକ୍ରମଣ କରିଛି ରୁଷିଆ ଉପରେ। ରୁଷିଆର ଡ୍ରୁଜବା ଅଏଲ ପାଇପଲାଇନ ଉପରେ ଆକ୍ରମଣ କରିଛି ୟୁକ୍ରେନ।


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିବାରେ ଅସଫଳ ହୋଇଛନ୍ତି ହେଲେ ଏଥିପାଇଁ ସେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଦୋଷ ଦେବାରେ ଲାଗିଛନ୍ତି। ହେଲେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କର ପୁଟିନଙ୍କ ସହିତ ବର୍ଷ ବର୍ଷର ସୁସମ୍ପର୍କ ଏବଂ ବିଶେଷ ଭାବରେ ନିକଟରେ ଏସସିଓ ବୈଠକରେ ପୁଟିନଙ୍କୁ ଶାନ୍ତି ସମାଧାନର ବାର୍ତ୍ତା ଦେଇଥିବା ମୋଦିଙ୍କ ଉପରେ ଭରସା କରିଛନ୍ତି ୟୁରୋପିଆନ୍ ଲିଡର୍ସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୦୨୨ ଫେବ୍ରୁଆରୀ ୨୪ରେ ରୁଷିଆର ୟୁକ୍ରେନ୍ ଆକ୍ରମଣ ଆରମ୍ଭ ହେବା ପରେ ଏହି ଯୁଦ୍ଧ ୟୁରୋପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠାରୁ ଘାତକ ସଂଘର୍ଷରେ ପରିଣତ ହୋଇଛି। ଲକ୍ଷାଧିକ ସୈନିକ ଓ ହଜାର ହଜାର ନାଗରିକଙ୍କ ମୃତ୍ୟୁ ହେଲାଣି। ଯେଉଁଥିରେ ୨୦୨୪ ସୁଦ୍ଧା ୟୁକ୍ରେନ୍‌ର ମୃତ୍ୟୁହାର ବୃଦ୍ଧି ପାଇଛି। ରୁଷିଆ ବର୍ତ୍ତମାନ ୟୁକ୍ରେନ୍‌ର ପ୍ରାୟ ୨୦% ଅଞ୍ଚଳ ଦଖଲ କରିଛି। ସେହିପରି ୨୦୨୫ ଜୁଲାଇରେ ୩ ହଜାର ୨୦୦ ଡ୍ରୋନ୍ ଏବଂ ସେପ୍ଟେମ୍ବର ୭ରେ ୮୦୫ ଡ୍ରୋନ୍ ଓ ୧୩ ମିସାଇଲ୍ ସହିତ ଏକ ରେକର୍ଡ ଆକ୍ରମଣ।

Sponsored
russia-ukraine-war-european-leaders-trust-modi-for-peaceful-resolution | Argus News