Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ୟୁକ୍ରେନରୁ ଫେରି ପୁଟିନଙ୍କ ସହ କଣ କଥା ହେଲେ ମୋଦି ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ୟୁକ୍ରେନରୁ ଫେରି ପୁଟିନଙ୍କ ସହ କଣ  କଥା ହେଲେ ମୋଦି ?

Key Points

  • ୟୁକ୍ରେନରୁ ଫେରି ପୁଟିନଙ୍କ ସହ କଥା ହେଲେ ମୋଦି
  • ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ହେଲା ଆଲୋଚନା
  • ଉଭୟଙ୍କ ବାର୍ତ୍ତାଳପକୁ ନେଇ ପୁରା ବିଶ୍ଵରେ ଚର୍ଚ୍ଚା

ଅର୍ଗସ ବ୍ୟୁରୋ : ୟୁକ୍ରେନରୁ ଫେରି ଋଷିଆର ରାଷ୍ଟ୍ରପତି ପୁଟିନଙ୍କ ସହ ମୋଦି କଣ କଥା ହେଲେ ତାହାକୁ ନେଇ ପୁରା ବିଶ୍ଵରେ ଏବେ ଚର୍ଚ୍ଚା । କାରଣ ଋଷିଆ-ୟୁକ୍ରେନ ଯୁଦ୍ଧକୁ ଏହାରି ମଧ୍ୟରେ ବର୍ଷେ ପୁରିସାରିଲାଣି । ହେଲେ ଉଭୟ ଦେଶ ଯୁଦ୍ଧକୁ ବିରାମ ଦେଉନାହାନ୍ତି । ତେଣୁ ମୋଦି ୟୁକ୍ରେନ ଗସ୍ତରେ ଯାଇଥିବାରୁ ଋଷିଆ କଡା ନଜର ରଖିଥିଲା । ହେଲେ ଭାରତ ସହ ଋଷିଆର ସମ୍ପର୍କ କେମିତି ତାହା କାହାକୁ ଅଛପା ନାହିଁ । ସେଇଥି ଲାଗି ତ ମୋଦି ଫେରିବା ପରେ ଦ୍ଵିପାକ୍ଷିକ ଆଲୋଚନା କଲେ ପୁଟିନ୍‌ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି ଏବଂ ୟୁକ୍ରେନ ଗସ୍ତ ସମୟର ଅନୁଭୂତି ବଖାଣିଛନ୍ତି ।  ରୁଷ୍‌ -ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ମୋଦି କୂଟନୈତିକ ପ୍ରୟାସ ଉପରେ ଗୁରୁତ୍ଵାରୋପ କରିଥିବା ସୂଚନା ମିଳିଛି ।  ଏକ୍ସ ପୋଷ୍ଟ କରି ମୋଦି କହିଛନ୍ତି, ‘ରୁଷ୍‌ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇଛି ଏବଂ ଦୁଇ ରାଷ୍ଟ୍ର ମଧ୍ୟରେ ସ୍ଵତନ୍ତ୍ର ଏବଂ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ଗ୍ରହଣ ସଂକ୍ରାନ୍ତରେ ଆଲୋଚନା କରିଛି ।  

ୟୁକ୍ରେନରୁ ଫେରିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ବାଇଡେନଙ୍କ ସହ କଥା ହେବା ପରେ ପୁଣି ପୁଟିନଙ୍କ ସହ କଥା ହୋଇଥିବାରୁ ଭାରତ ଉପରେ ପୁରା ବିଶ୍ଵର ନଜର ରହିଛି । ଏପଟେ, ବିଦେଶ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍‌ ଜାରି କରି ମୋଦି ଓ ପୁଟିନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସଂକ୍ରାନ୍ତରେ ସୂଚନା ଦିଆଯାଇଛି । ୨ ରାଷ୍ଟ୍ର ନେତା ଅନେକ ଦ୍ଵିପା‌କ୍ଷିକ ପ୍ରସଙ୍ଗର ଅଗ୍ରଗତି  ସମୀକ୍ଷା କରିଛନ୍ତି ଏବଂ ୨ ରାଷ୍ଟ୍ର ମଧ୍ୟରେ  ସ୍ବତନ୍ତ୍ର ଏବଂ ରଣନୀତିକ ସମ୍ପର୍କ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନା ଅନୁସାରେ, ପୋଲାଣ୍ଡରୁ ସିଧାସଳଖ ଟ୍ରେନରେ ଯାତ୍ରା କରି କୀବ୍‌ରେ ପହଁଚିଥିଲେ ମୋଦି । ଷ୍ଟେସନରୁ ବାହାରି ହୋଟେଲ ହୟାତେ ରେଜିନ୍ସ ପହଁଚିବା ପରେ ସେଠାରେ ଉପସ୍ଥିତ ଥିବା ଭାରତୀୟ ସମୁଦାୟ ମୋଦିଙ୍କର ଜୋରଦାର ସ୍ଵାଗତ କରିଥିଲେ । ହାତରେ ଜାତୀୟ ପତାକା ସହ ଭାରତ ମାତା କି ଜୟ ଓ ମୋଦି ମୋଦି ନାରାରେ କମ୍ପିଥିଲା ପୁରା ପରିବେଶ । ପାଖାପାଖି ୨୦୦ ପ୍ରବାସୀ ଭାରତୀୟଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ମୋଦି ।  କୀବ ପହଁଚିବା ପରେ ଏଭି ଫୋମିନ ବୋଟାନିକାଲ ଗାର୍ଡ଼େନରେ ସ୍ଥାପିତ ଥିବା ମହାତ୍ମା ଗାନ୍ଧୀଙ୍କ କଂସା ପ୍ରତିମାରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଯାହାକି ୨୦୨୦ ମସିହାରେ ମହାତ୍ମା ଗାନ୍ଧିଙ୍କର ୧୫୧ତମ ଜୟନ୍ତିରେ ଏହି ମୂର୍ତ୍ତିକୁ ସ୍ଥାପିତ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ମୋଦି , ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକିଙ୍କ ସହ ୟୁକ୍ରେନ ନ୍ୟାସନାଲ ମ୍ୟୁଜିୟମରେ ପହଁଚିଥିଲେ । ସେଠାରେ ଦୁଇ ନେତା ଋଷ ଏବଂ ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଥିବା ଶିଶୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହି ସମୟରେ ଦୁଇ ନେତା ଭାବୁକ ହେବାର ଲକ୍ଷ୍ୟ ମଧ୍ୟ କରାଯାଇଥିଲା । 

ଏଠାରେ ସ୍ପଷ୍ଟ କରୁଛୁ କି, ୧୯୯୧ରେ ସୋଭିଏତ ଋଷଠାରୁ ୟୁକ୍ରେନ ଅଲଗା ହୋଇ ଏକ ସ୍ବାଧୀନ ରାଷ୍ଟ୍ର ହେବା ପରେ କୌଣସି ଭାରତ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ । ମୋଦିଙ୍କ ସହ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ରାଷ୍ଟ୍ରୀୟ ସୁରକ୍ଷା ମୁଖ୍ୟ ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଗସ୍ତ କରିଥିଲେ । ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଦ୍ବିପାକ୍ଷିକ ଆଲୋଚନାରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ଏବଂ ଚୁକ୍ତି ମଧ୍ୟ ସ୍ବାକ୍ଷରିତ ହୋଇଛି । 

 

Sponsored
PM Modi | Argus News