|
logo
Live

Argus News - ଖୁବଶୀଘ୍ର ବନ୍ଦ ହୋଇଯିବ ରୁଷିଆ-ୟୁକ୍ରେନ ଯୁଦ୍ଧ

International

ଖୁବଶୀଘ୍ର ବନ୍ଦ ହୋଇଯିବ ରୁଷିଆ-ୟୁକ୍ରେନ ଯୁଦ୍ଧ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଖୁବଶୀଘ୍ର ବନ୍ଦ ହୋଇଯିବ ରୁଷିଆ-ୟୁକ୍ରେନ ଯୁଦ୍ଧ

ଅର୍ଗସ ବ୍ୟୁରୋ:  ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ। ଦୀର୍ଘ ସମୟ ଧରି ଲାଗି ରହିଛି। କେବେ ଏହି ଯୁଦ୍ଧର ହେବ ସମାପ୍ତ ଏହା ଉପରେ ସମସ୍ତଙ୍କର ନଜର ରହିଛି। ଏଭଳି ପରିସ୍ଥିତିରେ ଗୋଟିଏ ମାସରେ ମୋଦି ଦୁଇ ଦୁଇ ଥର ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ତେବେ ମୋଦିଙ୍କ ଏହି ଭେଟ ଅନେକ କିଛି ଇଶାରା କରୁଛି। ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ ମାସରେ ୟୁକ୍ରେନ ଗସ୍ତ କରିବା ପରେ ଏହା ଦ୍ୱିତୀୟ ଥର ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀ ଏବଂ ୟୁକ୍ରେନ ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତକାର ହୋଇଥିଲା। ଗତ ଦୁଇ ମାସ ମଧ୍ୟରେ ଦୁଇ ନେତା ତୃତୀୟ ଥର ପାଇଁ ସାକ୍ଷାତ କରୁଛନ୍ତି। ଯଦିଓ ମିଳିତ ଜାତିସଂଘ ଅଧିବେଶନ ପାଇଁ ନ୍ୟୁୟର୍କରେ ପହଞ୍ଚିଥିବା ଜେଲେନସ୍କିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ପୂର୍ବ ଯୋଜନା ହୋଇନଥିଲା, କିନ୍ତୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ଅନୁରୋଧକୁ ମୋଦି ମନା କରି ପାରିବେ ନାହିଁ। ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପୁଟିନ ଏବଂ ଜେଲେନସ୍କି ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ଦେଖନ୍ତି। ପାଶ୍ଚାତ୍ୟ ଦେଶମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ମୋଦି ହିଁ ଏକମାତ୍ର ବ୍ୟକ୍ତି ଯିଏ ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ ମନାଇ ପାରିବେ।

ସମସ୍ତେ ଆଶା କରୁଛନ୍ତି ଯେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶୀଘ୍ର ଶେଷ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କୌଣସି ପଥ ଛାଡି ନାହାଁନ୍ତି। ନିକଟରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ମସ୍କୋ ଗସ୍ତ ସମୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ନ୍ୟୁୟର୍କରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିଛନ୍ତି। ଯୁଦ୍ଧକୁ ଶେଷ କରିବା ପାଇଁ ଉଭୟ ଦେଶର ବରିଷ୍ଠ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ମୋଦି ତାଙ୍କର ତିନି ଦିନିଆ ଆମେରିକା ଗସ୍ତର ଶେଷ ଦିନ ସୋମବାର ନ୍ୟୁୟର୍କରେ ୟୁକ୍ରେନର ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଏପରି ପରିସ୍ଥିତିରେ, ଯୁଦ୍ଧ ସମାପ୍ତ ହେବାର ସୁସମାଚାର ଶୀଘ୍ର ବିଶ୍ୱ ପାଇବ ବୋଲି ଅସ୍ବୀକାର କରାଯାଇପାରିବ ନାହିଁ। ତେବେ ରୁଷିଆ ୟୁକ୍ରେନ ଯୁଦ୍ଧ ଶୀଘ୍ର ସମାପ୍ତ ହେଲେ ଦୁଇ ଦେଶ ଶାନ୍ତିରେ ରହିବେ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବିଦେଶ ଖବର: 
 

Sponsored
ଖୁବଶୀଘ୍ର ବନ୍ଦ ହୋଇଯିବ ରୁଷିଆ-ୟୁକ୍ରେନ ଯୁଦ୍ଧ | Argus News