Donald Trump / ଇରାନ୍କୁ ଧମକ ଦେଲେ ଟ୍ରମ୍ପ, ମଝିରେ ପଶିଲା ଋଷ

Key Points
ଟ୍ରମ୍ପଙ୍କ ଇରାନ୍କୁ ଆକ୍ରମଣ ଧମକ ପରେ ଋଷିଆର ହସ୍ତକ୍ଷେପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଇରାନ ବିରୁଦ୍ଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି ଇରାନ ନିଜର ପରମାଣୁ କ୍ଷମତା ବୃଦ୍ଧି କରେ କିମ୍ବା ଇସ୍ରାଏଲ ଉପରେ କୌଣସି ବିପଦ ସୃଷ୍ଟି କରେ, ତେବେ ଆମେରିକା ଏଭଳି ଆକ୍ରମଣ କରିବ ଯାହା ପୂର୍ବରୁ କେବେ ଦେଖାଯାଇ ନଥିବ ।
ଟ୍ରମ୍ପଙ୍କର ଏହି ମ୍ୟାକ୍ସିମମ୍ ପ୍ରେସର ନୀତି ଯୋଗୁଁ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଆଶଙ୍କା ଘନେଇବାରେ ଲାଗିଛି। ଟ୍ରମ୍ପଙ୍କ ଆକ୍ରମଣ ସଙ୍କେତ ପରେ ଏହା ବିରୋଧରେ ଭୟଙ୍କର ଜବାବ ଦେବ । ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହ ଇରାନ ଏକ ପୂର୍ଣ୍ଣକାଳୀନ ଯୁଦ୍ଧ ସ୍ଥିତିରେ ଅଛି ବୋଲି ଇରାନ୍ ରାଷ୍ଟ୍ରପତି ପେଜେଶକିଆନ ଚେତାବନୀ ଦେଇଛନ୍ତି ।
ଏହି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଭିତରେ ଋଷ ମଧ୍ୟସ୍ଥତା ପାଇଁ ଆଗକୁ ଆସିଛି। ଋଷିଆ ସରକାର ଆମେରିକାକୁ ସତର୍କ କରାଇ ଦେଇଛନ୍ତି ଯେ, କୌଣସି ବି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ ପୂରା ଅଞ୍ଚଳକୁ ଏକ ବଡ଼ ଧରଣର ବିନାଶ ଆଡ଼କୁ ଠେଲି ଦେଇପାରେ। ଇରାନକୁ ଧମକ ଦେବା ବଦଳରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବା ଉଚିତ୍। ଋଷ ଏବଂ ଇରାନ ମଧ୍ୟରେ ଥିବା ଘନିଷ୍ଠ ସାମରିକ ଓ ରଣନୈତିକ ସମ୍ପର୍କ ଯୋଗୁଁ, ଯଦି ଆମେରିକା ଇରାନ ଉପରେ ଆକ୍ରମଣ କରେ, ତେବେ ଋଷ ଏହାକୁ ସହଜରେ ଗ୍ରହଣ କରିବ ନାହିଁ ବୋଲି ସଙ୍କେତ ଦେଇଛି।
📱 Get Argus News App
✨Related Topics
Explore more stories