Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି ବଢ଼ିଲା ରୁଷ୍-ୟୁକ୍ରେନ ବିବାଦ, କିଭ୍‌ ଉପରେ ଋଷର ଡ୍ରୋନ ଆଟାକ୍

International

ପୁଣି ବଢ଼ିଲା ରୁଷ୍-ୟୁକ୍ରେନ ବିବାଦ, କିଭ୍‌ ଉପରେ ଋଷର ଡ୍ରୋନ ଆଟାକ୍

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ପୁଣି ବଢ଼ିଲା ରୁଷ୍-ୟୁକ୍ରେନ ବିବାଦ, କିଭ୍‌ ଉପରେ ଋଷର ଡ୍ରୋନ ଆଟାକ୍

Key Points


ପୁଣି ବଢିଲା ରୁଷ୍ ୟୁକ୍ରେନ ବିବାଦ । ମାର୍ଚ୍ଚ ୨୨ ତାରିଖରେ ରୁଷ ବାୟୁସେନା କିଭ୍ ଉପରେ ଡ୍ରୋନ ମାଡ଼ କରିବା ପରେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ବଢିଛି ଟେନସନ୍ । ରୁଷର ୧୭୯ ଡ୍ରୋନ୍‌ ମଧ୍ୟରୁ ୧୦୦ଟି ୟୁକ୍ରେନୀୟ ବାୟୁ ପ୍ରତିରକ୍ଷା ବାହିନୀ ନଷ୍ଟ କରିଦେଇଥିବାର ଦାବି କରିଛି । ଏହା ପୂର୍ବରୁ ମାର୍ଚ୍ଚ ୨୧ ତାରିଖରେ ରୁଷ ସେନା କିଭ୍‌ ଉପରେ ୫୦ ରୁ ଅଧିକ ଡ୍ରୋନ ମାଡ଼ କରିଥିବାର ଅଭିଯେୋଗ ହୋଇଥିଲା ।

ଅନ୍ୟପଟେ ସିଜ୍ ଫାୟର ଆଲୋଚନାର ଗୋଟିଏ ଦିନ ପୂର୍ବରୁ ୟୁକ୍ରେନ ମସ୍କୋ ଏବଂ ଏହାର ନିକଟବର୍ତ୍ତୀ ଅଂଚଳରେ ୨୦୦ ରୁ ଅଧିକ ଡ୍ରୋନ ମାଡ଼ କରିଥିଲା । ତେବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟସ୍ଥତା ପରେ ଦୁଇ ରାଷ୍ଟ୍ର ମୁଖ୍ୟ ଯୁଦ୍ଧ ବିରତି ପାଇଁ ରାଜି ହୋଇଥିଲେ ମଧ୍ୟ ପୁଣିଥରେ ଦୁଇ ଦେଶ ପକ୍ଷରୁ ଡ୍ରୋନ ଆକ୍ରମଣ ଆରମ୍ଭ ହୋଇଛି ।

ଗତ ୧୯ ତାରିଖରେ ସାମୟିକ ଯୁଦ୍ଧ ବିରତି ପାଇଁ ରାଜି ହୋଇଥିଲା ୟୁକ୍ରେନ୍ । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କିଙ୍କ ମଧ୍ୟରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ଫୋନରେ ଆଲୋଚନା ହୋଇଥିଲା । ଜେଲେନସ୍କିଙ୍କ ସହ ଆଲୋଚନା ଫଳପ୍ରଦ ହୋଇଥିବା ଟ୍ରମ୍ପ କହିଥିଲେ । ତେବେ ଏହାପୂର୍ବରୁ ପୂର୍ବରୁ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଫଳପ୍ରଦ ହୋଇ ନଥିଲା । ପରେ କିନ୍ତୁ ଜେଲେନସ୍କି ଆମେରିକାର ରାଷ୍ଟ୍ରପତିଙ୍କୁ ଭୁଲ ସ୍ବୀକାର କରିଥିଲେ । ଏହାପରେ ଆମେରିକା ପକ୍ଷରୁ ୟୁକ୍ରେନକୁ ସାମରିକ ସହାୟତା ଘୋଷଣା କରାଯାଇଥିଲା ।

ଅନ୍ୟପଟେ ମହାକାଶରେ ଶକ୍ତି ସନ୍ତୁଳନକୁ ନେଇ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କର ଚିନ୍ତା ବୃଦ୍ଧି ପାଉଛି। ଆମେରିକାର ମହାକାଶ ବାହିନୀ ଦାବି କରିଛି ଯେ ଚୀନ୍ ଏବଂ ରୁଷିଆ ସେଠାରେ ଏପରି ଉପକରଣ ସ୍ଥାପନ କରିଛନ୍ତି ଯାହା ଉପଗ୍ରହକୁ ଜାମ୍ କରିପାରିବ। ଏହା ବ୍ୟତୀତ ଚୀନ୍, ମହାକାଶରେ ଥିବା ତା'ର ଉପଗ୍ରହରୁ 'କୁକୁର ଲଢ଼େଇ' ତାଲିମ ନେଉଥିବା ଅଭିଯୋଗ ହେଉଛି, ଯାହାକୁ ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ। ଏହି ଖବର ସାମ୍ନାକୁ ଆସିବା ପରେ, ମହାକାଶରେ ଭବିଷ୍ୟତରେ ସମ୍ଭାବ୍ୟ ଯୁଦ୍ଧକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା ବୃଦ୍ଧି ପାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Russian drone attack kills two in Kyiv, thousands evacuated amid fires | Argus News